ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍, `X'ରେ ପୋଷ୍ଟ କରି ଅପିଲ୍ କଲେ ପ୍ରଧାନମନ୍ତ୍ରୀ
by Argus News
Fri, Apr 26 | 10:19 a.m.

ଅର୍ଗସ ବ୍ୟୁରୋ:  ରେକର୍ଡ ସଂଖ୍ୟକ ଭୋଟ୍ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି । ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ଅଧିକ ଭୋଟ୍ ଦେବାକୁ `X'ରେ ପୋଷ୍ଟ କରି ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେତେ ଅଧିକ ଭୋଟ୍ ହାର ହେବେ, ଆମ ଗଣତନ୍ତ୍ର ସେତେ ମଜଭୁତ୍ ହେବ । ଦେଶର ଯୁବବର୍ଗ ଓ ନାରୀଶକ୍ତି ଆଗକୁ ଆସି ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ।

ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତର ମହାପର୍ବ ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ବିତୀୟ ପର୍ଯ୍ୟାୟ । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ମୋଟ୍ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ 88 ସିଟ୍ ପାଇଁ ହେଉଛି ଭୋଟିଂ । ଯାହା ମଧ୍ୟରେ ରହିଛି କେରଳର ସମସ୍ତ ୨୦ ସିଟ୍, କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ମହାରାଷ୍ଟ୍ର ଓ  ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ବିହାରର ୫ଟି ଲେଖାଏଁ ସିଟରେ ଭୋଟିଂ ହେବ। ସେହିପରି ଛତିଶଗଡ଼ ଓ ପଶ୍ଚିମବଙ୍ଗର ତିନିଟି ଆସନରେ ମଧ୍ୟ ହେବ ମତଦାନ । ତ୍ରିପୁରା, ଜମ୍ମୁ-କାଶ୍ମୀର ଓ ମଣିପୁରର ଗୋଟିଏ ଲେଖାଏଁ ଆସନରେ ପଡ଼ିବ ଭୋଟ୍ । ପ୍ରକୃତରେ ଦ୍ବିତୀୟ ପର୍ଯ୍ୟାୟରେ ୮୯ଟି ଆସନରେ ମତଦାନ ହେବା କଥା । ମାତ୍ର ମଧ୍ୟ ପ୍ରଦେଶର ବେତୁଲରେ ବିଏସପି ପ୍ରାର୍ଥୀଙ୍କ ଦେହାନ୍ତ ହେବାରୁ ସେଠାରେ ମତଦାନ ମେ ୭କୁ ଘୁଞ୍ଚାଇ ଦିଆଯାଇଛି । ଯେଉଁଥିପାଇଁ ୮୮ଟି ଆସନ ପାଇଁ ଆଜି ଚାଲିଛି ଭୋଟିଂ ।  ସକାଳ ୭ଟାରୁ ସଂଧ୍ୟା 5ଟା ଯାଏଁ ଚାଲିବ ମତଦାନ । କେତେକ ସ୍ଥାନରେ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ ।

ସେପଟେ ୮୮ ଆସନରେ ୧୨୦୨ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ମୋଟ୍ ୧୫.୮୮ କୋଟି ଭୋଟର୍ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ୮.୦୮ କୋଟି ପୁରୁଷ ଓ ୭.୮ କୋଟି ମହିଳା ।  ପାଖାପାଖି ୩୪ ଲକ୍ଷ ୮୦ ହଜାର ନୂଆ ଭୋଟର୍ ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ । ସେପଟେ ନିର୍ବାଚନକୁ ସୁରକ୍ଷିତ ଭାବେ ଓ ସୁଚାରୁରୂପେ ସମ୍ପାଦିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଲକ୍ଷେ ୬୭ ହଜାର ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ ୧୬ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।  50 ପ୍ରତିଶତ ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଥିବା ବେଳେ ୪ ହଜାର ୧୦୦ ବୁଥରେ କେବଳ ମହିଳାମାନଙ୍କୁ ମୁତୟନ କରାଯାଇଛି । ସେହିପରି ୬୪୦ ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗମାନେ ନିର୍ବାଚନ ପରିଚାଳନା କରିବେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

DELHI COURT REMANDS
6m ago
ସ୍ୱାତୀ ମାଲିୱାଲଙ୍କୁ ମାରପିଟ୍ କରିଥିବା ନେଇ ହୋଇଥିଲା ଅଭିଯୋଗ
ଅର୍ଗସ ବ୍ୟୁରୋ : ୫ ଦିନିଆ ରିମାଣ୍ଡରେ ଗଲେ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର । ସ୍ୱାତୀ ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲାରେ କୁମାରଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଦିଲ୍ଲୀର ଏ
JOB
13m ago
କୋଭିଡ୍ -19 ସମୟରେ ଏହି ସବୁ ସେକ୍ଟରରେ ସର୍ବାଧିକ ଛଟେଇ ହୋଇଥିଲା
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଚାକିରି କ୍ଷେତ୍ରରେ ଅନକ ଖରାପ ପରିସ୍ଥିତ ଦେଖା ଯାଉଛି । ଯାହାକି କୋଭିଡ୍ -19 ପରଠାରୁ ଟୁରିଜିମ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇପାରିଛି