CDSCO ଗୁଣବତ୍ତା ପରୀକ୍ଷାରେ ପୁଣି ଫେଲ୍ 49ଟି ଔଷଧ
by Argus News
Sun, Oct 27 | 7:56 a.m.

ଅର୍ଗସ ବ୍ୟୁରୋ: ପୁଣି CDSCO ଜାରି କରିଛି ନକଲି ଔଷଧ ତାଲିକା । ବଜାରରେ ମିଳୁଥିବା ଏହି ନାମୀ ବ୍ରାଣ୍ଡର ନକଲି ଔଷଧ ଖାଉଛନ୍ତି ଜନତା । କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ଜାରି କରିଥିବା ଔଷଧ ତାଲିକାରେ ଥଇବା କୌଣସି ଔଷଧ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! କାରଣ ଯେଉଁ ଔଷଧକୁ ଆପଣ ଜୀବନ ରକ୍ଷାକାରୀ ଭାବୁଛନ୍ତି, ତାହା ଔଷଧ ଗୁଣବତ୍ତା ପୂରଣ କରୁନଥିବା ପରୀକ୍ଷଣରୁ ସ୍ପଷ୍ଟ ହୋଇଛି । ଗୁଣାତ୍ମକ ମାନ ପରୀକ୍ଷାରେ ଫେଲ୍ ମାରିଥିବା 49ଟି ଔଷଧର ତାଲିକା ପ୍ରକାଶ କରିଛି ସିଡିଏସସିଓ । ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀଙ୍କ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ ମଧ୍ୟ CDSCO ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି। ବହୁଳ ଭାବରେ ବ୍ୟବହୃତ ହେଉଥିବା କ୍ୟାଲସିୟମ ସପ୍ଲିମେଣ୍ଟ ସେଲକାଲ 500, ପାନ ଡି,  ପାରାସିଟାମଲ୍ ସମେତ 49ଟି ଔଷଧର ନମୁନା ପରୀକ୍ଷଣରେ ଫେଲ ମାରିଥିବା କହିଛନ୍ତି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଡକ୍ଟର ରାଜୀବ ରଘୁବଂଶୀ । କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସରେ ଜାରି କରିଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। ପୂର୍ବରୁ ଅଗଷ୍ଟ ମାସରେ 53ଟି ମେଡିସିନ କ୍ବାଲିଟି ଟେଷ୍ଟରେ ଫେଲ୍ ମାରିଥିଲା ।

କେନ୍ଦ୍ରୀୟ ଡ୍ରଗ୍ ମାନକ ସଂଗଠନ ପ୍ରତି ମାସ ବଜାରରୁ ଔଷଧର ନମୁନା ସଂଗ୍ରହ କରି ବିଭିନ୍ନ ପାରାମିଟରରେ ପରୀକ୍ଷା କରିଥାଏ। ସେପ୍ଟେମ୍ବର ମାସରେ 49ଟି ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଚିହ୍ନଟ କରିଛି CDSCO, ଯାହା ସାରା ଦେଶର ପ୍ରାୟ ୩ ହଜାର ଔଷଧ ମଧ୍ୟରୁ ଗୁଣାତ୍ମକ ମାନରେ ଫେଲ୍ ମାରିଛି । ସଦ୍ୟତମ ମାସିକ ଡ୍ରଗ୍‌ ଆଲର୍ଟ ଲିଷ୍ଟରେ ପାରାସିଟାମଲ ସମେତ 49 ଟି ଔଷଧକୁ 'ନଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡ କ୍ୱାଲିଟି  ବର୍ଗୀରେ ସାମିଲ କରିଛି କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ । 40ଟି ପାର୍ମାସ୍ୟୁଟିକାଲ କମ୍ପାନୀର ଔଷଧକୁ ନକଲି ଘୋଷଣା କରାଯାଇଥିବାବେଳେ ଅକ୍ସିଟୋସିନ୍, ମେଟ୍ରୋନିଡାଜୋଲ, ଫ୍ଲୁକୋନାଜୋଲକୁ ଗୁଣବତ୍ତାର ଅଭାବ ତାଲିକାରେ ସାମିଲ କରାଯାଇଛି। 

ଏନ୍‌ଏସ୍‌କ୍ୟୁ ଖରାପ ‌ଥିବା ଔଷଧକୁ ବଜାରରୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଣ୍ଠୁଗଣ୍ଠି ବିନ୍ଧା, ଶରୀର ବ୍ୟଥା, ଦୁର୍ବଳତା ଏବଂ ଶକ୍ତିହୀନତା ପାଇଁ ଡାକ୍ତର ପରାମର୍ଶ ଦେଉଥିବା ଏହି ସହୁ କ୍ୟାଲସିୟମ, ଭିଟାମିନ ଔଷଧକୁ ନକଲି ଦର୍ଶାଇଛି ସିଡିଏସସିଓ । ସେପ୍ଟେମ୍ବରରେ ପରୀକ୍ଷା ହୋଇଥିବା ସମୁଦାୟ ନମୁନା ମଧ୍ୟରୁ ମାତ୍ର 1.5 ପ୍ରତିଶତ ଔଷଧ ନକଲି ଚିହ୍ନଟ ହୋଇଛି । ବଜାରରେ ମିଳୁଥିବା ସମସ୍ତ ଔଷଧ ନୁହେଁ ବରଂ ମାତ୍ର 49ଟି ଔଷଧ CDSCO ପରୀକ୍ଷଣରେ ଫେଲ ମାରିଛି ।

 

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ