ଭାରତ ପତାକା ଧରି ଏପରି କହିଲେ ପାକିସ୍ତାନୀ କରାଟେ ଖେଳାଳୀ, ଭାଇରାଲ ହେଲା ଭିଡିଓ
by Argus News
Mon, Apr 22 | 11:10 a.m.

ଅର୍ଗସ ବ୍ୟୁରୋ : ଭାରତ ଆଉ ପାକିସ୍ତାନ ଶତ୍ରୃ ନୁହେଁ ମିତ୍ର । ଆମ ଭିତରେ କୌଣସି ଶତ୍ରୃତା ନାହିଁ । ଏପରି କହିଲେ ପାକିସ୍ତାନୀ କରାଟେ ଖେଳାଳୀ ଶାହାଜୈବ ରିନ୍ଧ । ଯେଉଁ ଭିଡିଓ ଏବେ ଇଣ୍ଟରନେଟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । 

ଭାରତ ଆଉ ପାକିସ୍ତାନର କରାଟେ ଯୁଦ୍ଧ ଖୁବ କମ ଷ୍ଟେଜରେ ଦେଖିବାକୁ ମିଳେ । ଆଉ ଯେବେ ଉଭୟଙ୍କ ଭିତରେ ମ୍ୟାଚ ହୁଏ, ସେବେ ପ୍ରକୃତରେ ଶତ୍ରୃ ଭଳି ମ୍ୟାଚ ଖେଳ ଦେଖିବାକୁ ମିଳେ । କିନ୍ତୁ ଶନିବାର ହୋଇଥିବା କରାଟେ ଯୁଦ୍ଧ ଏହାର ଖୁବ ବିପରୀତ ଦେଖିବାକୁ ମିଳିଥିଲା । ଶନିବାର ଭାରତର କରାଟେ ଖେଳାଳୀ ରାଣା ସିଂ ଏବଂ ପାକିସ୍ତାନୀ ଖେଳାଳୀ ଶାହାଜୈବ ରିନ୍ଧଙ୍କ ମଧ୍ୟରେ କରାଟେ ଯୁଦ୍ଧ ଦେଖିବାକୁ ମିଳିଥିଲା । ଏହି ଖେଳରେ ଜିତିଥିଲେ ପାକିସ୍ଥାନୀ ଖେଳାଳୀ ଶାହାଜୈବ ରିନ୍ଧ । ଆଉ ଜିତିବା ପରେ ଉଭୟ ଭାରତ ଆଉ ପାକିସ୍ତାନର ପତାକା ଧରି ଷ୍ଟେଜ ଉପରକୁ ଆସିଥିଲେ ।

 

 ତାଙ୍କୁ ଯେତେବେଳେ ଏହାର କାରଣ ପଚରା ଯାଇଥିଲା, ସେ କହିଥିଲେ, " ଏହି ଯୁଦ୍ଧ ହେଉଛି ଶାନ୍ତିର । ଭାରତ ଆଉ ପାକିସ୍ତାନ ଶତ୍ରୃ ନୁହନ୍ତି, ମିତ୍ର ଅଟନ୍ତି । ଆମେ ଯଦି ସମସ୍ତେ ଏକାଠି ମିଶିବା ସବୁ କିଛି କରିପାରିବା । ଏହି କରାଟେ ଯୁଦ୍ଧ ଖେଳ ଦୁଇ ଦେଶକୁ ଏକାଠି କରିବାର ପ୍ରୟାସ ।" କେବଳ ସେତିକି ନୁହେଁ, ସଲମାନ ଖାନ ଖେଳ ଦେଖିବାକୁ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ ଦେଇଥିଲେ ଶାହାଜୈବ । ଏବଂ ଶେଷରେ ତାଙ୍କୁ ଭେଟିଥିଲେ ।ତେବେ ମ୍ୟାଚ ପରେ ପାକିସ୍ତାନୀଙ୍କ ଏପରି କହିବା ସବୁ ଭାରତ ଏବଂ ପାକିସ୍ତାନୀଙ୍କ ଉପରେ ପ୍ରଭାବ ପକାଇଛି । 

 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ