"ଭାରତ-ଚୀନ LAC ଚୁକ୍ତିର ଅର୍ଥ ସମସ୍ୟାର ସମାଧାନ ନୁହେଁ"-ଏସ. ଜୟଶଙ୍କର
by Argus News
Sun, Oct 27 | 9:29 p.m.

ଅର୍ଗସ ବ୍ୟୁରୋ :  ଭାରତ-ଚୀନ LAC ଚୁକ୍ତିର ଅର୍ଥ ସମସ୍ୟାର ସମାଧାନ ନୁହେଁ । ସୀମାରୁ ସୈନ୍ୟ ପ୍ରତ୍ୟାହାର ପରବର୍ତ୍ତୀ ପଦକ୍ଷେପ ଉପରେ ବିଚାର କରିବାକୁ ଏହା ସୁଯୋଗ ସୃଷ୍ଟି କରିଥିବା କହିଛନ୍ତି ବୈଦେଶିକି ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ୪ ବର୍ଷରୁ ଅଧିକ ସମୟ ଧରି ଲଦାଖ ସୀମାବର୍ତ୍ତୀ ଏଲ୍‌ଏସିରେ ଲାଗି ରହିଥିବା ଅଶାନ୍ତକୁ ଦୂର କରିବା ପାଇଁ ଏହି ବୁଝାମଣା ଉଭୟ ଦେଶ ପାଇଁ ଶୁଭଙ୍କର ହେବ ବୋଲି ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଜୟଶଙ୍କର । ଚୁକ୍ତି ଅନୁଯାୟୀ ଉଭୟ ଦେଶର ସେନା ପଛକୁ ହଟିବା ଆରମ୍ଭ କରିଛନ୍ତି। ଭାରତ-ଚୀନ୍ ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଚୁକ୍ତିର ସଫଳତା ପାଇଁ ସେନା ଓ  କୂଟନୀତିଜ୍ଞକୁ ଶ୍ରେୟ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ।

ଅଧିକ ପଢନ୍ତୁ ଭାରତ ଖବର

ଭାରତ-ଚୀନ ମଧ୍ୟକେ ବିଶ୍ୱାସ ବୃଦ୍ଧି ଏବଂ ଏକତ୍ର କାର୍ଯ୍ୟ କରିବା ପରି ସ୍ଥିତି ପାଇଁ ଅଧିକ ସମୟ ଲାଗିବ ବୋଲି ସେ କହିଛନ୍ତି। ଉଭୟ ଦେଶର ସେନା ପଛକୁ ହଟିବା ନେଇ ଅକ୍ଟୋବର ୨୧ ତାରିଖରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।  ଚୁକ୍ତି ଅନୁଯାୟୀ ଡେପସାଙ୍ଗ ଓ ଡେମଚୋକରେ 4 ବର୍ଷ ପୂର୍ବରୁ ଯେପରି ପାଟ୍ରୋଲିଂ ହେଉଥିଲା, ସେହି ଧାରା ପୁନଃ ଆରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଗତ ୨୩ ତାରିଖରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଥିଲା ବୋଲି ଜୟଶଙ୍କର କହିଛନ୍ତି । ବୁଝାମଣା ଅନୁଯାୟୀ ଆସନ୍ତା ୨୯ ତାରିଖ ସୁଦ୍ଧା ଡେପ୍‌ସାଙ୍ଗ ଏବଂ ଡେମ୍‌ଚୋକ୍‌ରୁ ସେନା ପ୍ରତ୍ୟାହାର ଶେଷ ହେବ ।  ୩୧ତାରିଖ ସୁଦ୍ଧା ଉଭୟ ପକ୍ଷ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛନ୍ତି।

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ