ତାମିଲନାଡୁରେ ବର୍ଷା ବିତ୍ପାତ : ୩ ଜଣଙ୍କ ମୃତ୍ୟୁ
by Argus News
Tue, Dec 19 | 9:39 p.m.

ଅର୍ଗସ ବ୍ୟୁରୋ : ତାମିଲନାଡୁରେ ପ୍ରବଳ ବର୍ଷା । ତାମିଲନାଡୁର ଦକ୍ଷିଣାଞ୍ଚଳରେ ଥିବା ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଫଳରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ ପ୍ରାୟ ୧୧ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ବନ୍ୟା ସ୍ଥିତି ଉତ୍କଟ ହେବା ଫଳରେ ଆଜି ରାତି ୧୦.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରି ରିଲିଫ୍ ପାଇଁ କଥା ହେବେ ତାମିଲନାଡୁ ମଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । 

ରାଜ୍ୟର କନ୍ୟାକୁମାରୀ, ତିରୁନେଲଭେଲି, ଥୁଠୁକୁଡି ଏବଂ ଟେନକାଶୀ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଏହି ଜିଲ୍ଲା ଗୁଡ଼ିରେ ଘରେ ଘରେ ପାଣି ପସିଥିବା ବେଳେ ଚାଷଜମିରେ ମଧ୍ୟ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ । ତେବେ ରିଲିଫ୍ ଅପରେସନ୍ ପାଇଁ ଇଣ୍ଡିଆ କୋଷ୍ଟଗାର୍ଡ ୬ଟି ଉଦ୍ଧାରକାରୀ ଦଳ ମୁତୟନ କରିଛି । ସେହିପରି ରାଜ୍ୟର ୮ ଜଣ ମନ୍ତ୍ରୀ ଏବଂ ୧୦ ଆଇଏଏସଙ୍କୁ ରିଲିଫ କାର୍ଯ୍ୟରେ ମୁତୟନ କରାଯଆଇଛି । 

ଅଧିକ ପଢନ୍ତୁ ଭାରତ ଖବର

ତଳିଆ ସ୍ଥାନରେ କିମ୍ବା ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି । ସୁଲୁର ଏୟାରବେସରୁ ୨ ଟନ୍ ରିଲିଫ ସାମଗ୍ରୀ ନେଇ ବନ୍ୟାଞ୍ଚଳରେ ହାଲିକପ୍ଟର ସାହାଯ୍ୟରେ ରିଲିଫ ବଣ୍ଟାଯାଉଛି । ସେପଟେ ଏପର୍ଯ୍ୟନ୍ତ ବିପଦ ଟଳିନି କାରଣ ତାମିଲନାଡୁର ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର