Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

Tragic Accident In Sundargarh / ସୁନ୍ଦରଗଡ଼ରେ ବଡ଼ ଦୁର୍ଘଟଣା; ବନ୍ଦ ରେଲୱେ ଫାଟକରେ ୭ଟି ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‍, ମାଆପୁଅ ଉପରେ ଚଢ଼ିଗଲା ଟ୍ରେଲର

Sushanta Sahoo
Browse all articles by Sushanta Sahoo
·9 months ago·2 min read
ସୁନ୍ଦରଗଡ଼ରେ ବଡ଼ ଦୁର୍ଘଟଣା; ବନ୍ଦ ରେଲୱେ ଫାଟକରେ ୭ଟି ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‍, ମାଆପୁଅ ଉପରେ ଚଢ଼ିଗଲା ଟ୍ରେଲର

Key Points

ଏକାଥରକେ ୧୦ଟି ଗାଡ଼ି ଉପରେ ମାଡ଼ିଗଲା ଟ୍ରକ୍ । ଟ୍ରେନ୍ ଅତିକ୍ରମ କରିବା ଲାଗି ଗେଟ୍ ପଡ଼ିଥିବା ବେଳେ ଗୋଟିଏ ଟ୍ରକ୍ ଏକାଧିକ ଗାଡ଼ି ଉପରେ ମାଡ଼ି ଯାଇଛି ।

ବଣାଇ/ରାଜଗାଙ୍ଗପୁର: ଦୁର୍ଘଟଣା ପରେ ଦୁର୍ଘଟଣା । ଏକାଥରକେ ୧୦ଟି ଗାଡ଼ି ଉପରେ ମାଡ଼ିଗଲା ଟ୍ରକ୍ । ଟ୍ରେନ୍ ଅତିକ୍ରମ କରିବା ଲାଗି ଗେଟ୍ ପଡ଼ିଥିବା ବେଳେ ଗୋଟିଏ ଟ୍ରକ୍ ଏକାଧିକ ଗାଡ଼ି ଉପରେ ମାଡ଼ି ଯାଇଛି । ଫାଟ ପଡ଼ିଥିବା ବେଳେ ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ରାକ୍ସି ରେଲୱେ ଫାଟକରେ ।


ସୂଚନା ଅନୁସାରେ, କୌଣସି ଏକ ଟ୍ରେନ୍ ଅତିକ୍ରମ କରିବା ଲାଗି ରାକ୍ସି ରେଲୱେ କ୍ରସିଂର ଫାଟକ ପଡ଼ିଥିଲା । ଗେଟ୍ ପଡ଼ିଥିବାରୁ ଏକାଧିକ ଗାଡ଼ି ଅଟକି ରହିଥିଲା । ସେହି ସମୟରେ ଏକ ଟ୍ରକ୍ ମାଡ଼ି ଆସିବା ସହ ୭ଟି ବାଇକ୍‍, ୨ଟି କାର ଓ ଗୋଟିଏ ଅଟୋକୁ ଧକ୍କା ଦେଇଛି । ଏକାଧିକ ବାଇକ୍‌କୁ ଚାପି ଦେଇଛି ଟ୍ରକଟି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ଓଲଟିଲା ତୀର୍ଥଯାତ୍ରୀ ବସ୍: ୫ ଗୁରୁତର


ଫାଟକରେ ଗାଡ଼ି ଗୁଡ଼ିକ ଛିଡ଼ା ହୋଇଥିବା ବେଳେ ଟ୍ରକ୍‌ଟି ସମସ୍ତଙ୍କୁ ପଛରୁ ପିଟିଛି । ଏହି ସିରିଜ୍ ଦୁର୍ଘଟଣୋରେ ଏକାଧିକ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି । ଟ୍ରକ୍ ଧକ୍କା ଦେଇଥିବା ବାଇକ୍ ଆରୋହୀଙ୍କ ମଧ୍ୟରେ ମହିଳା ଓ ଛୋଟ ଛୁଆ ଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସେପଟେ କୁତ୍ରା ଥାନା ଅନ୍ତର୍ଗତ ଗଡ଼ପୋଷ ଛକ ନିକଟରେ ଦୁର୍ଘଟଣା ଘଟିଛି । ୧୦ ନମ୍ବର ରାଜ୍ୟ ରାଜପଥରେ ରାଉରକେଲାରୁ ବାଇକ ଯୋଗେ ମାଆପୁଅ ଫେରୁଥିବା ବେଳେ ସେମାନଙ୍କ ଉପରେ ଟ୍ରେଲର ଚଢ଼ି ଯାଇଛି । ଘଟଣା ସ୍ଥଳରେ ମାଆ ଆଖି ବୁଜିଥିବା ବେଳେ ଗୁରୁତର ଆହତ ହୋଇଛି ପୁଅ । ମୃତକ ଜଣକ ହେମଗିରି ଥାନା ଗୋପାଳପୁର ଅଞ୍ଚଳର ଡିଲେଶ୍ୱରୀ ଦାସ ବୋଲି ଜଣାପଡ଼ିଛି ।


ଡିଲେଶ୍ଵରୀଙ୍କ ଭାଇ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ରାଉରକେଲାରୁ ଫେରିବା ବେଳ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ପୋଲିସ ବୁଝାସୁଝା ପରେ ରାସ୍ତାରୋକ ହଟିଛି । ଦୁର୍ଘଟଣା ପରେ ଫେରାର୍ ହୋଇ ଯାଇଥିବା ଟ୍ରେଲରକୁ ଜବତ କରିଛି ବଡ଼ଗାଁ ପୋଲିସ ।

Sponsored
Tragic Accident In Sundargarh: Truck Rams 10 Vehicles at Sundargarh Level Crossing | Argus News | Argus News