ଭିଏତନାମରେ ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡିଶାର 3 ଖେଳାଳି
by Argus News
Mon, Apr 29 | 3:48 p.m.

ଭଦ୍ରକ: ରାଜ୍ୟ ପାଇଁ ଗୌରବ ଏହି 3 ଜଣ ଟାଏକୋଣ୍ଡୋ ଖେଳାଳି । ମେ ମାସ 14 ଏବଂ 15 ତାରିଖରେ ଭିଏତନାମରେ ହେବାକୁ ଥିବା ଏସିଆନ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ 3 ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ସବୁ ଭଦ୍ରକ ବାସିନ୍ଦା । 

ଭଦ୍ରକ ଜିଲ୍ଲାର ଆଗରପଡ଼ା ଅଞ୍ଚଳର ଦେବାଶିଷ ମହାନ୍ତିଙ୍କ ପୁଅ ସତ୍ୟପ୍ରକାଶ ମହାନ୍ତି । ସେହିପରି ଭଦ୍ରକ ସହରାଞ୍ଚଳ ସ୍ଥିତ ଜାନୁଗଞ୍ଜର ବିଚିତ୍ର ଚକ୍ରଙ୍କ ପୁଅ ଏସ୍ ସମରଜିତ ଚକ୍ର । ଅନ୍ୟଜଣେ ଭଦ୍ରକ ଜିଲ୍ଳା ବନ୍ତ ବ୍ଲକର ଗଣିଜାଙ୍ଗ ଅଞ୍ଚଳର ଗୋବିନ୍ଦ ବେହେରାଙ୍କ ପୁଅ ଜଗନ୍ନାଥ ବେହେରା ମନୋନୀତ ହୋଇଛନ୍ତି । ଏପରି ସଫଳତାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସଫଳତାର ପ୍ରଥମ ଶ୍ରେୟ ଟ୍ରେନର ତଥା ଓଡ଼ିଶା ଟାଇକୋଣ୍ଡ ସମ୍ପାଦକ ଚିନ୍ମୟୀ ବେହେରାଙ୍କୁ ଦେଇଛନ୍ତି । ନିଷ୍ଠାପର କାର୍ଯ୍ୟ, ଅକ୍ଲାନ୍ତ ପରିଶ୍ରମ ଏବଂ ଗୁରୁଙ୍କ ଆଶୀର୍ବାଦରୁ ଏପରି ସଫଳତା ପାଇଛନ୍ତି ବୋଲି କହିଛନ୍ତି ଖେଳାଳୀ । 

ପୁର୍ବରୁ ଓଡ଼ିଶା ଖେଳାଳୀମାନେ ପ୍ରତିଯୋଗିତାରେ ଭାଗ ନେଇ ପାରୁନଥିଲେ । କିନ୍ତୁ ଏବେ ଉତ୍ତମ ପ୍ରଶିକ୍ଷଣ ଦ୍ଵାରା ଧିରେ ଧିରେ ସେମାନେ ପ୍ରତିଯୋଗିତାରେ ଭାଗ ନେଇ ବିଭିନ୍ନ କ୍ଷେତ୍ରରେ ଚମ୍ପିୟାନ ହୋଇ ଜାତୀୟ ସ୍ଥରରେ ନାଁ କମାଇଛନ୍ତି । ଆଉ ଏବେ ବିଦେଶରେ ନିଜ ଜନ୍ମ ମାଟିର ଗୌରବ ଆଣିବାକୁ ପ୍ରୟାସ ଜାରି ରଖିବେ ଏହି ଖେଳାଳୀମାନେ ।
 

 

PM
10m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
36m ago
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ
PM
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ