କରୋନା କହର, ୨୪ ଘଣ୍ଟାରେ ୬ ମୃତ
by Argus News
Thu, Dec 21 | 1:19 p.m.

ଅର୍ଗସ ବ୍ୟୁରୋ:  ଦେଶରେ ପୁଣି କରୋନା ଭୟ । ଗଲା 24 ଘଣ୍ଟାରେ ଦେଶରେ କରୋନା ସଂକ୍ରମଣର ଜୀବନ ହାରିଛନ୍ତି ମୋଟ 6 ଜଣ ଆକ୍ରାନ୍ତ। କେରଳରୁ ତିନି ଜଣ, କର୍ଣ୍ଣାଟକରୁ 2 ଏବଂ ପଞ୍ଜାବରୁ ଜଣେ ଆକ୍ରାନ୍ତ ଜୀବନ ହାରିଛନ୍ତି। ସେପଟେ। ଗୋଆ, କେରଳ ଓ ମହାରାଷ୍ଟ୍ରରେ ତୀବ୍ର ବେଗରେ କାୟା ମେଲାଉଛି କୋରୋନାର ସବ୍ ଭାରିଆଣ୍ଟ JN.1। ଦେଶରେ ଗଲା 24 ଘଣ୍ଟାରେ ମୋଟ 358 ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ କେରଳରେ ଚିହ୍ନଟ ହୋଇଛନ୍ତି 300 ନୂଆ ସଂକ୍ରମିତ। ଏଥିସହ ଦେଶରେ ଆକ୍ଟିଭ୍ କେସ ସଂଖ୍ୟା 2669ରେ ପହଞ୍ଚିଛି।

ସେପଟେ କର୍ଣ୍ଣାଟକ ପରେ ଚଣ୍ଡିଗଡ଼ରେ ଫେରିଲା ମାସ୍କ । ଭାରତରେ ନୂଆ କରୋନା ଭାରିଏଣ୍ଟର ୨୧ ରୋଗୀ ଚିହ୍ନଟ ହେବା ପରେ କଟକଣା ପୁଣି ଫେରିଛି। ଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । JN.1କୁ ଓମିକ୍ରନର ଭାରିଆଣ୍ଟ ବୋଲି କହିଛି WHO । ଯାହାକୁ ନେଇ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ।  ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ମଧ୍ୟ ସଂକ୍ରମଣ ରୋକିବା ଦିଗରେ ଆଲୋଚନା ହୋଇଛି। ସେପଟେ କେରଳ ଓ କର୍ଣ୍ଣାଟରେ ସୀମିତ ନାହିଁ କରୋନାର ଏହି ନୂଆ ଭାରିଏଣ୍ଟ। 18 ରାଜ୍ୟକୁ ଏହି ସଂକ୍ରମଣ ବ୍ୟାପିଥିବା ଖବର ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

HEALTH
37m ago
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍
ଖଲ୍ଲିକୋଟ
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ
ନୋଟ୍ ବଣ୍ଟା
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି