|
logo
Live

Argus News - ଘାଟିରେ ୧୦୦ ଫୁଟ୍ ତଳକୁ ଖସିଲା ବସ୍; ଆଖି ବୁଜିଲେ ୯ ପର୍ଯ୍ୟଟକ

Accident

Accident / ଘାଟିରେ ୧୦୦ ଫୁଟ୍ ତଳକୁ ଖସିଲା ବସ୍; ଆଖି ବୁଜିଲେ ୯ ପର୍ଯ୍ୟଟକ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଘାଟିରେ ୧୦୦ ଫୁଟ୍ ତଳକୁ ଖସିଲା ବସ୍; ଆଖି ବୁଜିଲେ ୯ ପର୍ଯ୍ୟଟକ
Bus Falls Into Ghat – 9 Dead

Key Points

ଘାଟିରୁ ବସ୍‌ଟି ୧୦୦ ଫୁଟ୍ ତଳକୁ ଖସିଛି । ଶୁକ୍ରବାର ସନ୍ଧ୍ୟାରେ ତାମିଲନାଡ଼ୁର କୋଏମ୍ବାଟୁର ଜିଲ୍ଲାର ବାଲପରାଈ ଘାଟିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁଃଖଦ ଦୁର୍ଘଟଣାରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଛି ।
ଚେନ୍ନାଇ: ଘାଟିରେ ବଡ଼ ଦୁର୍ଘଟଣା । ଘାଟି ତଳକୁ ଖସିଲା ପର୍ଯ୍ୟଟକ ବସ୍ । ଘାଟିରୁ ବସ୍‌ଟି ୧୦୦ ଫୁଟ୍ ତଳକୁ ଖସିଛି । ଶୁକ୍ରବାର ସନ୍ଧ୍ୟାରେ ତାମିଲନାଡ଼ୁର କୋଏମ୍ବାଟୁର ଜିଲ୍ଲାର ବାଲପରାଈ ଘାଟିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।

ଏହି ଦୁଃଖଦ ଦୁର୍ଘଟଣାରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୭ ମହିଳା ଓ ଜଣେ ପୁରୁଷ ଆଖି ବୁଜିଥିବା ବେଳେ ମେଡିକାଲ୍‌ରେ ଅନ୍ୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ଡ୍ରାଇଭର ସମେତ ଅନ୍ୟ ୪ ଜଣଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ରନଓ୍ବେରେ ମୁହାଁମୁହଁ ଧକ୍କା ହେଲା ୨ ବିମାନ

ସୂଚନା ଅନୁସାରେ, କେରଳର ମଲପ୍ପୁରମର ୧୩ଜଣ ଏକ ମିନି ବସ୍‌ରେ ବାଲପରାଈ-ପୋଲ୍ଲାଚି ଘାଟି ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି ନିୟନ୍ତ୍ରଣ ହରାଇଥିଲା । ମୋଡ଼ଣିରେ ବ୍ୟାରିୟରକୁ ଧକ୍କା ଦେଇ ଘାଟିରୁ ସିଧା ୧୦୦ ଫୁଟ୍ ତଳକୁ ଖସିଥିଲା ।

ଘାଟିରୁ ଖସିବା ବେଳେ ମିନି ବସ୍‌ଟି ବାରମ୍ବାର ମାଡ଼ ହୋଇ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଆସିଥିବା ଫଟୋରୁ ବାରି ହୋଇ ପଡ଼ୁଛି ଦୁର୍ଘଟଣା କେତେ ଯେ ଭୟଙ୍କର ହୋଇଥିବ ।

ଏଥିସହ ପଢ଼ନ୍ତୁ: ଆନ୍ଧ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ଗାଡ଼ି…୮ମୃତ

ସୂଚନା ଅନୁସାରେ, ମୃତାହତଙ୍କ ମଧ୍ୟ ଏକ ସ୍କୁଲ୍‌ର ଶିକ୍ଷକ ଅଛନ୍ତି । ସମସ୍ତେ ବାଲପରାଈ ବୁଲିବାକୁ ଯାଇଥିଲେ । ଫେରିବା ସମୟରେ ଘାଟିରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି ।


କୋଏମ୍ବାଟୁର ପୋଲିସ ବରିଷ୍ଠ ଅଧିକାରୀ କହିଛନ୍ତି, "ଦୁର୍ଘଟଣା କିଭଳି ଓ କେଉଁ ସ୍ଥିତିରେ ଘଟିଲା ଆମେ ତାର ଯାଞ୍ଚ କରୁଛୁ ।" ଏହି ଦୁଃଖଦ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିଜନଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accident: ଘାଟିରେ ୧୦୦ ଫୁଟ୍ ତଳକୁ ଖସିଲା ବସ୍; ଆଖି ବୁଜିଲେ ୯ ପର୍ଯ୍ୟଟକ | Argus News