ଇଟା ଭାଟିରେ କାମ କରିବା ବେଳେ ଶ୍ରମିକଙ୍କ ମୃତ୍ୟୁ
by Argus News
Fri, Mar 29 | 6:53 p.m.

ରାୟଗଡା : ଦାଦନ ଦୁଃଖ । ଇଟା ଭାଟିରେ କାମ କରିବା ବେଳେ ଶ୍ରମିକର ମୃତ। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡ଼ା  ପଞ୍ଚାୟତ ବାହାରକୁଟୁମି ଗାଁରୁ । ମୃତକ ଜଣଙ୍କ ହେଲେ ଲଦି ମାଝୀ(୪୩)। ସେ ୩ ମାସ ପୂର୍ବେ ଗାଁର କିଛି ଲୋକଙ୍କ ସହିତ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ଜିଲା କପର ଗାଁରେ ଏକ ଇଟା ଭାଟିରେ କାମ କରିବାକୁ ଯାଇଥିଲେ। ଗତକାଲି ଅପରାହ୍ନ ତିନିଟା ବେଳେ କାମ କରିବା ବେଳେ ଛତିରେ ଯନ୍ତ୍ରଣା ହେବାରୁ ସେ ରହୁଥିବା ବସାକୁ ପଠେଇ ଦେଇଥିଲେ ସେଠାର ସେ ବେହୋଶ ହୋଇଯାଇଥିଲେ ତୁରନ୍ତ ଗୁଣ୍ଟୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ : ଦାଦନ ଶ୍ରମିକଙ୍କ ଉଦ୍ଧାର ପାଇଁ ନିବେଦନ

ମୃତକଙ୍କ ମୃତ ଦେହ ଗାଁକୁ ଅଣାଯାଇଛି। ଜିଲାରେ କାମ ନମିଳିବାରୁ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି ଅନେକ ଶ୍ରମିକ। ମୃତ ଶ୍ରମିକ ଲୋଦି ମାଝି କିଛି ଦିନ ଆଗରୁ ଦେହ ଭଲ ଲାଗୁନି କହି ଗାଁକୁ ଚାଲିଯିବାକୁ ଭେଟି ମାଲିକକୁ କହିଥିଲେ । କିନ୍ତୁ ମାଲିକ ତାଙ୍କୁ ଟଙ୍କା ଦେଇନଥିଲେ କି ଯିବାକୁ ଛାଡି ନଥିଲେ ବୋଲି ସାଙ୍ଗରେ ଥିବା ସାଥି ଶ୍ରମିକ ମାନେ ଅଭିଯୋଗ କରି ଛନ୍ତି। ଏନେଇ ପ୍ରସାଶନିକ ପ୍ରତିକ୍ରିୟା ମିଳିପାରି ନାହିଁ।

ତାମିଲନାଡ଼ୁ
5m ago
ତାମିଲନାଡ଼ୁ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ
ଅର୍ଗସ ବ୍ୟୁରୋ: ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଆ
ମ୍ୟାଚ ହାରିବା ପରେ
19m ago
ମ୍ୟାଚ ହାରିବା ପରେ ରାହୁଲଙ୍କ ଉପରେ ରାଗିଗଲେ LSG ମାଲିକ ସଞ୍ଜୀବ ଗୋଏଙ୍କା: ଭିଡିଓ ଭାଇରାଲ
ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି। ଯାହା କ୍ରିକେଟ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି
ଆସନ୍ତାକାଲି
ଆସନ୍ତାକାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ
ଅର୍ଗସ ବ୍ୟୁରୋ: ଆସନ୍ତା କାଲି ହେଉଛି ଅକ୍ଷୟତୃତୀୟା। ଓଡ଼ିଆ ମାନଙ୍କର ଏକ ବଡ଼ ପର୍ବ। ଏହି ଦିନ ରଥ କାଠ ଅନୁକୂଳ ହୁଏ। ସୁନା କିଣିବାକୁ ଭାରତୀୟମାନେ ଭାବପ୍ରବଣ ହୋଇଥାନ୍ତି। ଆମର ଏକ ପରମ୍ପର