ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ
by Argus News
Fri, Apr 19 | 1:36 p.m.

ଅର୍ଗସ ବ୍ୟୁରୋ : ଅପେକ୍ଷାର ହେଲା ଅନ୍ତ, ଦେଶରେ ପଡିଲା ଭୋଟ୍‌ । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଲକ୍ଷଲକ୍ଷ ଲୋକଙ୍କ ଲାଗିଛି ଲାଇନ୍‌ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ହେଉଛି । ସକାଳ ୭ଟାରୁ ଏସବୁ ଆସନରେ ଭୋଟଗ୍ରହଣ ଆରମ୍ଭ ହୋଇଗଲାଣି । ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୬୦ ଆସନ ଏବଂ ସିକ୍କିମର ୩୨ ଆସନରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ବି ଭୋଟ ଗ୍ରହଣ ହେଉଛି । ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧୬୨୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଏଥିରେ ୧୪୯୧ ଜଣ ପୁରୁଷ ଓ ୧୩୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ଏହି ପର୍ଯ୍ୟାୟରେ ୮ ଜଣ କେନ୍ଦ୍ରମନ୍ତ୍ରୀ, ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳ ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି, କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ, ସର୍ବାନନ୍ଦ ସୋନଓ୍ବାଲ, ଡାକ୍ତର ସଂଜୀବ ବାଲିଆନ, ଜିତେନ୍ଦ୍ର ସିଂ, ଭୂପେନ୍ଦ୍ର ଯାଦବ, ଅର୍ଜୁନରାମ ମେଘଓ୍ବାଲ ପ୍ରମୁଖ । ସେହିପରି ତାମିଲନାଡ଼ୁର କୋଏମ୍ବାଟୁର ଆସନରୁ ଲଢୁଛନ୍ତି ତାମିଲନାଡୁ ବିଜେପି ସଭାପତି ଆନ୍ନାଦୁରାଇ ।

 

ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୨ଟି ଆସନ, ଆସାମର ୫ଟି ଆସନ, ବିହାରର ୪ଟି ଆସନ, ଛତିଶଗଡ଼ର ଗୋଟିଏ ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ମହାରାଷ୍ଟ୍ରର ୫ଟି ଆସନ, ମଣିପୁରର ୨ଟି ଆସନ, ମେଘାଳୟର ୨ ଆସନ, ମିଜୋରାମ, ନାଗାଲ୍ୟାଣ୍ଡ୍‌, ପୁଡୁଚେରି, ସକ୍କିମ ଏବଂ ଲକ୍ଷଦ୍ବୀପର ଗୋଟିଏ ଲେଖାଏ ଆସନ, ରାଜସ୍ଥାନର ୧୨ଟି ଆସନ, ତାମିଲନାଡ଼ୁର ସମସ୍ତ ୩୯ଟି ଆସନରେ ମତଦାନ ହେଉଛି ।

ସେହିଭଳି ଉତ୍ତର ପ୍ରଦେଶର ୮ଟି ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ପଶ୍ଚିମବଂଗର ୩ଟି ଆସନ, ଆଣ୍ଡାମାନ ଏବଂ ନିକୋବରର ଗୋଟିଏ ଆସନ, ଜମ୍ମୁ କାଶ୍ମୀରର ଗୋଟିଏ ଆସନ ଏବଂ ତ୍ରିପୁରାର ଗୋଟିଏ ଆସନ ‌ପାଇଁ ଭୋଟ୍‌ ଗ୍ରହଣ ଚାଲିଛି ।
 

ଭୟାବହ ଅଗ୍ନିକାଣ୍ଡ
12m ago
ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ବାଲେଶ୍ୱର: ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାର
TANKA
13m ago
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି
ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍
TIGER
23m ago
ଧରାପଡିଲା ସହରୀ ବାଘ
ଅର୍ଗସ ବ୍ୟୁରୋ: ଧରାପଡିଲା ସହରୀ ବାଘ । ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ