Road Accident / ଏମିତି ବି ଆସେ ମୃତ୍ୟୁ: ଗୋଟିଏ ପରିବାରକୁ ମାଟିରେ ମିଶେଇଦେଲା ନାଲି କାର୍
·11 hours ago·2 min read

Key Points
ଉତ୍ତରାଖଣ୍ଡରେ ୧୦୦ ଫୁଟ ଗଭୀର ଖାଇକୁ ଖସିଲା କାର
ଗୋଟିଏ ପରିବାରର ୪ ଜଣଙ୍କ ସମେତ ଡ୍ରାଇଭର ମୃତ
ଗୋଟିଏ ପରିବାରର ୪ ଜଣଙ୍କ ସମେତ ଡ୍ରାଇଭର ମୃତ
ଭୟଙ୍କର ଦୁର୍ଘଟଣା। ଖାଇକୁ ଖସିଲା କାର। ଚାଲିଗଲା ୫ଜଣ ଜୀବନ। ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ନୈନିତାଲର ଭାୱାଲି-ସାନାଟୋରିୟମ ମୋଟରୱେରେ ଏହି ଘଟଣା ଘଟିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କାରଟି ଦ୍ରୁତ ଗତିରେ ଯାଉଥିଲା ଏବଂ ଡ୍ରାଇଭର ନିୟନ୍ତ୍ରଣ ହରାଇ ଦେଇଥିଲେ। ଯାହା ଫଳରେ ଦୁର୍ଘଟଣା ଘଟିଛି। ଗୁରୁବାର ଦିନ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ନିୟନ୍ତ୍ରଣ ହରାଇ ଏକ କାର ୧୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିବାରୁ ପାଞ୍ଚ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି।''
ନୈନିତାଲର ଭାୱାଲି-ସାନାଟୋରିୟମ ମୋଟରୱେରେ ଅପରାହ୍ନ ପ୍ରାୟ ୨ଟା ସମୟରେ ଏହି ଘଟଣା ଘଟିଥିଲା। ସୂଚନା ଅନୁଯାୟୀ କାରଟି ଦ୍ରୁତ ଗତିରେ ଯାଉଥିଲା ଏବଂ ନିୟନ୍ତ୍ରଣ ହରାଇ ଘାଟି ଭିତରକୁ ଖସିପଡ଼ିଥିଲା। ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରୁ ବାହାର କରିବାକୁ ଚେଷ୍ଟା କରୁଥିବା ସମୟରେ ଲାଲ ରଙ୍ଗର ଗାଡିଟି ସମ୍ପୂର୍ଣ୍ଣ ଭାବରେ ଖଣ୍ଡ ବିଖଣ୍ଡିତ ହୋଇଥିବା ଦେଖିବାକୁ ମିଳିଛି।
ପୋଲିସ କହିଛି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କାରରେ ଥିବା ସମସ୍ତ ଛଅ ଜଣ ଯାତ୍ରୀ ନୈନିତାଲର ବାସିନ୍ଦା। ମୃତକମାନେ ଗୋଟିଏ ପରିବାରର, ଯେଉଁଥିରେ ଭୂପେନ୍ଦ୍ର ସିଂହ ଚୁଫାଲ (୪୮), ତାଙ୍କ ସ୍ତ୍ରୀ ସୀମା କୈଦା ଚୁଫାଲ (୪୫), ସେମାନଙ୍କର ୧୯ ବର୍ଷୀୟ ପୁଅ ଭାସୁ ଚୁଫାଲ ଏବଂ ୧୨ ବର୍ଷୀୟ ଝିଅ ଅନ୍ତର୍ଭୁକ୍ତ। ପଞ୍ଚମ ମୃତକ ଜଣକ ଥିଲେ ଉତ୍ତର ପ୍ରଦେଶର ଲକ୍ଷ୍ନୌର ୩୪ ବର୍ଷୀୟ ଡ୍ରାଇଭର ଅନୁଜ କୁମାର ମିଶ୍ର। ଦୁର୍ଘଟଣାରେ କାରର ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଛି। ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ସେମାନଙ୍କ ଗାଁ ଏବଂ ସମ୍ପର୍କୀୟଙ୍କ ଉପରେ ଶୋକର ଛାୟା ଖେଳିଯାଇଛି।
ଏଥିସହ ପଢ଼ନ୍ତୁ: ଏକମାତ୍ର ପୁଅକୁ ୱାଟର ପାର୍କକୁ ନେଇଗଲେ ଆଉ ହଠାତ ପୁଅ ନିଖୋଜ ହୋଇଗଲା…
ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ, ସ୍ଥାନୀୟ ପ୍ରଶାସନ, ଏସଡିଆରଏଫ ଏବଂ ନିକଟସ୍ଥ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖାଇର ଗଭୀରତା ହେତୁ, ଉଦ୍ଧାର କାର୍ଯ୍ୟରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବହୁତ ପ୍ରୟାସ ପରେ, ଉଦ୍ଧାର ଦଳ ମୃତଦେହ ଏବଂ ଆହତମାନଙ୍କୁ ଘାଟିରୁ ବାହାର କରିଥିଲେ।'' କାରରେ ଥିବା ୬ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଥିଲା ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସ ବର୍ତ୍ତମାନ ଦୁର୍ଘଟଣାର କାରଣ ତଦନ୍ତ କରୁଛି। ଏହାସହ ଏହି ସମୟରେ,ମୃତକଙ୍କ ମୃତଦେହକୁ ଘାଟିରୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
ଅଧିକ ପଢ଼ନ୍ତୁ ଦୁର୍ଘଟଣା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories