ଏସସିବି ମେଡିକାଲର ଫାର୍ମାସିଷ୍ଟଙ୍କୁ ହତ୍ୟା ଉଦ୍ୟମ, 6 ଗିରଫ
by Argus News
Sat, Jun 22 | 12:10 p.m.

କଟକ: ସୁପାରୀ ଦେଇ ଏସସିବି ମେଡିକାଲର ଫାର୍ମାସିଷ୍ଟଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । କିଛି ଔଷଧ କମ୍ପାନୀର ମେଡ଼ିକାଲ ସାମଗ୍ରୀ ନକିଣିବା ପାଇଁ ଟେଣ୍ଡର ବନ୍ଦ କରିଦେବା ମାମଲାରେ ଫାର୍ମାସିଷ୍ଟଙ୍କୁ ହତ୍ୟା କରିବା ପାଇଁ ଦିଆଯାଇଥିଲା ସୁପାରୀ । 

ଏସସିବି ମେଡ଼ିକାଲ ଫାର୍ମାସିଷ୍ଟ ବିଶ୍ବମ୍ବର ଭୋଳଙ୍କୁ ସୁପାରୀ ଦେଇ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା । ଗୋଟିଏ ଫାର୍ମାସିଷ୍ଟ କମ୍ପାନୀ ବିଶ୍ବମ୍ବରଙ୍କୁ ହତ୍ୟା କରିବା ପାଇଁ ଅପରାଧୀ ଗୋଷ୍ଠୀଙ୍କୁ ସୁପାରୀ ଦେଇଥିଲା । ତେବେ ଏହି ଘଟଣାରେ  ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଦିବ୍ୟ ରଞ୍ଜନ ମହାନ୍ତି, ଦିନେଶ ମହାନ୍ତି, ରଞ୍ଜନ ବେହେରା, ଅଭିନାଶ ମହାରଣା, ବି ସିମାଲୁ ଓ ଚନ୍ଦନ ସେନାପତି । 

ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ଗୋଟିଏ ସ୍କୁଟି, ୫ ଟି ମୋବାଇଲ, ଗୋଟିଏ ଷ୍ଟିଲ୍ ରଡ୍ ଜବତ କରିଛି ପୋଲିସ । ଗତ ୧୨ ତାରିଖ ସନ୍ଧ୍ୟା ବେଳେ ଏସସିବି ମେଡିକାଲ ନିକଟରେ ଯୋଜନାବନ୍ଧ ଭାବେ ବିଶ୍ବମ୍ବରଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ତାଙ୍କୁ ଗାଳିଗୁଲଜ କରିବା ସହ ଷ୍ଟିଲ ରଡରେ ପିଟିପିଟି ତାଙ୍କ ଗୋଡ ଭାଙ୍ଗି ଦେଇଥିଲେ ଦୂର୍ଣୁର୍ତ୍ତ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

ସଡକ ଦୁର୍ଘଟଣା
5m ago
ଟ୍ରାଫିକ ପୋଲିସଙ୍କୁ ପିଟି ଦେଇ ପଳେଇଲା...
ଭୁବନେଶ୍ୱର: ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ଟ୍ରାଫିକ କର୍ମଚାରୀ । ଡ୍ୟୁଟି ସାରି ଫେରୁଥିବା ବେଳେ ଘଟିଛ
ପ୍ରଦୀପ ଜେନା
ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ କଲେ ପ୍ରଦୀପ ଜେନା
ଭୁବନେଶ୍ୱର: ଆଜି ଅବସର ନେଉଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ତେବେ ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ ଆଗାମୀ ଦିନ ପାଇଁ ସେ ଲୋକଙ୍କ ଆଶିର୍ବାଦ କାମନା କରୁଛନ୍ତ
ମନୋଜ ଆହୁଜା
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ମନୋଜ ଆହୁଜା
ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ପହଂଚିଲେ ମନୋଜ ଆହୁଜା । ନୂଆ ମୁଖ୍ୟ ଶାସନ ସଚିବ ଭାବେ ସେ ଦାୟିତ୍ବ ଗ୍ରହଣ କରିବେ । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍