ସିରିଜ କବଜା କଲା ଟିମ ଇଣ୍ଡିଆ
by Argus News
Sat, Dec 02 | 6:16 a.m.

ଅର୍ଗସ ବ୍ୟୁରୋ :  ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଛି ଭାରତ । ଭାରତ ପକ୍ଷରୁ ରଖାଯାଇଥିବା ୧୭୫ ରନ ଲକ୍ଷ୍ୟର ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪ ରନ କରିପାରିଥିଲା । ଏହି ବିଜୟ ସହ ୫ଟିକିଆ ଟି-୨୦ ସିରିଜକୁ ୩-୧ରେ ଆଗୁଆ କବଜା ମଧ୍ୟ କରିଛି ଭାରତ । ଏବେ ୩ ତାରିଖରେ ଶେଷ ଟି-୨୦ ମ୍ୟାଚ୍‌ ଖେଳାଯିବ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ରିଙ୍କୁ ସିଂହଙ୍କ ୨୮ ବଲରେ ୪୬ ଓ ଜିତେଶ ଶର୍ମାଙ୍କ ୧୯ ବଲରେ ୩୫ ରନ ବଳରେ ୯ ୱିକେଟ ହରାଇ ୧୭୪ ରନ କରିଥିଲା। ୧୭୫ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ ହେଡ ବିସ୍ଫୋରକ ଆରମ୍ଭ କରିଥିଲେ । କିନ୍ତୁ ଦଳୀୟ ସ୍କୋର ୪୦ ଥିବା ବେଳେ ରବି ବିଷ୍ଣୋଇ ୮ ରନ କରିଥିବା ଫିଲ୍ଲିପେଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । 

ଅଧିକ ପଢନ୍ତୁ ଖେଳ ଖବର

ଦଳୀୟ ସ୍କୋର ୪୪ ଥିବା ବେଳେ ହେଡ ୧୬ ବଲରେ ୩୧ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ । ଆରୋନ ହାର୍ଡି(୮) ଅକ୍ଷରଙ୍କ ଦ୍ୱିତୀୟ ଶିକାର ବନିଥିଲେ । ବେନ ମ୍ୟାକଡେରମୋଟ ଓ ଟିମ ଡାଭିଡ କିଛି ସମୟ ଲଢ଼େଇ କରିଥିଲେ । କିନ୍ତୁ ଏହି ଯୋଡ଼ିକୁ ଅକ୍ଷର ଭାଙ୍ଗିଥିଲେ । ଶେଷ ବଲରେ ସେ ୧ ରନ ନେବାରୁ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ କେବଳ ୧୫୪ ରନ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ୩ ଓ୍ବିକେଟ ନେଇଥିବାବେଳେ ଦୀପକ ଚହର ୨ଟି ଓ୍ବିକେଟ୍ ନେଇଥିଲେ । 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି