ଏହି ଗାଁରେ ମତ ସାବ୍ୟସ୍ତ କଲେ ସମସ୍ତ ଲୋକ
by Argus News
Sun, Apr 28 | 6:12 p.m.

ଅର୍ଗସ ବ୍ୟୁରୋ: ଭୋଟ୍‌...ଏହା ଆମ ଅଧିକାର । ସମ୍ବିଧାନ ଅନୁସାରେ ପ୍ରତି ୫ ବର୍ଷରେ ଥରେ ଆମେ ନିଜର ଜନପ୍ରତିନିଧୀଙ୍କୁ ବାଛି ଥାଉ । ଆଜିକାଲି ପୋଲିଂ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହେଲାଣି । କିନ୍ତୁ ଏବେ ବି ଏମିତି ଏକ ସ୍ଥାନ ରହିଛି ଯେଉଁ ଗାଁରେ ପୋଲିଂ ବ୍ୟବସ୍ଥା ହିଁ ନଥିଲା । ପାଖାପାଖି ୮ କିଲୋମିଟର ବଣୁଆ ରାସ୍ତାରେ ଚାଲିଚାଲି ବୁଥ୍‌ରେ ପହଞ୍ଚିଥିଲେ ଭୋଟର, ଆଉ ଦେଇଥିଲେ ଭୋଟର । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।  

ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଏକ ତଥ୍ୟ ସାମନାକୁ ଆସିଛି । ଦକ୍ଷିଣ କନ୍ନଡ ଜିଲ୍ଲାର ବେଲଥାଙ୍ଗଡି ତାଲୁକର ଆଭ୍ୟନ୍ତରିଣ ବସ୍ତି ବଞ୍ଜୁରୁମାଲ ଯେଉଁଠି ଲୋକସଭା ନିର୍ବାଚନରେ ଶତପ୍ରତିଶତ ମତଦାନ ହୋଇଛି । ଏହି ପଲ୍ଲୀରେ ଭୋଟର ସଂଖ୍ୟା ମୋଟ୍ 111, ହେଲେ ମତଦାନ ଶେଷ ହେବାର ଦୁଇ ଘଣ୍ଟା ପୂର୍ବରୁ ସରିଥିଲା ମତଦାନ । ଏଠାରେ ବସବାସ କରୁଥିବା ଅଧିକାଂଶ ଲୋକ ବନବାସୀ, ଆଦିବାସୀ କୃଷକ ଓ କ୍ଷୁଦ୍ର ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହକାରୀ । ନା ଏଠାକୁ ଗମନାଗମନ ସୁବିଧା ଅଛି ନା ବିଜୁଳି ଅଛି । ସୂର୍ଯ୍ୟାଆଲୋକରେ ଚଳନ୍ତି । ଝରଣା ପାଣିରେ ଶୋଷ ମେଣ୍ଟାନ୍ତି । କିନ୍ତୁ ଏହା ପରେ ବି ଭୋଟ ଦେଇଥିବାରୁ ଚର୍ଚ୍ଚା ଜୋର ।

ନିର୍ବାଚନ, ରାଜନୀତି, ଭୋଟ୍ ଏହାକୁ ଶିକ୍ଷିତ ଲୋକ ଖୁବ ଭଲ ଭାବରେ ବୁଝନ୍ତି । ହେଲେ ଯେତେବେଳେ ନିର୍ବାଚନ ହୁଏ ଗ୍ରାମାଞ୍ଚଳରେ ଭୋଟ୍ ହାର୍ ଅଧିକ ରହିଥାଏ । ଆଉ ସହରାଞ୍ଚଳରେ କମ୍ । ଆମେ ଏକ ପ୍ରକାର କହିପାରିବା ଶିକ୍ଷିତ ଲୋକ ଭୋଟ୍ ଦେବାକୁ ଯାଆନ୍ତିନି । ହେଲେ ଏହି ଘଟଣାରୁ କିଛି ଶିଖିବାର କଥା । 
 

BJP
2m ago
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ ପ୍ରସଙ୍ଗରେ ବିଜେପିର ମିଳିତ ହମଲା
ଅର୍ଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯାଇଥିବା ଚର୍ଚ୍ଚା ଭିତରେ ବିଜେଡି କ୍ଷମତାକେନ୍ଦ୍ର ଉପରେ ଷଣ୍ଢୁଆସୀ ଆକ୍ରମଣ କରିଛନ୍ତି ବିଜେପିର ୫ ହେଭିୱେଟ୍ । ବିଜେପିର ମୁଖ୍ୟମନ୍ତ୍ର
MIGRANT ISSUES
13m ago
ଶିଳ୍ପ ନଗରୀରେ ମିଳୁନି କାମ, ଦାଦନ ଖଟିବାକୁ ଯାଇ ଗଲା ଜୀବନ
ଅର୍ଗସ ବ୍ୟୁରୋ : ଶିଳ୍ପ ନଗରୀରେ ମିଳୁନି କାମ । ଦାଦନ ଖଟିବାକୁ ଯାଇ ପୁଣି ଜଣଙ୍କ ଜୀବନ ଗଲା । ରାଜ୍ୟରେ ଦାଦନ ଯନ୍ତ୍ରଣା ଥମୁନ ଥିବାବେଳେ ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଳିଙ୍ଗନଗ
ଡ୍ରାଇଭିଙ୍ଗ ଲାଇସେନ୍ସ
16m ago
ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ନିୟମ ହେଲା ଆହୁରି କଡାକଡି
ନୂଆଦିଲ୍ଲୀ: କେରଳରେ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରାପ୍ତ କରିବା ଆହୁରି ହେଲ ମୁସ୍କିଲ। କାରଣ କେରଳ ମୋଟର ବାହାନ ବିଭାଗ ଡ୍ରାଇଭିଙ୍ଗ ଟେଷ୍ଟ ନିୟମରେ ଅନେକ ପରିବତ୍ତ