ଓ୍ବାଶିଂ ମେସିନ୍ ଭିତରୁ ମିଳିଲା କୋଟି କୋଟି ଟଙ୍କା
by Argus News
Wed, Mar 27 | 12:58 p.m.

ନୂଆଦିଲ୍ଲୀ:  ଓ୍ବାଶିଂ ମେସିନ୍ ଭିତରୁ ମିଳିଲା କୋଟି କୋଟି ଟଙ୍କା । ଇଡି ପକ୍ଷରୁ ଚଢଉ ବେଳେ ବିପୁଳ ପରିମାଣର ଟଙ୍କା ଠାବ କରାଯାଇଛି । ଓ୍ବାସିଂ ମେସିନ ଭିତରେ ଥିବା ଅଢେଇ କୋଟି ଟଙ୍କାକୁ ଜବତ କରିଛି ଇଡି । ବେନାମୀ କଂପାନୀ  ନାଁରେ କୋଟି କୋଟି ଟଙ୍କା ଠୁଳ କରୁଥିବା ଅଭିଯୋଗ ହେବା ପରେ ଇଡି ପକ୍ଷରୁ ଚଢଉ କରିଥିଲା । ଇଡିର ଟିମ୍ ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, କୋଲକତା ଓ ହରିଆଣାର କୁରୁକ୍ଷେତ୍ରରେ ରେଡ୍ କରିଥିଲା ।

ଏହି ବେନାମୀ କମ୍ପାନୀ ଗୁଡିକର ନିର୍ଦ୍ଦେଶକ ଓ ଅଂଶୀଦାର ମାନେ ଇଡି ସ୍କାନରେର ରହିଛନ୍ତି । ସେମାନେ କେଉଁ ସୂତ୍ରରୁ ଏତେ ପରିମାଣର ଟଙ୍କା ଆୟ କରିଥିଲେ ସେ ସମ୍ପର୍କରେ ଇଡି ଖୋଳତାଡ କରୁଛି । କିନ୍ତୁ କେଉଁ ସ୍ଥାନରୁ ଓ୍ବାସିଂ ମେସିନ ଭିତରୁ ଅଢେଇ କୋଟି ଟଙ୍କା ଜବତ ହୋଇଛି ସେ ସମ୍ପର୍କରେ ଇଡି ସ୍ପଷ୍ଟ କରିନାହିଁ । ବର୍ତ୍ତମାନ ସୁଦ୍ଧା ୪୭ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଥିବା ଇଡି ସୂଚନା ଦେଇଛି ।  
ଅଧିକ ପଢନ୍ତୁ ଭାରତ ଖବର 

ପ୍ରଧାନମନ୍ତ୍ରୀ
30m ago
ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର/ନୂଆଦିଲ୍ଲୀ: ଆସନ୍ତା 10 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଁଞ୍ଚିବା ପରେ ରାମମନ୍ଦିର ଠାର
GOLD SEIZED
33m ago
ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ସହ ୪ ଯାତ୍ରୀ ଗିରଫ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରୁ ୩.୭୭ କେଜି ସୁନା ଜବତ । ଦୁବାଇରୁ ଭୁବନେଶ୍ୱର ଆସିବା ବେଳେ ଧରିଲା କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ସୁନ ର ମୂଲ୍ୟ ୨ କୋଟ
AGE
41m ago
୧୦୦ ବର୍ଷ ଧରି ବଞ୍ଚିବାର ରହସ୍ୟ ?
୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ କାହାକୁ ବା ଇଚ୍ଛା ନଥାଏ ? ଆଜିକାଲିର ଜୀବନଶୈଳୀରେ ସୁସ୍ଥ, ନିରାମୟ ଜୀବନଯାପନ କରିବାକୁ ସମସ୍ତେ ଆଗ୍ରହୀ । କିନ୍ତୁ ଏହି ସୁସ୍ଥ, ନିରାମୟ ଜୀବନ ପାଇବାକ