2026ରେ ଭାରତ ହେବ 5 ଟ୍ରିଲିଅନ ଡଲାର ଅର୍ଥନୀତି- ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ
by Argus News
Sun, Dec 17 | 1:35 p.m.

ଅର୍ଗସ ବ୍ୟୁରୋ:  2026 ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ଏହି ଆକଳନ କରିଛନ୍ତି ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟା। ଆସନ୍ତା ୩ ବର୍ଷ ମଧ୍ୟରେ ଜର୍ମାନୀ କିମ୍ବା ଜାପାନ ଅର୍ଥନୀତିର ଆକାର ୫ ଟ୍ରିଲିଅନ ଡଲାର ଟପିବା ସମ୍ଭାବନା ନଥିବା ସେ କହିଛନ୍ତି । 

ଏହାସହ ପାନାଗାରିୟା କହିଛନ୍ତି ୨୦୨୬ରେ ଭାରତ ୫ ଟ୍ରିଲିଅନ ଡଲାର ଏବଂ ୨୦୨୭ରେ ୫.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବ । ଏହାର ଅର୍ଥ, ଆଶା କରାଯାଉଛି ଯେ 2026 ଶେଷ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତିରେ ପରିଣତ ହେବ । ଅଷ୍ଟାଦଶ ସି ଡି ଦେଶମୁଖ ସ୍ମାରକୀ ବକ୍ତୃତା ଦେବା ଅବସରରେ ଏହା କହିଛନ୍ତି ପାନଗାରିୟା । 

ଅଗ୍ରଣୀ ଅର୍ଥନୀତିଜ୍ଞଙ୍କ ଅନୁଯାୟୀ, ଭାରତ ସଂସ୍କାର ଆରମ୍ଭ କରିବା ଆବଶ୍ୟକ ରହିଛି । ଯାହା ଶିଳ୍ପ ଏବଂ ସେବାରେ ଥିବା ଉଦ୍ୟୋଗଗୁଡିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଯାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାଦ୍ୱାରା ଶ୍ରମିକମାନଙ୍କ ପାଇଁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତର ପାଇଁ ବାଟ ଖୋଲିବ । 

ତେବେ ନିକଟରେ ଆମେରିକା-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମର ଚେୟାରମ୍ୟାନ୍ ଜନ୍ ଚାମ୍ବରସ୍ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଭାରତ ବିଶ୍ୱର ଏକ ନମ୍ବର ଅର୍ଥନୀତି ହେବା ଦିଗରେ ଯାତ୍ରା କରୁଛି । ସେ ଏହା କହିବାର ଦିନକ ପରେ ଭାରତ ଅର୍ଥନୀତିକୁ ନେଇ ଏପରି ଆକଳନ କରିଛନ୍ତି ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟା ।

ଆହୁରି ପଢନ୍ତୁ ଭାରତ ଖବର...

LOW PRESSURE
29m ago
ନିର୍ବାଚନରେ ବାଧକ ସାଜିପାରେ ବର୍ଷା...
ଅର୍ଗସ ବ୍ୟୁରୋ: ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍
ADR REPORT
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟ
ଆଇଲାସେସ୍
ଆଖି ନଷ୍ଟ କରେ ଆଇଲାସେସ୍
ଅର୍ଗସ ବ୍ୟୁରୋ: ସବୁ ଝିଅଙ୍କୁ ମେକଅପ୍ ନେବାକୁ ଭଲଲାଗେ। ଆଜିକାଲି ମାର୍କେଟକୁ ଏତେ ସବୁ ମେକଅପ୍ ପ୍ରଡକ୍ସ ଆସିଲାଣି ତାର ଗଣନା କରିହେବନି। ମେକଅପ୍ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇପାରୁଛି