|
logo
Live

Argus News - ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ରନଓ୍ବେରେ ମୁହାଁମୁହଁ ଧକ୍କା ହେଲା ୨ ବିମାନ

National

Delhi Airport Plane Collision / ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ରନଓ୍ବେରେ ମୁହାଁମୁହଁ ଧକ୍କା ହେଲା ୨ ବିମାନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ରନଓ୍ବେରେ ମୁହାଁମୁହଁ ଧକ୍କା ହେଲା ୨ ବିମାନ
Planes Collide

Key Points

ଦିଲ୍ଲୀ ବିମାନ ବନ୍ଦରରେ ଦୁଇଟି ବିମାନ ମଧ୍ୟରେ ଧକ୍କା
ରନ୍‌ୱେରେ ଅକାଶା ବିମାନକୁ ଧକ୍କା ଦେଲା ସ୍ପାଇଶ୍ ଜେଟ୍ ବିମାନ
ସମସ୍ତ ଯାତ୍ରୀ ଓ କ୍ରିଉ ସୁରକ୍ଷିତ ଥିବା କହିଲା ଅକାଶା ଏୟାର
ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳି ଯାଇଛି । ଦିଲ୍ଲୀ ବିମାନ ବନ୍ଦରର ରନଓ୍ବେରେ ଦୁଇଟି ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ରନଓ୍ବେରେ ଅକାଶା ଏୟାର ବିମାନକୁ ଧକ୍କା ଦେଇଛି ସ୍ପାଇଶ୍‌ ଜେଟ୍‌ ବିମାନ । ଦୁଇଟି ବିମାନର ଓ୍ବିଙ୍ଗ୍ସ ଧକ୍କା ହୋଇଥିଲା । ଆଉ ଏହି ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଅକାଶା ଏୟାର ବିମାନଟି ଦିଲ୍ଲୀରୁ ହାଇଦ୍ରାବାଦ ଯାତ୍ରା କରୁଥିଲା । ସେପଟେ ଏହି ଦୁର୍ଘଟଣା ପରେ ସମସ୍ତ ଯାତ୍ରୀ ଓ କ୍ରିଉ ସଦସ୍ୟ ସୁରକ୍ଷିତ ଥିବା ଅକାଶା ଏୟାର ପକ୍ଷରୁ କୁହାଯାଇଛି ।



ଏହି ଘଟଣାଟି ଦିଲ୍ଲୀ ବିମାନ ବନ୍ଦରର ଟର୍ମିନାଲ ୧ ନିକଟରେ ଘଟିଥିଲା । ​​ଯେତେବେଳେ ଅକାସା ଏୟାରର ଏକ ବିମାନ (QP 1406) ପଛକୁ ହଟିବା ପରେ ପାର୍କିଂ କରାଯାଇଥିଲା ଏବଂ ଲେହରୁ ଆସୁଥିବା ସ୍ପାଇସଜେଟର ଏକ ବିମାନ (B737-700) ସହିତ ଧକ୍କା ହୋଇଥିଲା। ଏହି ଧକ୍କାରେ ସ୍ପାଇସଜେଟ ବିମାନର ଡାହାଣ ଓ୍ବିଙ୍ଗ୍ସ ଏବଂ ଅକାସା ଏୟାର ବିମାନର ବାମ ଷ୍ଟାବିଲାଇଜର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସୌଭାଗ୍ୟବଶତଃ, କୌଣସି ଯାତ୍ରୀ କିମ୍ବା କର୍ମଚାରୀ ଆହତ ହୋଇ ନଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Airport Plane Collision: ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ରନଓ୍ବେରେ ମୁହାଁମୁହଁ ଧକ୍କା ହେଲା ୨ ବିମାନ | Argus News