ସତ୍ୟପାଠ ନୁହେଁ ମିଥ୍ୟାପାଠ ଦାଖଲ କରିଛନ୍ତି ବବି ଦାସ !
by Argus News
Tue, May 07 | 6:49 p.m.

ଅର୍ଗସ ବ୍ୟୁରୋ: ସମ୍ବଲପୁରର ବିଜେଡି ସାଂସଦ ପ୍ରାର୍ଥୀ ବବି ଦାସଙ୍କୁ ନେଇ ଥମୁନି ଚର୍ଚ୍ଚା । ଲୋକଙ୍କୁ ଭୁଆଁ ବୁଲାଇବାରେ ସତେ ଯେମିତି ସେ ମାହିର୍  । ନିୟମ କାନୁନ ମାନୁନାହାନ୍ତି, ବାରମ୍ବାର ମିଛ କହୁଛନ୍ତି । ଏ କଥା ଆମେ ନୁହେଁ ବରଂ ବିରୋଧୀ ବିଜେପି ଅଭିଯୋଗ ଆଣିଛି । ଯେଉଁଠୁ ଜଣାପଡୁଛି,  ବବି ଦାସଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି କେବଳ ଯୁକ୍ତ ୨ । ୨୦୦୯ ରେ ସତ୍ୟପାଠରେ ଯୁକ୍ତ ୨ କଳା ଦର୍ଶାଇଥିଲେ । ହେଲେ ୨୦୨୪ ରେ ଯୁକ୍ତ ୨ ବିଜ୍ଞାନ ପଢିଥିବା ଦର୍ଶାଇଛନ୍ତି । ତେବେ 2009 ରେ କଳା ଓ 2024ରେ ବିଜ୍ଞାନ କେମିତି ହେଇଗଲା ? ବର୍ଷ ବଢିବା ସହ କ'ଣ ଷ୍ଟ୍ରିମ୍ ବଦଳି ଯାଏ କି ?  ଏମିତି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେପି ।  

ସମ୍ବଲପୁର ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ଦାସଙ୍କ ପ୍ରାର୍ଥୀତ୍ବକୁ ବିଜେପି ବିରୋଧ କରିଛି । ଇଲେକସନ୍ ଏଜେଣ୍ଟ  ଆଇନଜୀବୀ ପ୍ରଦୀପ ବହିଦାର ଶ୍ରୀ ଦାସଙ୍କ ନାମାଙ୍କନ ପତ୍ରକୁ ବିଧିବଦ୍ଧ ଭାବେ ଅବଜେକସନ୍ କରିଥିଲେ । ହେଲେ ଏହାକୁ ରିଟର୍ଣ୍ଣି ଅଫିସର ସମ୍ପୂର୍ଣ୍ଣ ଏକତରଫା ଭାବେ ମିଥ୍ୟା ସତ୍ୟପାଠ ଗ୍ରହଣ କରିଛନ୍ତି ।

୨୦୧୯-୨୦ ଆର୍ଥକ ବର୍ଷ ପାଇଁ ସେ ନିଜର ଆୟ ଜିରୋ ବୋଲି ଦର୍ଶାଇଛନ୍ତି । ସେ ବିଧାୟକ ଭାବେ ଦରମା ଓ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି । ସତ୍ୟପାଠରେ ୫ ବର୍ଷର ଆୟ ଦର୍ଶାଇବା କଥା । ସେ ୪ ବର୍ଷର ଦର୍ଶାଇଛନ୍ତି ଏବଂ ଗୋଟିଏ ବର୍ଷର ଆୟ ଲୁଚାଇଛନ୍ତି । ଏହା ହେଉଛି ଏକ ଭାଇଟାଲ ଡିଫେକ୍ଟ । ଏହି ଆଧାରରେ ମାନ୍ୟବର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଅନେକ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ନିର୍ବାଚନକୁ ଖାରଜ କରିଛନ୍ତି । ଓଡ଼ିଶା ହାଇକୋର୍ଟ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂ ଏବଂ କଟକର ପୂର୍ବତନ ବିଧାୟକଙ୍କ ନିର୍ବାଚନକୁ ଭୂଲ୍ ସତ୍ୟପାଠ ପାଇଁ ଖାରଜ କରିଛନ୍ତି । ହେଲେ ବବିଙ୍କ କ୍ଷେତ୍ରରେ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛି ବିଜେପି । 

ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମିତ ସମ୍ବଲପୁର ପରି ସଂସ୍କୃତି ସମ୍ପନ୍ନ ମାଟିରେ ଜଣେ ଯୁକ୍ତ ଦୁଇ ପାସ କରିଥିବା ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା ଓ ଆୟକୁ ଏପରି ଭାବେ ଲୁଚାଇବା ଘଟଣା ସମ୍ବଲପୁରବାସୀଙ୍କ ପ୍ରତି ଅପମାନ । ପରବର୍ତ୍ତୀ ସମୟରେ ଏହାର ଉଚିତ ଜବାବ ସମ୍ବଲପୁରବାସୀ ଦେବେ । ଯଦିଓ ଏହାକୁ ରିଟର୍ଣ୍ଣି ଅଫିସର ସମ୍ପୂର୍ଣ୍ଣ ଏକତରଫା ଭାବେ ମିଥ୍ୟା ସତ୍ୟପାଠ ଗ୍ରହଣ କରିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ଏହାକୁ ଉପଯୁକ୍ତ ଫୋରମ୍‌ରେ ସେ ବାବଦରେ ଉପସ୍ଥାପନ କରାଯାଇପାରେ ବୋଲି କହିଛି ବିଜେପି । 

 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍