ମହକୁଛି ପାହାଡ, ଫୁଟିଲା ଫୁଲ
by Argus News
Sun, Sep 29 | 9:01 p.m.

ଅର୍ଗସ ବ୍ୟୁରୋ:  ଫୁଲ ବା ପୁଷ୍ପ କ୍ଷୁଦ୍ର ଆକାର, କଅଁଳ ପାଖୁଡା, ବିଭିନ୍ନ ରଙ୍ଗ, ଭିନ୍ନ ବାସ୍ନାର ରହିଛି । ଫୁଲମାନଙ୍କର ବହୁତ ପ୍ରକାରର ଆବଶ୍ୟକତା ରହିଛି । ବିଭିନ୍ନ ଉଦ୍ଦେଶ୍ୟରେ ଫୁଲମାନେ ବି ବ୍ୟବହୃତ ହୁଅନ୍ତି - ଜନ୍ମ ଦିନରେ, ସଭାସମିତିରେ, ଦେବାଳୟରେ, ପକେଟରେ, ଶଯ୍ୟାରେ, ମୃତ୍ୟୁ ଶଯ୍ୟାରେ ଏମିତି ବହୁତ ଯାଗାରେ । ଶାନ୍ତି ଓ ସମୃଦ୍ଧି ପାଇଁ ପୁଷ୍ପମାନ ଇଶ୍ୱରଙ୍କଠାରେ ଅର୍ପିତ । ଆକାଶକୁ ତାରାମାନ ସଜାଇବା ଭଳି ରଙ୍ଗବେରଙ୍ଗର ଫୁଲ ମାନ ପ୍ରକୃତିରାଣୀକୁ ସଜାଇଥାନ୍ତି । ସୃଷ୍ଟିକର୍ତ୍ତାଙ୍କଦ୍ୱାରା ସୃଷ୍ଟ ପ୍ରତ୍ୟେକ ପଦାର୍ଥକୁ ପ୍ରଥମେ ତାଙ୍କୁ ହିଁ ନିବେଦନ କରାଯାଇଥାଏ । ଏଭଳି ଏକ ସୁନ୍ଦର ଫୁଲ ବର୍ତ୍ତମାନ ଭାଇରାଲ ହେଉଛି।

ବର୍ଷେ କି ଦୁଇ ବର୍ଷ ନୁହେଁ... ଦୀର୍ଘ ୧୨ ବର୍ଷ ପରେ ଫୁଟିଛି ଫୁଲ। ଏହା ଏମିତି ସେମିତି ଫୁଲ ନୁହେଁ ଏହା ହେଉଛି ଏକ ଦୁର୍ଲଭ ଫୁଲ। ବର୍ତ୍ତମାନ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫୁଲ ଦେଖିବାକୁ ମିଳିଛି ତାମିଲନାଡୁରେ। ତାମିଲନାଡୁର ନିଳଗିରି ପାହାଡ଼ରେ ଅସାଧାରଣ ଘଟଣା ଦେଖିବାକୁ ମିଳିଛି । ନିଳଗିରି ପାହାଡ଼ରେ ଚମତ୍କାରୀ ଫୁଲ ଫୁଟିଛି ।ଏହାର ନାଁ ହେଉଛି ‘ନୀଳକୁରିଞ୍ଜି’ ଫୁଲ । ଏହି ଫୁଲର ବିଶେଷ କଥା ହେଉଛି ଏହା ୧୨ ବର୍ଷରେ ଥରେ ଫୁଟିଥାଏ । କୁହାଯାଏ ଏହି ଚମତ୍କାରୀ ଫୁଲର ନୀଳ ରଂଗ ଯୋଗୁଁ ‘ନୀଳକୁରିଞ୍ଜି’ ଫୁଲର ନାମକରଣ କରାଯାଇଛି । କହିରଖୁଛୁ ୨୦୨୪ରେ ନୀଳକୁରିଞ୍ଜି ଫୁଲକୁ IUCN ଦ୍ୱାରା ବିପଦପୂର୍ଣ୍ଣ ପ୍ରଜାତି(threatened species)ର ନାଲି ତାଲିକାରେ ସାମିଲ କରାଯାଇଛି । ଏହି ତାଲିକାରେ ସେହି ପ୍ରଜାତିର ଉଦ୍ଭିଦ ଅନ୍ତର୍ଭୁକ୍ତ ଯାହାକି ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଛି । ଏହି ତାଲିକା ମଧ୍ୟମରେ ନୀଳରିକୁଞ୍ଜ ଫୁଲର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଏହାକୁ ବଞ୍ଚାଇବା ପାଇଁ ଅନୁରୋଧ କରାଯାଇଛି ।

ଏହି ଫୁଲଟି ଦେଖିବାକୁ ଖୁବ ସୁନ୍ଦର। ଧଳା ଏବଂ ବାଇଗେଣି ରଙ୍ଗର ହୋଇଥିବା ଏହି ଫୁଲ ଧିରେ ଧିରେ ବିଲୁପ୍ତ ହେବାକୁ ବସିଲାଣି। ଜୀବ ଜଗତ ପାଇଁ ପ୍ରକୃତିର ଅବଦାନ ଅନେକ । ବେଳେ ବେଳେ ପ୍ରକୃତିରେ ଏଭଳି ଘଟଣା ଘଟିଥାଏ ଯାହା ଜୀବଜଗତକୁ ଆଶ୍ଚର୍ଯ୍ୟ କରିଥାଏ । ଏଭଳି ଦୃଶ୍ୟ କେବଳ ୧୨ ବର୍ଷରେ ଥରେ ଦେଖିବାକୁ ମିଳିଛି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ଫୁଲକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଖୁସି ବ୍ୟକ୍ତ କରୁଛନ୍ତି।

 

ଅଧିକ ପଢ଼ନ୍ତୁ ଦେଶ ଖବର: 
 

MUNNA KHAN
17m ago
ଜଣେ ଅଣହିନ୍ଦୁ ହୋଇ ଜାଣିଶୁଣି ମୁନ୍ନା ଖାଁ ଆସ୍ଥା ଉପରେ କଲେ ଆଘାତ
ଅର୍ଗସ ବ୍ୟୁରୋ: ଓଡ଼ିଶାରେ 24 ବର୍ଷ ଧରି ଶାସନ କରିଥିବା ଦଳର ବରିଷ୍ଠ ନେତା ଓ ସାଂସଦ ମୁନ୍ନା ଖାଁ । କିନ୍ତୁ ତାଙ୍କ ମୁହଁରେ ନାହିଁ ବାଡ଼ ବତା । ଯେଉଁ ପ୍ରାର୍ଥନା ଓଡ଼ିଶାର ଘର
RAJNATH SINGH
ବିତର୍କ ଆରମ୍ଭ କରି କଂଗ୍ରେସକୁ ଆଇନା ଦେଖାଇଲେ ରାଜନାଥ
ଅର୍ଗସ ବ୍ୟୁରୋ: ସମ୍ବିଧାନକୁ ନେଇ ଲୋକସଭାରେ ଆରମ୍ଭ ହୋଇଛି ବିତର୍କ। ଏଥିରେ ସରକାରଙ୍କ ପକ୍ଷରୁ ଓପନିଂ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଥିଲେ ସମ୍ବିଧାନକୁ ନେ
MAHAKUMBH
ମନୁଷ୍ୟର ଅନ୍ତର୍ମନର ଚେତନାର ଅନ୍ୟନାମ ମହାକୁମ୍ଭ
ଅର୍ଗସ ବ୍ୟୁରୋ: ସଂଯୋଗକୁ ନବବର୍ଷର ଶୁଭାରମ୍ଭ ବିଶ୍ବର ସବୁଠୁ ବଡ଼ ଧାର୍ମିକ ସମାଗମ ମହାକୁମ୍ଭରୁ ହିଁ ହେବାକୁ ଯାଉଛି । ପ୍ରୟାଗରାଜରେ ସନାତନୀଙ୍କର ଏଭଳି ଏକତ୍ରୀକର
ALLU ARJUN
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ଅର୍ଗସ ବ୍ୟୁରୋ: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ। ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍’ର ପ୍ରିମିୟରରେ ହୋଇଥିବା ଦଙ୍ଗ
VILLAGE
ସରକାରୀ ବସ ସେବାରୁ ବଞ୍ଚିତ ଉପାନ୍ତ ଅଂଚଳ କୁନ୍ଦୁରାବାସୀ
ଅର୍ଗସ ବ୍ୟୁରୋ: ସରକାରୀ ବସ ସେବାରୁ ବଞ୍ଚିତ ଅଛନ୍ତି ଉପାନ୍ତ ଅଂଚଳ କୁନ୍ଦୁରାବାସୀ । କୁନ୍ଦୁରା ବ୍ଲକର 16ଟି ପଂଚାୟତର ପ୍ରାୟ 80 ହଜାର ଲୋକେ ବସବାସ କରନ୍ତି l ତଥାପି ବ୍ଲକ ସଦ