ବୟସ କମାଇବା କହି ୩୫ କୋଟି ଲୁଟିନେଲେ ଦମ୍ପତି
by Argus News
Tue, Sep 24 | 12:11 p.m.

ଅର୍ଗସ ବ୍ୟୁରୋ : ବୃଦ୍ଧ ବୟସରୁ କରିଦେବେ ଯୁବାବସ୍ଥା । ଏପରି କହି ଲୋକମାନଙ୍କୁ ବିଶ୍ବାସ ଦେଉଥିଲେ ପତି ପତ୍ନୀ । ଆଉ ଲୁଟୁଥିଲେ, କୋଟିକୋଟି ଟଙ୍କା । ହେଲେ ଖୁବ୍ କମ ଦିନରେ ସେମାନଙ୍କ ଅସଲ ଚେହେରା ପର୍ଦ୍ଦାଫାଶ କରିଛନ୍ତି ଲୋକେ । ବୃଦ୍ଧ ଅବସ୍ଥାରୁ ଯୁବାବସ୍ଥାକୁ ଆସିବାକୁ କାହାର ବା ଇଚ୍ଛା ନଥାଏ । ସମସ୍ତେ ଏଥିପାଇଁ ଯେତେ ସମ୍ଭବ ସେତେ ଚେଷ୍ଟା କରନ୍ତି । କିଏ ଘରୋଇ ଉପଚାର କରନ୍ତି, ତ କିଏ ମେଡିକାଲ ଟ୍ରିଟମେଣ୍ଟ କରନ୍ତି । ଏଥପାଇଁ କୌଣସି ବାଛବିଚାର ମଧ୍ୟ ନକରି କୋଟିକୋଟି ଟଙ୍କା ଖର୍ଚ୍ଚ କରନ୍ତି । ଠିକ ସେମିତି ଏହିଭଳି ଲୋକଙ୍କ ଫାଇଦା ଉଠାଇଛନ୍ତି ଉତ୍ତରପ୍ରଦେଶ କାନପୁରର ଏକ ଦମ୍ପତ୍ତି। 

ଏହି ଦମ୍ପତ୍ତି ୨ ଜଣ ହେଉଛନ୍ତି କାନପୁରର କିଶୋରନଗରରେ ଥିବା ରାଜୀବ ଦୁବେ ଏବଂ ରଶ୍ମୀ ଦୁବେ । ସେମାନେ ଏକ ମେସିନକୁ ଇସ୍ରାଏଲରୁ ବୟସ କମାଇବା ମେସିନ ଆଶିଥିବା କହି ଦାବି କରିଥିଲେ । ଏହି ମେସିନର ଅକ୍ସିଜେନ ଥେରାପି ଦ୍ବାରା ୬୦ ବର୍ଷରୁ ଜଣେ ୨୫ ବର୍ଷ ହୋଇଯିବ ବୋଲି ଲୋକଙ୍କୁ ବିଶ୍ବାସ ଦେଇଥିଲେ । ଯେଉଁଥିରେ ଲୋକମାନଙ୍କର ଅନେକ ଭିଡ ସେମାନଙ୍କ ପାଖରେ ଦେଖିବାକୁ ମିଳିଥିଲା । ହେଲେ ନା ସେ କାହାକୁ ନିଜ ମେସିନର କୌଣସି ବିଲ୍ ଦେଖାଉଥିଲେ ନା ନିଜର ମେସିନର ନାଁ କାହାକୁ କହୁଥିଲେ । ହେଲେ ଅକ୍ସିଜେନ ଥେରାପି ପାଇଁ ଲୋକଙ୍କ ପିଛା ୬ ହଜାରରୁ ଆରମ୍ଭ କରି ୯୦ ହଜାର ଯାଏଁ ନେଉଥିଲେ । ହେଲେ କାହାର ବୟସ ୬୦ରୁ ୫୯ ମଧ୍ୟ ହେଉନଥିଲା । 

ଏହାପରେ ଯେତେବେଳେ ଲୋକଙ୍କର ସନ୍ଦେହ ହେବା ଆରମ୍ଭ ହେଲା, ସେତେବେଳେ ସେହି ଦମ୍ପତ୍ତି ନିଜ ଫ୍ଲାଟରେ ତାଲା ଲଗାଇ ଫେରାର୍ ହୋଇଗଲେ । ତେବେ ଏହି ଦମ୍ପତ୍ତିଙ୍କ ବିରୋଧରେ ଡକ୍ଟର ରେନୁ ସିଂ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏହି ଦମ୍ପତ୍ତି ପାଖାପାଖି ୩୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟିଛନ୍ତି। ତେବେ ଏହି ଅଭିଯୋଗ ପରେ ପୋଲିସ ପୁରା ତଦନ୍ତ କରିବା ସହ ଦମ୍ପତ୍ତିଙ୍କୁ ଖୋଜିବା ଆରମ୍ଭ କରିଛି । 


 

ରାଜଧାନୀରେ
ରାଜଧାନୀରେ ଲଜ୍ଜା: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ: ରାଜଧାନୀରେ ଜଣେ ମହିଳାଙ୍କୁ କେତେକ ଚୋର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ହୋଇଛି। ଘରେ ମହିଳାଙ୍କ ସହ ତାଙ୍କ ଦୁଇ ବର୍ଷର ଛୁ
ମାହାଙ୍ଗା ଡବଲ
ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି
ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି। ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲ
ଟେଷ୍ଟ ମ୍ୟାଚରେ
ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା
ଅର୍ଗସ ବ୍ୟୁରୋ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି