Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏକମାତ୍ର ପୁଅକୁ ୱାଟର ପାର୍କକୁ ନେଇଗଲେ ଆଉ ହଠାତ ପୁଅ ନିଖୋଜ ହୋଇଗଲା…

National

WaterPark Tragedy / ଏକମାତ୍ର ପୁଅକୁ ୱାଟର ପାର୍କକୁ ନେଇଗଲେ ଆଉ ହଠାତ ପୁଅ ନିଖୋଜ ହୋଇଗଲା…

Ritu Das
Browse all articles by Ritu Das
·1 day ago·2 min read
ଏକମାତ୍ର ପୁଅକୁ ୱାଟର ପାର୍କକୁ ନେଇଗଲେ  ଆଉ ହଠାତ ପୁଅ ନିଖୋଜ ହୋଇଗଲା…
agra

Key Points

ପୁଅକୁ ଖୁସିରେ ଓ୍ବାଟରପାର୍କ ବୁଲାଇବାକୁ ନେଇଥିଲେ କିନ୍ତୁ ଫେରିବାବେଳେ ମୃତଦେହ ଆଣିକି ଆସିଲେ
ରବିବାରର ଏକ ଖୁସିର ମୁହୂର୍ତ୍ତ କିଛି ସମୟ ମଧ୍ୟରେ ଶୋକରେ ପରିଣତ ହୋଇଗଲା। ଏକ ପରିବାର ନିଜ ୮ବର୍ଷର ପୁଅ ମନିତଙ୍କୁ ନେଇ ଓ୍ବାଟର ପାର୍କ ବୁଲିବାକୁ ଯାଇଥିଲେ। କିନ୍ତୁ କାହାକୁ ଜଣା ନ ଥିଲା ଏହି ଯାତ୍ରା ତାଙ୍କ ପୁଅର ଅନ୍ତିମ ଯାତ୍ରା ହୋଇଯିବ ବୋଲି। ଓ୍ବାଟର ପାର୍କର ପାଣିରେ ବୁଡ଼ିଯିବାରୁ କଅଁଳ ମନୀତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା। ପୁଅର ମୃତଦେହ ଦେଖି ମା’ବାପା ପୁରାପୁରି ଭାଙ୍ଗିପଡ଼ିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। 

ଏହାସହ ପଢ଼ନ୍ତୁ: ନିଜେ ଶିକାର ହୋଇଗଲା ଶିକାରୀ; ମାଛ ଜାଲରେ ଫସି ଛଟପଟ ହୋଇ ବୁଜିଲେ ଆଖି

ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଆଗ୍ରାର ତେଓ୍ବାଟିଆ ଓ୍ବାଟର ପାର୍କରେ। ଖେରିଆ ମୋଡର ବାସିନ୍ଦା ରବିନ ତାଙ୍କ ସ୍ତ୍ରୀ ଏବଂ ମାତ୍ର 8 ବର୍ଷର ପୁଅ ମନିତଙ୍କ ସହିତ ୱାଟର ପାର୍କକୁ ଆସିଥିଲେ। ପରିବାର ଲୋକ ହସଖୁସିରେ ଓ୍ବାଟରପାର୍କରେ ସମୟ ବିତାଇଥିଲେ। ହଠତ ଘଟିଲା ଏମିତି କିଛି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ହଠାତ ମନିତ ପାଣି ଭିତରେ ନିଖୋଜ ହୋଇଯାଇଥିଲେ। ପ୍ରଥମେ ପରିବାର ଲୋକ ଭାବିଥିଲେ ଯେ ପିଲାଟି ପାଖରେ ଖେଳୁଛି, କିନ୍ତୁ ଯେତେବେଳେ ବହୁତ ସମୟ ପର୍ଯ୍ୟନ୍ତ ତାଙ୍କୁ ନ ପାଇଲେ ପରିବାର ଲୋକ ଅଧିକ ଚିନ୍ତିତ ହୋଇପଡ଼ିଲେ।

ମା' କାନ୍ଦୁଥିବା ଅବସ୍ଥାରେ ତାଙ୍କ ପୁଅକୁ ଖୋଜିଚାଲିଥିଲେ, ଯେତେବେଳେ ବାପା ରବିନ୍ ସିସିଟିଭି ଯାଞ୍ଚ କରିବାକୁ ୱାଟର ପାର୍କ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। ପ୍ରାୟ ଗୋଟିଏ ଘଣ୍ଟାର ଏହି ଯନ୍ତ୍ରଣାଦାୟକ ଅପେକ୍ଷା ପରେ, ଯେଉଁ ଚିତ୍ରଟି ସାମ୍ନାକୁ ଆସିଲା ତାହା ସମସ୍ତଙ୍କ ଆଖିରେ ଲୁହ ଆଣିଦେଲା। ନିର୍ଦ୍ଦୋଷ ମନିତଙ୍କ ମୃତଦେହ ସୁଇମିଂ ପୁଲରେ ଭାସୁଥିବାର ଦେଖିବାକୁ ମିଳିଥିଲା। ପୁଅକୁ ଏପରି ଅବସ୍ଥାରେ ଦେଖି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ଯେଉଁ ମାଆ ତାଙ୍କ ପୁଅର ହାତ ଧରି ତାକୁ ପାର୍କରେ ଛାଡି ଦେଇଥିଲେ, ସେ ଏବେ ତାଙ୍କ ମୃତ ଶରୀରକୁ କୁଣ୍ଢେଇ ଧରି କାନ୍ଦି ପକାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ମଧ୍ୟ କାନ୍ଦି ପକାଇଥିଲେ। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Eight-Year-Old Boy Dies After Missing Inside Agra Water Park | Argus News