Two Plane Accident / ବିମାନ ଉଡ଼ିବା ପୂର୍ବରୁ ବଡ଼ ଅଘଟଣ; ଧକ୍କା ହେଲା ଦୁଇ ବିମାନ, ଥିଲେ ୧୬୬ଜଣ ଯାତ୍ରୀ
·21 mins ago·3 min read

Key Points
ମିଆମି ବିମାନବନ୍ଦରରେ ବିମାନ ଦୁର୍ଘଟଣା
ବୋଇଂ ଏୟାରକ୍ରାଫ୍ଟ ଏବଂ କାର୍ଗୋ ପ୍ଲେନ୍ ଧକ୍କା
୧୬୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ
ବୋଇଂ ଏୟାରକ୍ରାଫ୍ଟ ଏବଂ କାର୍ଗୋ ପ୍ଲେନ୍ ଧକ୍କା
୧୬୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ
ୱାଶିଂଟନ: ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଅଘଟଣ । ରନୱେରେ ନୁହେଁ, ବରଂ ବିମାନ ଚଳାଚଳ ପାଇଁ ଉଦ୍ଦିଷ୍ଟ ଟ୍ୟାକ୍ସିୱେରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ରାତି ପ୍ରାୟ ୯ଟା ୧୫ ମିନିଟ୍ ସମୟରେ ଏହି ଘଟଣା ଘଟିଥିଲା । ପାନାମା ସିଟିରୁ ୧୬୬ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଆସିଥିବା କୋପା ଏୟାରଲାଇନ୍ସର ବୋଇଂ ୭୩୭ ବିମାନଟି ଟ୍ୟାକ୍ସିୱେରେ ଯାଉଥିବା ବେଳେ UPS କମ୍ପାନୀର ଏକ ବୋଇଂ ୭୬୭ କାର୍ଗୋ ବିମାନ ସହ ଧକ୍କା ହୋଇଥିଲା । କୋପା ଏୟାରଲାଇନ୍ସ ବିମାନର ଡେଣାର ଅଗ୍ରଭାଗ କାର୍ଗୋ ବିମାନର ଆଗ ଅଂଶରେ ବାଜିଥିଲା ।
- ଦୁଇ ଯାତ୍ରୀ ଆହତ
- ବିମାନ ପାଇଲଟଙ୍କ ରେଡିଓ ବାର୍ତ୍ତା ଭାଇରାଲ
- ଦୁର୍ଘଟଣା ବେଳେ ବିମାନ ଭିତରେ ଥିଲେ ୧୬୬ ଯାତ୍ରୀ
- ୨ମାସ ଭିତରେ ଦ୍ୱିତୀୟ ବଡ଼ ଦୁର୍ଘଟଣା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ବସ୍ରେ ଭୟଙ୍କର ନିଆଁ… ୪୦ ଯାତ୍ରୀଙ୍କୁ ବଞ୍ଚାଇଦେଲେ ଡ୍ରାଇଭର
- ଆମେରିକାରେ ବିମାନ ଚଳାଚଳରେ ବଡ଼ ବିଭ୍ରାଟ
Related Topics
Explore more stories