କାଲି ବାହାରିବ 4 ରାଜ୍ୟ ବିଧାନସଭା ନିର୍ବାଚନ ଫଳ  
by Argus News
Sat, Dec 02 | 7:52 p.m.

ନୂଆଦିଲ୍ଲୀ:  କାଲି ଆସିବ ସେମିଫାଇନାଲ ଫଳ । 4 ରାଜ୍ୟ ବିଧାନସଭା ନିର୍ବାଚନ ଫଳ କାଲି ବାହାରିବ ।  ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନାରେ କିଏ ଗଢ଼ିବ ସରକାର । ରେଜଲ୍ଟରୁ ହେବ ପରିସ୍କାର । ଏକଜିଟ୍ ପୋଲରେ ରାଜସ୍ଥାନରୁ ସରିବ କଂଗ୍ରେସ ରାଜ, ବିଜେପିର ହେବ ଏଣ୍ଟ୍ରି, ଏମ୍‌ପିରେ କ୍ଷମତା ବଜାୟ ରଖିବ ବିଜେପି । ତେଲଙ୍ଗାନା ଓ ଛତିଶଗଡ଼ରେ କଂଗ୍ରେସର ପଲା ଭାରି । ମଧ୍ୟ ପ୍ରଦେଶରେରେ ବିଜେପି, ରାଜସ୍ଥାନରେ ଆର୍ ପାର୍ ।  

ରାଜସ୍ଥାନ ରାଜନୀତିର ସବୁଠୁ ବିତର୍କିତ ରାଜ୍ୟ । ଯେଉଁଠାରେ ପ୍ରତି ପାଞ୍ଚ ବର୍ଷରେ ଥରେ ବଦଳେ ସରକାର । ସେଥିପାଇଁ ଏଥର ବିଜେପି ସରକାର । ଗୁଜରାଟ ପରି ମଧ୍ୟ ପ୍ରଦେଶରେ ମଧ୍ୟ ବିଜେପିର ବିକାଶ ମଡେଲ୍ ସବୁବେଳ ଥାଏ ଚର୍ଚ୍ଚାରେ । ଏଥର ଚର୍ଚ୍ଚା ଏକଜିଟ୍ ପୋଲର ଆକଳନ ବିଜେପି କେବଳ ୧୮ ବର୍ଷ ପରେ ବି ନିଜ କବଜାରେ ରଖିବନି ବରଂ ବରଂ ରେକର୍ଡ ଭାଙ୍ଗି ସର୍ବାଧିକ ଆସନ ହାତେଇବ  । କଂଗ୍ରେସର ମଧ୍ୟ ପ୍ରଦେଶରେ ସରକାର ଗଢ଼ିବା ଦାବି ପମ୍ପଚର ହେବା  ନିଶ୍ଚିତ ବୋଲି ଏକଜିଟ୍ ପୋଲର ଆକଳନ କହୁଛି । 

ଛତିଶଗଡ଼ରେ ଯଦିଓ କଂଗ୍ରେସ ସରକାର ନେଇ ଏକଜିଟ୍ ପୋଲ୍ ଆକଳନ କରାଯାଇଛି ତଥାପି କଂଗ୍ରେସର କମବ୍ୟାକର ଜୋରଦାର ପ୍ରଚେଷ୍ଟା ଭିତରେ ବିଜେପି-କଂଗ୍ରେସର ହୋଇଛି ଘମାଘୋଟ ଲଢ଼େଇ । ଗତଥର ଅପେକ୍ଷା ବିଜେପିର ଭୋଟ୍ ପ୍ରତିଶତ ଅଭୂତପୂର୍ବ ଭାବେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ଶାସନରେ ଥାଇ ବି ଲଢ଼େଇରେ କଂଗ୍ରେସ-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର ହୋଇଥିବା ଅଧିକାଂଶ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ସେପଟେ ତେଲଙ୍ଗାନାରେ ବିଆରଏସକୁ ମାତ୍ ଦେଇ କଂଗ୍ରେସ ସର୍ବାଧିକ ଆସନ ହାତେଇବା ନେଇ ଆକଳନ କରାଯାଇଛି । 

ଏଥର ସବୁ ଏକଜିଟ୍ ପୋଲର ଭିନ୍ନ ଭିନ୍ନ ଆକଳନ ଅନେକଙ୍କ ମଧ୍ୟରେ ସସପେନ୍ସ ବଢ଼ାଇଛି । ହେଲେ ଆଗାମୀ ୧୮ ଘଣ୍ଟା ମଧ୍ୟରେ ଚାରିଟି ଯାକ ରାଜ୍ୟର ପିକଚର୍ କ୍ଲିଅର ହୋଇଯିବ । କଂଗ୍ରେସର ସ୍ଥାନୀୟ ନେତାଙ୍କ ଦବଦବା ରହୁଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହେବ । ଏସବୁ ଭିତରେ ବିଜେପି ସଙ୍ଗଠନକୁ ଆହୁରି ସଶକ୍ତ କରି ୨୪ ଫାଇନାଲକୁ ଓହ୍ଲାଇବ । ସେଥିପାଇଁ ଆମ ପ୍ରତିନିଧିମାନେ ବି ହାଇଦ୍ରାବାଦରୁ ଜୟପୁର, ଭୋପାଳରୁ  ରାୟପୁର ସବୁଠୁ ଆପଣଙ୍କୁ ଟିକିନିଖି ଅପଡେଟ୍ ଦେବା ପାଇଁ ଅର୍ଗସ ବି ତୟାର  ।

ଅଧିକ ପଢନ୍ତୁ  ଭାରତ ଖବର 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି