ବାହାରିନର ୫୨ତମ ଜାତୀୟ ଦିବସ ପାଳିତ  
by Argus News
Mon, Dec 18 | 7:33 a.m.

ନୂଆଦିଲ୍ଲୀ:  ବାହାରିନର ୫୨ତମ ଜାତୀୟ ଦିବସ ପାଳିତ । ବାହାରିନ ସରକାରଙ୍କ ପକ୍ଷରୁ ଜାତୀୟ ଷ୍ଟାଡିୟମରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ । କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଥିଲେ ବାହାରିନ ଓଡ଼ିଆ ସମାଜ । ଏଥିରେ ଓଡିଶାର କଳା, ସଂସ୍କୃତି, ହସ୍ତତନ୍ତ ଏବଂ ପର୍ଯ୍ୟଟନ ସୁବିଧାର ଏକ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଦର୍ଶନୀକୁ ବାହାରିନର ସାମାଜିକ ବିକାଶ ମନ୍ତ୍ରୀ ଓସାମା ବିନ ଅହମଦ୍ ଖଲିଫା ଅଲ ଅସଫୁର ଉଦଘାଟନ କରିବା ପରେ ପ୍ରଥମେ ଓଡ଼ିଶା ମଣ୍ଡପ ପରିଦର୍ଶନରେ ଆସିଥିଲେ ।

ମଣ୍ଡପରେ ଓଡିଶାର ଆଦିବାସୀ ଉତ୍ପାଦ ସମେତ ପର୍ଯ୍ୟଟନ ସୁବିଧା, ଓଡ଼ିଶାର ପାରମ୍ପରିକ ବସ୍ତ୍ର ଏବଂ ବିଭିନ୍ନ ଓଡ଼ିଆ ହସ୍ତ ଶିଳ୍ପ ଓ  ହସ୍ତତନ୍ତ ପ୍ରଦର୍ଶନ କରାଯାଇଥିଲା। ଭାରତୀୟ ରାଷ୍ଟ୍ରଦୂତ ବିନୋଦ କେ ଜାକୋବଙ୍କ ସମେତ ନେପାଳ, ଜାପାନ, କୋରିଆ, ରୁଷିଆ, ତୁର୍କୀ, ବାଂଲାଦେଶ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରଦୂତ ଏହି ମଣ୍ଡପ ପରିଦର୍ଶନ କରିଥିଲେ। ଭାରତୀୟ ରାଷ୍ଟ୍ରଦୂତ ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଯାହାକି ଓଡିଶା ଏବଂ ଭାରତ ପାଇଁ ଗର୍ବର ବିଷୟ । ଉଭୟ ବାହାରିନ ଜାତୀୟ ପତାକା ସହିତ ଭାରତୀୟ ତ୍ରିରଙ୍ଗା ପତାକା ଏହି ମଣ୍ଡପରେ ସ୍ଥାନିତ ହୋଇଥିଲା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପସ୍ଥିତିରେ ଓଡିଶା ମଣ୍ଡପ ଅଧିକ ସ୍ବତନ୍ତ୍ର ଓ ଆକର୍ଷଣୀୟ ଲାଗୁଥିଲା । ଗତ ୨୬ବର୍ଷ ଧରି ବହାରିନ ଓଡିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପନ୍ନ ଜଗନ୍ନାଥ ସଂସ୍କୃତି, ବାଣିଜ୍ୟ, ପର୍ଯ୍ୟଟନ ଏବଂ ହସ୍ତତନ୍ତକୁ ବିଶ୍ବକୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି ।

ଅଧିକ ପଢନ୍ତୁ  ଭାରତ ଖବର 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍