ବେଙ୍ଗାଲୁରୁରେ ଜଳ ସଂକଟ, ୨୨ ପରିବାର ଦେଲେ ଜରିମାନା
by Argus News
Mon, Mar 25 | 3:22 p.m.

ଅର୍ଗସ ବ୍ୟୁରୋ : ଦିନେ ଗାର୍ଡେନ ସିଟି ନାଁରେ ପରିଚିତ ଥିବା ବେଙ୍ଗାଲୁରୁ ଏବେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଦେଶର ଆଇଟି କ୍ୟାପିଟାଲରେ ଉତ୍କଟ ଜଳସଙ୍କଟ। ବେଙ୍ଗଲୁରୁ ଛାଡ଼ି ନିଜ ରାଜ୍ୟକୁ ପଳାଉଛନ୍ତି । ଏହାରି ମଧ୍ୟରେ କିଛି ପରିବାର ପାଣି ଅପଚୟ କରିବା ଅଭିଯୋଗରେ ଜରିମାନା ଦେଇଛନ୍ତି । ବେଙ୍ଗାଲୁରୁ କର୍ତ୍ତୃପକ୍ଷ ୨୨ଟି ପରିବାର ଉପରେ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ କରିଛନ୍ତି । ରାଜ୍ୟରେ ଘୋର ଜଳ ଅଭାବ ମଧ୍ୟରେ ଜଳ ସଂରକ୍ଷଣ ବୋର୍ଡର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଥିଲା ।

୨୨ଟି ପରିବାର ଜରିମାନା ଆକାରରେ ୧ ଲକ୍ଷ ୧୦ ହଜାର ଟଙ୍କା ସଂଗ୍ରହ କରାଯାଇଛି । ସହରର ବିଭିନ୍ନ ଅଞ୍ଚଳରୁ ଜରିମାନା ଆଦାୟ କରାଯାଇଥିଲା, ଯେଉଁଥିରେ ସର୍ବାଧିକ ୮୦,୦୦୦ ଟଙ୍କା ଦକ୍ଷିଣ ଅଞ୍ଚଳରୁ ଆଦାୟ ହୋଇଛି । ଏହି ମାସ ଆରମ୍ଭରେ, BWSSB ଜଳ ସଙ୍କଟକୁ ଦୃଷ୍ଟିରେ ରଖି ପାନୀୟ ଜଳର ମିତବ୍ୟୟ ବ୍ୟବହାର ପାଇଁ ସୁପାରିଶ କରିଥିଲା । ଗାଡି ଧୋଇବା, ନିର୍ମାଣ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ପାନୀୟ ଜଳ ବ୍ୟବହାର ନକରିବାକୁ ସହରବାସୀଙ୍କୁ ଅନୁରୋଧ କରିଥିଲା । ନିୟମ ଉଲ୍ଲଙ୍ଘନ କଲେ 5 ହଜାର ଟଙ୍କା ଜରିମାନେ ହୋଇପାରେ ବୋଲି ମଧ୍ୟ ଚେତାଇଥିଲା ।
 

ଓଡ଼ିଶା ପ୍ରଦେଶ କଂଗ୍ରେସ
1m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
4m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
32m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ