ଚିକେନ ସ୍ବରମା ଖାଇ ଗଲା ୧୯ବର୍ଷୀୟ ଯୁବକଙ୍କ ଜୀବନ
by Argus News
Fri, May 10 | 5:42 p.m.

ଅର୍ଗସ ବ୍ୟୁରୋ: ଦୁନିଆରେ ସ୍ବାଦିଷ୍ଟ ଖାଇବା କାହାକୁ ଭଲ ନ ଲାଗେ କହିଲେ। କିଛି ଲୋକ ତ ଏମିତି ଫୁଡି ଯେ, ନିଜ ମନ ପସନ୍ଦର ଖାଦ୍ୟ ଖାଇବାକୁ ଯେତେ ଦୂର ହେଲେ ବି ପଛାନ୍ତି ନାହିଁ। ଏବେକାର ଯୁବପିଢ଼ି ଷ୍ଟ୍ରିଟ ଫୁଡ ଖାଇବାକୁ ଯେମିତି ପାଗଳ। ଚିକେନ ସ୍ବରମା ପ୍ରାୟ ସମସ୍ତଙ୍କର ପାଟିରୁ ଲାଳ ଗଡ଼ି ଆସେ। କିନ୍ତୁ ଏହି ସ୍ବରମା ଖାଇବାପରେ ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଏହି ଘଟଣା ଶୁଣିଲେ ନିଶ୍ଚିତ ସମସ୍ତଙ୍କୁ ଡର ଲାଗିବ। କିନ୍ତୁ ଘଟଣାଟି ପୁରା ସତ କଥା। ଏଭଳି ଘଟିଛି ମୁମ୍ବାଇରେ ସ୍ବରମା ଖାଇବା ପରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। 

ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରଥମେଶ ଭୋକେଶ ନାମକ ଜଣେ ୧୯ବର୍ଷୀୟ ଯୁବକ ଟ୍ରମ୍ବେ ସ୍ଥିତ ଏକ ଷ୍ଟଲରୁ ଖାଇବା ପାଇଁ ଚିକେନ ସ୍ବରମା ଗତ ୩ ତାରିଖରେ ଅର୍ଡର କରିଥିଲେ। ଏହାପରେ ଚିକେନ ସ୍ବରମା ଖାଇଥିଲେ। ଗତ ୪ ତାରିଖରେ ପ୍ରଥମେଶଙ୍କର ପେଟ ଦରଜ ହୋଇଥିଲା। ଏହାପରେ ଉକ୍ତ ଯୁବକଙ୍କ ବାନ୍ତି ପ୍ରବଳ ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ପୁଣି ପ୍ରଥମେଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କ ପରିବାର ଲୋକ ଗତ ୫ ତାରିଖରେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଉକ୍ତ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମୃତ୍ୟୁ ଘଟିଛି। 

ବାରମ୍ବାର ହସ୍ପିଟାଲ ନେଇଥିଲେ ମଧ୍ୟ ଯୁବକଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନ ଥିଲା। 
ପୋଲିସ ଅଧିକାରୀଙ୍କ କହିବା ଅନୁର୍ଯାୟୀ ଷ୍ଟଲରେ ବିକ୍ରି ହେଉଥିବା ଖାଦ୍ୟର ମାନ ଯାଞ୍ଚ କରିବାପାଇଁ ପଠାଯାଇଥିଲା। ଖରାପ ଖାଦ୍ୟ ହୋଇଥିବାରୁ ଷ୍ଟଲର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦଫା ୩୦୪ ଅନୁଯାୟୀ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍