ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ 
by Argus News
Sat, Oct 05 | 8:26 p.m.

ଅର୍ଗସ ବ୍ୟୁରୋ  : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳେ ୨୦, ତ ଆଉ କେତେବେଳେ ୩୦ ମାଓବାଦୀ ନିହତ ହେଉଛନ୍ତି । ଶୁକ୍ରବାର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା । ହାର୍ଡକୋର୍ ମାଓବାଦୀଙ୍କ ମେଳି ଖବର ପାଇ ୪ ଦିନ ପୂର୍ବରୁ ଆଟାକ୍ କରିବାକୁ ପ୍ଲାନ୍‌ କରିଥିଲେ ସୁରକ୍ଷାକର୍ମୀ । ଯେଉଁଥିରେ ୩୬ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ । ଏବେ ସୁଦ୍ଧା 31 ଜଣ ମାଓବାଦୀଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରୁ AK-47, ଏଲଏମଜି ରାଇଫଲ, ଏସଏଲଆର୍‌ ରାଇଫଲ, ଇନସାସ୍‌ ରାଇଫଲ ସହ ବହୁ ମାରଣାସ୍ତ୍ର ଜବତ ହୋଇଛି । 

ଅଧିକ ପଢନ୍ତୁ : ଏନ୍‌କାଉଣ୍ଟରରେ ଟଳିଲେ 30 ହାର୍ଡକୋର ମାଓବାଦୀ

ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ସୁରକ୍ଷା କର୍ମୀ । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ।  କିଛିଦିନ ତଳେ ରାୟପୁରରେ ମାଓ ଦମନ ନେଇ ବୈଠକ କରିଥିଲେ ଶାହ । ମାଓବାଦୀଙ୍କୁ ମୂଳପୋଛ କରିବାକୁ ଶାହ ଦେଇଥିଲେ ଟାର୍ଗେଟ୍ ।

କେବଳ ଛତିଶଗଡ଼ ନୁହଁ, ଦିନ ଥିଲା ଓଡ଼ିଶାର ଅନେକ ମାଓ ପ୍ରବଣ ଜିଲ୍ଲାରେ ନିଜର ସ୍ଥିତି ଜାହିର କରୁଥିଲେ ଲାଲ୍‌ ବାହିନୀ । 2008 ଫେବ୍ରଆରୀରେ ନୟାଗଡରେ ମାଓ ହମଲା। ଯେଉଁଥିରେ 15ରୁ ଅଧିକ ପୋଲିସ ସହିଦ ହୋଇଥିଲେ। ସେହିବର୍ଷ ମାଲକାନଗିରି ବାଲିମେଳାରେ ମାଓବାଦୀଙ୍କ ଗୁଳିରେ 35ରୁ ଅଧିକ ସୁରକ୍ଷାକର୍ମୀଙ୍କ ଜୀବନ ଯାଇଥିଲା। ତାର କିଛି ଦିନ ପରେ ସେହି ମାଲକାନଗିରିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ 21 ପୋଲିସ ସହିଦ ହୋଇଥିଲେ। ବିଭିନ୍ନ ସମୟରେ ଲାଲବାହିନୀ ତାର ଉପସ୍ଥିତି ଜାହିର କରିଥିଲା। ଏବେ ସମୟ ବଦଳିଛି, ଅଞ୍ଚଳ ହୋଇଛି ମାଓ ମୁକ୍ତ । ସୁରକ୍ଷାକର୍ମୀଙ୍କ ଅନବରତ ପ୍ରହାର ଲୋକଙ୍କୁ ଦେଉଛି ସୁରକ୍ଷା ।


 

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ