ଅର୍ଗସ ବ୍ୟୁରୋ: ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ଏବଂ ରାଜ୍ୟକୁ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଲଣ୍ଡନସ୍ଥିତ ୱାର୍ଲଡ୍ ଟ୍ରାଭେଲ୍ ମାର୍କେଟରେ ଉଦଘାଟନ ହେଲା ଓଡ଼ିଶା ଷ୍ଟାଣ୍ଡ। ଲଣ୍ଡନ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ବାରା ଏହାର ଉଦଘାଟନ ହୋଇଛି। ୱାର୍ଲଡ ଟ୍ରାଭେଲ୍ ମାର୍କେଟ୍ ହେଉଛି ସାରା ବିଶ୍ବର ପର୍ଯ୍ୟଟନ ସମୁଦାୟକୁ ଏକାଠି କରୁଥିବା ବୈଶ୍ବିକ ମଞ୍ଚ । ଏହା ବିଚାରର ଆଦାନ ପ୍ରଦାନ ଏବଂ ପର୍ଯ୍ୟଟନର ବିକାଶ ଦିଗରେ ସହାୟତା କରେ। ଓଡ଼ିଶାର ଲକ୍ଷ୍ୟ ହେଉଛି ୱାର୍ଲଡ ଟ୍ରାଭେଲ୍ ମାର୍କେଟରେ ନିବେଶ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ନିଜର ସମୃଦ୍ଧ ସାଂସ୍କୃତିକ ବିବିଧତା ଏବଂ ବିଶାଳ ପର୍ଯ୍ୟଟନ ସମ୍ଭାରର ପ୍ରଦର୍ଶନ କରିବା।