୩୩ କୋଟି ଜିତିଲେ, ଜୀବନ ହାରିଲେ
by Argus News
Thu, Jun 27 | 7:53 p.m.

ଅର୍ଗସ ବ୍ୟୁରୋ : କାଳ ହେଲା ଅତ୍ୟଧିକ ଖୁସି । ମାତ୍ର କେଇ ମୁହୂର୍ତ୍ତରେ ଚାଲିଗଲା ଜୀବନ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରା ସତ । କାରଣ ଖେଳୁ ଖେଳୁ କେତେବେଳେ ତାହା ଜୁଆରେ ପରିଣତ ହେଲା ତାହା ଖେଳାଳି ଜଣକ ନିଜେ ବି ଜାଣିପାରିଲେନି । ଧୀରେ ଧୀରେ ତାହା ଅଭ୍ୟାସରେ ବଦଳିଗଲା । ଆଉ ଏମିତି ଖେଳୁ ଖେଳୁ ୩୩ କୋଟି ଜିତିଗଲେ । ଖାଲି ଜିତିଲେ ତାହା ନୁହେଁ ବରଂ ଏଇ ଖେଳ ହିଁ ତାଙ୍କ ପାଇଁ କାଳ ହେଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା ।

ମୃତ୍ୟୁ । ଏହା ଚିରନ୍ତନ ସତ୍ୟ । କେତେବେଳେ କାହା ଉପରେ କାଳର ଫାଶ ପଡ଼ିବ ସେକଥା କିଏ ବା କହିପାରିବ ? ସେଇଥି ଲାଗି କୁହାଯାଇଛି...ଜନ୍ମ ଓ ମୃତ୍ୟୁ କଥା କେହି କେବେ କହିପାରିବେ ନାହିଁ । ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ସୁଦୁର ସିଙ୍ଗାପୁର ଅଂଚଳରୁ । ଭାଇରାଲ ହେଉଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି କି,  ଜୁଆ ଖେଳରେ ୩୩ କୋଟିର ଜ୍ୟାକପଟ୍‌ ଲାଗିବା ପରେ ଜଣେ ବ୍ୟକ୍ତି ହୃଦ୍‌ଘାତରେ ଟଳି ପଡିଛନ୍ତି...ନିମିଷକେ ମାତ୍ର ଜୀବନ ତାଙ୍କର ଚାଲିଯାଉଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସିଙ୍ଗାପୁରର ଜଣାଶୁଣା କ୍ୟାସିନୋକୁ ଜୁଆ ଖେଳିବାକୁ ଆସିଥିଲେ ଜଣେ ବ୍ୟକ୍ତି । ତେବେ ଜୁଆ ଖେଳୁ ଖେଳୁ ଚମକି ଉଠିଥିଲା ତାଙ୍କ ଭାଗ୍ୟ। ତାଙ୍କ ହାତରେ ଲାଗିଥିବା ମୋଟା ଅଙ୍କର ଜ୍ୟାକ୍‌ପଟ୍‌। ସେ ପ୍ରାୟ ୩.୨ ମିଲିଅନ୍ ତଥା ୩୩ ଟଙ୍କା ଜିତିଥିଲେ। ଏହା ଦେଖି ତାଙ୍କ ଖୁସିର ଠିକଣା ରହିନଥିଲା। ସେ କ୍ୟାସିନୋ ଭିତରେ ନାଚିବାକୁ ଲାଗିଥିଲେ। ଚେୟାରରୁ ଠିଆ ହୋଇ ଡେଇଁବା ସହ ପବନରେ ପଞ୍ଚ ମାରିବାକୁ ଲାଗିଥିଲେ। ତେବେ ଏତିକି ବେଳେ କେହି କିଛି ବିଝିବା ପୂର୍ବରୁ ହଠାତ୍ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆମେ ଅନେକ ସମୟରେ ଦେଖିଛନ୍ତି ମଣିଷ ବେଳେବେଳେ ଏତେ ମାତ୍ରାରେ ଖୁସି ହୁଏ କି ପରବର୍ତ୍ତୀ ସମୟରେ ତା' ପାଇଁ ବିପଦ ଭାବରେ ଉଭା ହୁଏ । ଠିକ୍‌ ଏହି ଘଟଣା ଥିଲା କିଛି ଏମିତି । ମୋଟ୍‌ ଉପରେ ମଣିଷ କଣ କରୁଛି କଣ କରୁନି ତାହା ଉପରେ ନିଜେ ଧ୍ୟାନ ରଖିବା ଦରକାର । ନଚେତ୍‌ କେତେବେଳେ ଯେ ବହୁମୂଲ୍ୟ ଜୀବନ ଦୀପ ଲିଭିଯିବ ସେକଥା କିଏ କହିବ ?
 

`ସୁଭଦ୍ରା’
38m ago
ମୋଦିଙ୍କ ଜନ୍ମଦିନରେ ଶୁଭାରମ୍ଭ ହେବ `ସୁଭଦ୍ରା’ ଯୋଜନା
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର 17 ତାରିଖରେ ଶୁଭାରମ୍ଭ ହେବ `ସୁଭଦ୍ରା’ ଯୋଜନା । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । `ପ୍ରଧାନମନ୍ତ୍ର
ବିଜୟ ଉତ୍ସବ
ପ୍ରଦର୍ଶନୀ ପଡ଼ିଆରେ ବିଜେପି ପାଳିବ ବିଜୟ ଉତ୍ସବ
ଭୁବନେଶ୍ୱର: ଶପଥ ଗ୍ରହଣ ପରେ ବିଜେପିର ଆଉ ଏକ ବଡ଼ ଜନସମାବେଶ । ଆଜି ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ନାଁରେ ଦଳ ପାଳିବ ବିଜ
ମନ୍ କୀ ବାତ୍
ମୋଦିଙ୍କ ତୃତୀୟ ପାଳିର ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ 111ତମ ମନ୍ କୀ ବାତ୍ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ନିର୍ବାଚନ ପାଇ