ଭୁଶୁଡୁଛି ଲାଲ୍‌ଗଡ଼, ସଫଳ ହେବାରେ ଲାଗିଛି ମାଓ ଦମନ ନୀତି
by Argus News
Wed, Apr 17 | 8:41 p.m.

ଅର୍ଗସ ବ୍ୟୁରୋ : ଦେଶର ସବୁଠୁ ବଡ଼ ମାଓ ଅପରେସନ । ଏନକାଉଣ୍ଟରରେ ଟଳିଲେ ୨୯ ମାଓବାଦୀ । AK47 ରାଇଫଲ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଛତିଶଗଡ଼ କାଙ୍କେରରେ ଏବେ ବି ଚାଲିଛି କୁମ୍ବିଂ ଅପରେସନ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆହ୍ବାନ, ମୋଦିଙ୍କ ନେତୃତ୍ବରେ ଦେଶରୁ ନିପାତ ହେବେ ନକ୍ସଲ । ମଝି ଜଙ୍ଗଲରେ ଚାଲିଥିଲା ମାଓମେଳି । ଏକାଠି ହୋଇଥିଲେ ଟପ୍‌ କ୍ୟାଡର ମାୱାଦୀଙ୍କ ସମେତ ୫୦ରୁ ଅଧିକ ନକ୍ସଲ । ଏକତରଫା ଆଟାକ୍ କଲା ସୁରକ୍ଷାବାହିନୀ । ଦୀର୍ଘ ସମୟ ଧରି ଚାଲିଲା ଗୁଳି ବିନିମୟ । ଟଳିଲେ ୨୯ ନକ୍ସଲ, କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଲେ ନକ୍ସଲ ଗ୍ରୁପ୍ । ଛତିଶଗଡ଼ କାଙ୍କେର ଜିଲ୍ଲା ବିନାଗୁଣ୍ଡା ନିକଟ ଏକ ଜଙ୍ଗଲରେ ମଙ୍ଗଳବାର ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାବାହିନୀଙ୍କୁ ମିଳିଛି ବଡ଼ ସଫଳତା । 

ସ୍ଥାନୀୟ ପୋଲିସ, BSF, DRG ପକ୍ଷରୁ ହୋଇଥିବା ଏନକାଉଣ୍ଟରରେ ୨୯ ନକ୍ସଲ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ରହିଛି ସଂଗଠନର ଟପ୍‌ କମାଣ୍ଡର ଶଙ୍କର ରାଓ । ଯାହା ନାଁରେ ପୂର୍ବରୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ୨୯ ମୃତଦେହ ଜବତ ସହ AK47 ରାଇଫଲ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏବେ ବି ଜଙ୍ଗଲରେ ଚାଲିଛି ଚାଲିଛି ସର୍ଚ୍ଚ ଅପରେସନ ।  

ଅପରେସନରେ ସାମିଲ ଯବାନଙ୍କୁ ଶୁଭେଚ୍ଛା ସହ ୨ ଆହତ ଯବାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିକାଶ, ଶାନ୍ତି ଓ ଯୁବପିଢିଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନକ୍ସଲବାଦ ବଡ଼ ସମସ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶରୁ ମାଓ ସମସ୍ୟା ମୁକ୍ତ କରିବାକୁ ଚାଲିଛି ଅଭିଯାନ । ସରକାରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ସୁରକ୍ଷା କର୍ମୀଙ୍କ ପ୍ରୟାସ ଯୋଗୁଁ ମାଓ ସମସ୍ୟା ଛୋଟ ଅଞ୍ଚଳରେ ସୀମିତ ରହିଛି । ଖୁବଶୀଘ୍ର ଛତିଶଗଡ ସହ ସାରା ଦେଶ ମାଓ ସମସ୍ୟାରୁ ମୁକ୍ତ ହେବ ବୋଲି ଅମିତ ଶାହ ଦୃଢୋକ୍ତି କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଆସନ୍ତା ୧୯ରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବା ବେଳେ, ନିର୍ବାଚନ ପୂର୍ବରୁ ମାଓ ଗଡ଼ ଧ୍ବସଂ କରିଛି ସୁରକ୍ଷାବାହିନୀ । ସେପଟେ ବଡ଼ ଧରଣର ମାଓ ଅପରେସନ ପରେ ସିଲ୍‌ ହୋଇଛି ଓଡିଶା ଛତିଶଗଡ଼ ସୀମା । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୂଆପଡା ସୀମା ସିଲ କରାଯାଇଛି । ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପ ଉପରେ ନଜର ରହିବା ସହ ଚାଲିଛି ସର୍ଚ୍ଚ ଅପରେସନ ।
 
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍