୧୧୯ ଘଣ୍ଟା ୫୭ ମିନିଟର ମାରାଥନ୍ ରୋଷେଇ କରି ବିଶ୍ୱ ରେକର୍ଡ଼
by Argus News
Sun, Nov 12 | 10:30 a.m.

ଅର୍ଗସ ବ୍ୟୁରୋ : ପ୍ରତ୍ୟେକ ଲୋକ ଚାହିଁଥାନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ । ଆଉ ସେଥିପାଇଁ ସେ ଯଥେଷ୍ଟ ପରିଶ୍ରମ ଏବଂ ଚେଷ୍ଟା ବି କରିଥାନ୍ତି । କାରଣ ସମସ୍ତଙ୍କୁ ପ୍ରଶଂସା ବେଶ୍‌ ପସନ୍ଦ । ଠିକ୍ ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଆଲାନ୍ ଫିସର । ଯିଏକି ୧୧୯ ଘଣ୍ଟା ୫୭ ମିନିଟର ମାରାଥନ୍ ରୋଷେଇ କରି ବିଶ୍ୱ ରେକର୍ଡ଼ କରିଛନ୍ତି । 


ଆଲାନ ଫିସର । ଆୟାରଲାଣ୍ଡର ବାସିନ୍ଦା । ଆଲାନ୍ ଏବେ ଏମିତି ରୋଷେଇ କରିଛନ୍ତି ଯାହାକୁ ନେଇ ସେ ବିଶ୍ଵରେ ଏବେ ଭାରି ଚର୍ଚ୍ଚାରେ ଅଛନ୍ତି । ନିକଟରେ ଆଲାନ୍ ଫିସର  ରନ୍ଧନ ସମ୍ବନ୍ଧୀୟ ଦୁଇଟି ବିଶ୍ବ ରେକର୍ଡ ଭାଙ୍ଗିଛନ୍ତି। ପ୍ରଥମଟି ହେଉଛି ମ୍ୟାଟସୁରେ ଥିବା ତାଙ୍କର ଇଂରେଜ-ଥିମ୍ ରେଷ୍ଟ୍ରୁରାଣ୍ଟରେ ୧୧୯ ଘଣ୍ଟା ୫୭ ମିନିଟ ପାଇଁ ନନ୍ ଷ୍ଟପ୍ ରାନ୍ଧି ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଏବଂ ଦ୍ବିତୀୟଟି ହେଉଛି ନାଇଜେରୀୟ ସେଫ୍ ହିଲଡା ବାସି ଯିଏକି ପୂର୍ବରୁ ଏହି ରେକର୍ଡ କରିଥିଲେ । ହେଲେ ତାଙ୍କଠାରୁ ଫିସର ୨୪ ଘଣ୍ଟା ଅଧିକ ସମୟ ରୋଷେଇ କରି ଚର୍ଚ୍ଚାକୁ ଆସିଛନ୍ତି । ସେହିପରି ଆଲାନ୍ ଫିସର ଆମେରିକାର ୱେଣ୍ଡି ସାଣ୍ଡର୍ନଙ୍କ ଦ୍ୱାରା ନିର୍ମିତ ରେକର୍ଡକୁ ଭାଙ୍ଗି ଦୀର୍ଘ ୪୭ ଘଣ୍ଟା ୨୧ ମିନିଟ୍ ଧରି ଲଗାତାର କେକ୍ ପ୍ରସ୍ତୁତ କରି ବେକିଂ ମାରାଥନ୍ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଲାନ୍ ଲଗାତର ଭାବେ ୧୬୦ ଘଣ୍ଟାରୁ ଅଧିକ ସମୟ ଧରି ରୋଷେଇ ଘରେ ହିଁ କାମ କରୁଥିଲେ। ଯାହାକି ଜଣେ ସାଧାରଣ ଲୋକ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ହୋଇଥାଏ।


ଏହିପରି ଭାବେ ଦୀର୍ଘ ୯ ଦିନର ରୋଷେଇରେ ସେ ୩୫୭ କେ.ଜି. ଓଜନର କେକ୍ ଓ ୫୯୦ କେ.ଜି. ଓଜନର ଅନ୍ୟାନ୍ୟ ଖାଦ୍ୟ ଯାହା ୩୨ ପ୍ରକାର ବ୍ୟଞ୍ଜନ ସମ୍ବଳିତ ଅଟେ, ତାହା ସେ ପ୍ରସ୍ତୁତ କରିଥିଲେ । ତାଙ୍କର ଏହି ମାରାଥନ ରୋଷେଇ ବେଳେ ତାଙ୍କୁ ଏକାକୀ ପ୍ରାୟ ତିନି କ୍ୱିଣ୍ଟାଲ ଆଳୁରୁ ଚୋପା ଛଡ଼ାଇବାକୁ ପଡ଼ିଥିଲା । ଏବଂ ସେ ନିଜ ହାତରେ ଆବଶ୍ୟକ ପରିମାଣର ଅଟା ମଧ୍ୟ ଦଳିଥିଲେ ।ତାଙ୍କର ଏହି ଚେଷ୍ଠା ଏବଂ ପରିଶ୍ରମ ପାଇଁ ସେ ଆଜି ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏବଂ ଚାରିଆଡୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି।

ଅଧିକ ପଢନ୍ତୁ ବିଦେଶ ଖବର...

ନୋଟ୍ ବଣ୍ଟା
3m ago
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି
'ସନ୍ଥକବି'
10m ago
ପାଣ୍ଡିଆନ କହିଲେ 'ସନ୍ଥକବି' ଗଙ୍ଗାଧର ମେହେର
ସମ୍ବଲପୁର: ସଭାରେ ବିଳିବିଳେଇଲେ ପାଣ୍ଡିଆନ । ସମ୍ବଲପୁର ସଭାରେ ସମ୍ବୋଧନ କରୁଥିବା ସମୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି' । ଭୀମଭୋଇଙ୍କ ନାମ ପୂର୍ବରୁ କେବ
MODI
18m ago
ସରକାର ଆସିବ ଗରିବଙ୍କ ଟଙ୍କା ଫେରିବ :ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଇଡି ଦ୍ୱାରା ଜବତ ହୋଇଥିବା ସମସ୍ତ ଟଙ୍କାକୁ ଆମ ସରକାର ଆସିଲେ ଗରିବ ଲୋକଙ୍କୁ ସବୁ ଟଙ୍କା ଫେରସ୍ତ କରାଯିବ ବୋଲ଼ି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତ