ଅନ୍ତିମ ସଂସ୍କାର ପରେ ମଲା ପୁଅ ଜୀବିତ ହୋଇ ଫେରିଲା 
by Argus News
Thu, Jun 13 | 6:07 p.m.

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର  ଶେୟପୁରର ଏକ ଗାଁରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି।  ଯେଉଁ ଯୁବକର  ମୃତ୍ୟୁ ହୋଇଯାଇଥିଲା ଏବଂ ପରିବାର ଲୋକ  ତାହାର ଅନ୍ତିମ ସଂସ୍କାର କରିଦେଇଥିଲେ କିନ୍ତୁ  ଯୁବକ ଜଣଙ୍କ ଜୀବିତ ହୋଇ ଘରକୁ ଫେରିବା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ପୁଅ  ଜୀବିତ ଥିବା ଦେଖି ପରିବାର ଲୋକେ  ବିଶ୍ୱାସ କରିପାରୁନାହାଁନ୍ତି।  କିନ୍ତୁ ଅନ୍ୟପଟେ ପୁଅ ଜୀବିତ ଥିବା ଦେଖି  ପରିବାରରେ ଖୁସି କହିଲେ ନ ସରେ।   ସୂଚନାମୁତାବକ,  କିଛି ଦିନ ତଳେ  ସୋସିଆଲ ମିଡିଆରେ  ଏକ ଦୁର୍ଘଟଣାର ଫଟୋ ଜାରି କରାଯାଇଥିଲା।  ଯେଉଁଥିରେ କୁହାଯାଇଥିଲା ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକ ଏ ଫଟୋ ଦେଖି  ପୁଅକୁ ଚିହ୍ନି ଥିଲେ।  ତୁରନ୍ତ  ପରିବାର ଲୋକେ ମାଧୋପୁରରୁ ଜୟପୁର ପହଞ୍ଚିଗଲେ। ଯେଉଁଠି  ତାଙ୍କ ପୁଅର ଚିକିତ୍ସା ଚାଲିଥିଲା। ପରିବାରକୁ ଡାକ୍ତର କହିଲେ  ଚିକିତ୍ସା ସମୟରେ  ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଛି।  ପୋଷ୍ଟମର୍ଟମ  ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ୍‌। 
 ଗତ ୨୮ ମଇ ରେ  ଶବର ଅନ୍ତିମ ସଂସ୍କାର ମଧ୍ୟ କରାଗଲା।  ଏହାପରେ ତାହାର ୧୩ ପାଇଁ  ପ୍ରସ୍ତୁତ ଚାଲିଥିଲା ସେତେବେଳେ  ଆସି ହଠାତ୍‌ ପହଞ୍ଚିଗଲେ ମୃତ ସୁରେନ୍ଦ୍ର। ସୁରେନ୍ଦ୍ରଙ୍କୁ ଜୀବିତ ଦେଖି ପରିବାର ଲୋକଙ୍କ ଆଖିରୁ ଖୁସିର ଲୁହ ଧାର ଧାର ବୋହିବାରେ ଲାଗିଥିଲା।  ସୁରେନ୍ଦ୍ରଙ୍କ ମା କୃଷ୍ଣା ଦେବୀ କହିଛନ୍ତି, ଅଜଣା ଲୋକର ଶବକୁ ପୁଅର ଶବ ବୋଲି ଭାବି ସଂସ୍କାର କରିଦେଇଥିଲୁ। ଏବେ ପୁଅ ବଞ୍ଚିଛି ବହୁତ ଖୁସି ଲାଗୁଛି।   

ଅଧିକ ପଢନ୍ତୁ  ଭାରତ ଖବର 
 

ଘନ କୁହୁଡ଼ି
13m ago
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
30m ago
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
38m ago
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ