Tractor Runs Over Man / ମୁଣ୍ଡ ଉପରେ ଚଢ଼ିଗଲା ଟ୍ରାକ୍ଟର: ଆସିପାରିଲାନି ଆମ୍ୱୁଲାନ୍ସ, ଏମିତି ହେଲା ମୃତ୍ୟୁ...
·2 months ago·2 min read

Key Points
ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର
ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଉତ୍ତେଜନା
ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଉତ୍ତେଜନା
ମାଡ଼ିଗଲା ଟ୍ରାକ୍ଟର। ଚାଲିଗଲା ଶ୍ରମିକଙ୍କ ଜୀବନ। ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ମାଣିକପୁର ପଞ୍ଚାୟତ ମହୁଲି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ଘଟିଛି ଅଘଟଣ । ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରାକ୍ଟର ଯାହା ଫଳରେ ଶ୍ରମିକ ମୃତ । ମୃତ ଶ୍ରମିକ ଜଣଙ୍କ ହେଲେ ୪୦ ବର୍ଷୀୟ ଜିତେନ୍ଦ୍ର ବିଷୋୟୀ l ସୂଚନା ଅନୁସାରେ ମନ୍ଦିର କାମ ପାଇଁ ଗୋଟିଏ ଟ୍ରାକ୍ଟରରେ ସିମେଣ୍ଟ ଆସିଥିଲା । ଶ୍ରମିକ ଜଣଙ୍କ ଟ୍ରାକ୍ଟର ପଛରୁ ସିମେଣ୍ଟକୁ ଓଲ୍ହାଇ ଥିଲେ ।
ପରେ ଟ୍ରାକ୍ଟରଟି ଧୋଇବାକୁ ନେବା ବେଳେ ଅସାବଧାନତା ଯୋଗୁଁ ଶ୍ରମିକ ଜଣଙ୍କ ଟ୍ରାକ୍ଟର ତଳେ ପଡିଯିବାରୁ ଚାପି ହୋଇଯାଇ ଗୁରୁତର ହୋଇଥିଲେ l ଗୁରୁତର ଶ୍ରମିକକୁ ହସ୍ପିଟାଲ୍ ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କରିବା ଦେଖି ସ୍ଥାନୀୟ ଲୋକେ ଶ୍ରମିକ ଜଣଙ୍କୁ ନିକଟସ୍ଥ ମାଣିକପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରେ ଡାକ୍ତର ଉପସ୍ଥିତ ନଥିବା ବେଳେ ଶ୍ରମିକ ଜଣଙ୍କ ମୃତ୍ୟୁ ବରଣ କରିଥିଲେ l ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା l କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ରୋକ କରଛନ୍ତି l ଘଟଣା ସ୍ଥଳରେ ଧରାକୋଟ ପୋଲିସ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛନ୍ତି lଗୋଟିଏ ପଟେ କାହାର ଜୀବନ ଯାଉଛି, ଅନ୍ୟପଟେ ହସ୍ପିଟାଲରେ ଡାକ୍ତର ରହୁନାହାନ୍ତି। ଏଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।
ଏଥିସହ ପଢ଼ନ୍ତୁ: BCCI ଆଗରେ ଗିଲ୍ଙ୍କ ଡିମାଣ୍ଡ, କହିଲେ ଏମିତି ପ୍ଲାନ କଲେ ହାରିବନି ଟିମ୍ ଇଣ୍ଡିଆ...
ସେପଟେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ସାନଘାଟି ରାସ୍ତାରେ କେ ଗୁହାରିଆପାଟ ସ୍ଥିତ ଯାତ୍ରୀ ବିଶ୍ରମାଗାରରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ଯାତ୍ରୀ ବିଶ୍ରମାଗାରରେ ପଡିଥିବା ବେଳେ ସ୍ଥାନୀୟ ଲୋକମାନେ ଖଲ୍ଲିକୋଟ ଥାନା ପୋଲିସକୁ ଖବର ଦେଇଥିଲେ, ପୋଲିସ ଏସ ଆଇ ମାନସି ସାହୁ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିବା ପରେ ଶବ ଗୃହରେ ରଖାଯାଇଛି। ମୃତ ବ୍ୟକ୍ତିଙ୍କ ବୟସ 50 ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: