କାଳବୈଶାଖୀ ତାଣ୍ଡବ; ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
by Argus News
Sat, Apr 27 | 9:44 a.m.

କୋରାପୁଟ:  କୋରାପୁଟ ଜିଲ୍ଲା ନାରାୟଣପାଟଣାରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ବର୍ଷା ଓ ତୀବ୍ର ପବନ ଯୋଗୁଁ ନାରାୟଣପାଟଣା ବ୍ଲକ୍ ମୁଣ୍ଡିଗୁଡ଼ାରେ 2 ଟି ଘର ଓ ମୁଷଳମୁଣ୍ଡା ଗାଁରେ 2 ଟି ଏବଂ କାମ୍ବୀୱାଲ୍ସା ଗାଁରେ 3 ଟି କୁଡ଼ିଆ ଘର ଭାଙ୍ଗି ଚୂର୍ ମାର୍ ହୋଇଥିବା ଖବର ସାମ୍ନାକୁ ଆସିଛି ।  

ଅଞ୍ଚଳରେ ଏକାଧିକ ଜାଗାରେ ଗଛ ପଡ଼ି ଥିବା ସୂଚନା ମିଳିଛି । ସେପଟେ ସଦର ଚମ୍ପିକଟା ସାହି ଓ ଏକାଧିକ ସ୍ଥାନରେ ଥିବା ବିଦ୍ୟୁତ୍ ତାର ଉପରେ ଗଛ ପଡ଼ିଥିବା ସୂଚନା ଦେଇଛନ୍ତି ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ । ସକାଳ ହେଲେ କ୍ଷୟକ୍ଷତି ଆକଳନ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି ତହସିଲ ବିଭାଗ । କେବଳ ନାରାୟଣପାଟଣା ନୁହେଁ ବନ୍ଧୁ ଗାଁ ବ୍ଲକ୍ ରେ ମଧ୍ୟ କାଳବୈଶାଖୀ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । 

ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ସନ୍ତୁଳି ହେଉଛି ଓଡ଼ିଶା । ଆହୁରି 4 ରୁ 5ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବ । ଦିନ ତାପମାତ୍ରା 2 ଡ଼ିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ କିଛି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ 45 ଡିଗ୍ରୀ କିମ୍ବା ଅଧିକ ପାରଦ ରେକର୍ଡ ସମ୍ଭାବନା ରହିଛି । 

ଆହୁରି ୪ ଦିନ ଜାଳିବ ତାତି...
 

BOBBY DAS
23m ago
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
34m ago
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
37m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ