ଚେନ୍ନାଇରେ ବଡ଼ ଧରଣର ଅଘଟଣ, ଜୀବନ୍ତ ଜଳିଗଲେ ୧୦ ଲୋକ
by Argus News
Sat, Feb 17 | 7:33 p.m.

ଅର୍ଗସ ବ୍ୟୁରୋ : ଚେନ୍ନାଇରେ ବଡ଼ ଧରଣର ଅଘଟଣ । ଜୀବନ୍ତ ଜଳିଗଲେ ୧୦ ଲୋକ ।  ଆଜି ତାମିଲନାଡୁର ବିରୁଧନଗର ଜିଲ୍ଲାର ଏକ ବାଣ ତିଆରି କାରଖାନାରେ ନିଆଁ ଲାଗି ବିସ୍ଫୋରଣ ଘଟିଛି । ମିଳିଥିବା ସୂଚନା ମୁତାବକ ଶନିବାର ତାମିଲନାଡୁର ବିରୁଧନଗର ଜିଲ୍ଲାର ଭେମ୍ବାକୋଟାଇ ନିକଟ ରାମୁଥେଭାନପଟ୍ଟିଠାରେ ୱାଇନର ନାମକ ଏକ ବାଣ ତିଆରି କାରଖାନାରେ ନିଆଁ ଲାଗିଯାଇଥିଲା । ଆଉ ନିଆଁ ଲାଗିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ବିସ୍ଫୋରଣ ପରେ ପ୍ରାୟ ୩ଟି କୋଠା ଭୁଶୁଡ଼ି ପଡ଼ିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀ ବିସ୍ଫୋରଣ ସ୍ଥଳରେ ପହଞ୍ଚିବାବେଳେକୁ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରି ନାହିଁ । କୁହାଯାଉଛି ଯେ ସ୍ଥାନୀୟ ଶ୍ରମିକଙ୍କ ସହ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ମଧ୍ୟ ବାଣ କାରଖାନାରେ କାମ କରୁଥିଲେ । ପୋଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କାରଖାନାର ରାସାୟନିକ ମିଶ୍ରଣ କକ୍ଷରେ ଏହି ଦୁର୍ଘଟଣା ଘଟିଛି । ତେବେ ଘଟଣାଟି କିପରି ହେଲା ଏନେଇ ଅନୁସନ୍ଧାନ ଜାରି ରହିଛି ।

RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର