ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ ଆସନରେ ବିଜୟୀ
by Argus News
Sun, Feb 11 | 9:32 p.m.

ଅର୍ଗସ ବ୍ୟୁରୋ:  ପାକିସ୍ତାନ ନିର୍ବାଚନ ପରେ ଫଳାଫଳକୁ ନେଇ ଗତ ୪ ଦିନ ହେଲା ଜାରି ଅନିଶ୍ଚିତତା ଆଜି ଦୂର ହୋଇଛି। ପାକିସ୍ତାନ ନିର୍ବାଚନ କମିଶନ ଆଜି ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଛନ୍ତି। ଅଧିକାରୀକ ଭାବେ ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ଏହି ଘୋଷଣା ପରେ କେଉଁ ପାର୍ଟିକୁ କେତୋଟି ଆସନ ମିଳିଛି ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି।  ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ଜେଲରେ ବନ୍ଦୀ ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ ଆସନରେ ବିଜୟୀ ହୋଇଛନ୍ତି।

ସେହିପରି ୩ ଥର ପ୍ରଧାନମନ୍ତ୍ରୀ ଥିବା ମିଆଁ ନୱାଜ ସରିଫଙ୍କ ପିଏମଏଲ-ଏନ ପାର୍ଟି ପ୍ରାର୍ଥୀମାନେ ୭୫ଟି ଆସନରେ ବିଜୟୀ ହୋଇଥିବା ବେଳେ ସଂସଦରେ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଛି। ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପ୍ୟୁପିଲସ ପାର୍ଟିକୁ ୫୪ଟି ଆସନ ମିଳିଛି। ସେହିପରି ମୁତ୍ତାହିଦା କୌମୀ ମୁଭମେଣ୍ଟ ପାକିସ୍ତାନକୁ ୧୭ଟି ଆସନ ମିଳିଛି। ଏହା ଛଡା ଦେଶର ୧୨ଟି ଆସନରେ ଛୋଟଛୋଟ ଦଳମାନେ ମଧ୍ୟ ବିଜୟୀ ହୋଇଛନ୍ତି। ଇସିପି ୨୬୫ଟି ଆସନରୁ ୨୬୪ଟିର ଫଳାଫଳ ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

ଓଡ଼ିଶା ପ୍ରଦେଶ କଂଗ୍ରେସ
now
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
3m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
31m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ