ପୁଣି ବିବାଦରେ IPS ଆଶିଷ ସିଂ , ECIଙ୍କ ପାଖରେ ବିଜେପି ଫେରାଦ
by Argus News
Mon, May 06 | 9:32 p.m.

ଅର୍ଗସ ବ୍ୟୁରୋ : ସରକାରୀ ବାବୁଙ୍କୁ ମହଙ୍ଗା ପଡ଼ିଲାଣି ପଦର ଦୂରୁପଯୋଗ । କାରଣ ଚାକିରି ସରକାରୀ ହେଲେ କାମ ବିଜେଡି ସମର୍ଥିତ । ସେଇଥି ଲାଗି ତ ଆକ୍ସନ ନେବାକୁ ସଜ ହେଲାଣି ନିର୍ବାଚନ କମିଶନ । ଯାହାକୁ ନେଇ ଏବେ ପୂରା ରାଜ୍ୟରେ ଜୋର ଧରିଲାଣି ଚର୍ଚ୍ଚା । କାରଣ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନଙ୍କ ଉପରେ ଆକ୍ସନ ପରେ ଏବେ ଓଡ଼ିଶାର ଆଉ ଜଣେ ବ୍ୟୁରୋକ୍ରାଟଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହୋଇଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଆଇଜି ଆଶିଷ ସିଂଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି । 

ରାଜ୍ୟରେ ଏବେ ବାବୁଙ୍କୁ ନେଇ ଚର୍ଚ୍ଚା ଜୋର । କାରଣ ପ୍ରଶାସନିକ ଚାକିରି କରିଥିବା ପରେ ବି ସରକାରୀ ଦଳର ଗୁମାସ୍ତାଙ୍କ ପରି କାମ କରୁଛନ୍ତି । ଖାଲି କାମ କରୁଛନ୍ତି ତାହା ନୁହେଁ ବରଂ ନିର୍ବାଚନ ବେଳେ ବି ଭୋଟ୍‌ ବଢାଇବାକୁ ପ୍ଲାନ୍‌ କରୁଛନ୍ତି । ସେଇଥି ଲାଗି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଛି ବିଜେପି । ଏ ଅଭିଯୋଗ ଏବେର ନୁହେଁ ବରଂ ବହୁପୂର୍ବର...ପୂର୍ବରୁ ବି ସମାନ ଅଭିଯୋଗ ହୋଇଥିଲା । ତେଣୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାଞ୍ଚଳ ଆଇଜି ପଦରୁ ବଦଳି କରାଯାଇ ଆଶିଷ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଥିଲା । ଏହାପରେ ବି ବାବୁ ଦଳୀୟ ପଦର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି ।

ଆଶିଷଙ୍କୁ ନେଇ ଥମୁନି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ତାଙ୍କୁ ନିଯୁକ୍ତି କରାଯାଇଛି । ହେଲେ ଏହି ଡ୍ୟୁଟି କରିବା ପରିବର୍ତ୍ତେ ଆଶିଷ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟର ଷଷ୍ଠ ମହଲାରେ ବେଆଇନ ଭାବେ ବସୁଥିବା ନେଇ ଅଭିଯୋଗ ହୋଇଛି । ସେଠାରୁ ସେ ଜୁନିଅର ପୋଲିସ ଅଧିକାରୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଯାହାକି ପୋଲିସ ଅଫିସର ସର୍ଭିସ ରୁଲ ଓ କଣ୍ଡକ୍ଟ ରୁଲ ୨୦୨୩ ର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି ବିଜେପି ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାଞ୍ଚଳ ଆଇଜି ଥିବାବେଳେ ଆଶିଷ ସିଂହ ଭି.କେ ପାଣ୍ଡିଆନଙ୍କ ପରି ବିଜେଡି ବିଚାରଧାରା ପ୍ରତି ତାଙ୍କର ଖୋଲା ସମର୍ଥନ ପ୍ରକାଶ କରୁଥିବା ବିଜେପି ଅଭିଯୋଗ ଆଣିଛି । ତେବେ ଗଣ୍ଡା ଅଫିସରଙ୍କ ନାଁରେ ଆକ୍ସନ ନେଇଛନ୍ତି ନିର୍ବାଚନ କମିଶନ, ଏବେ ପୁଣି ଥରେ ବାବୁଙ୍କ ନାଁରେ ଅଭିଯୋଗ ଆସିଥିବାରୁ ଆକ୍ସନକୁ ନେଇ ଅପେକ୍ଷା । 

MODI
16m ago
ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି
ଅର୍ଗସ ବ୍ୟୁରୋ : ପିଏମ୍‌ଙ୍କ ଓଡ଼ିଶା ଗସ୍ତ ନେଇ ଆସିଲା କାର୍ଯ୍ୟସୂଚୀ । ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳ
WHATSAPP
24m ago
ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବ
ଅର୍ଗସ ବ୍ୟୁରୋ: ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ଅଛି । କମ୍ପାନୀ କହିଛି ଯେ ଆପରେ ସୁରକ୍ଷା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବ ଏବଂ ଲିଙ୍କ୍ ହୋଇଥିବ
ରାଜନାଥ ସିଂ
29m ago
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି  ରାଜ୍ୟ ସରକାର ହଜାଇଦେଲେ: ରାଜନାଥ ସିଂ
ସମ୍ବଲପୁର: ନାକ୍‌ଟିଦେଉଳରେ ପୁଣି ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଦୋହରାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଏ ସରକା