ଗୁଜରାଟ ପରେ ଲକ୍ଷ୍ନୌରେ 10 ହୋଟେଲ ଓ ରେଲୱେ ଷ୍ଟେସନକୁ ବୋମା ଧମକ
by Argus News
Sun, Oct 27 | 9:24 p.m.

ଅର୍ଗସ ବ୍ୟୁରୋ : ଗୁଜରାଟ ପରେ ଲକ୍ଷ୍ନୌରେ 10 ହୋଟେଲ ଓ ରେଲୱେ ଷ୍ଟେସନକୁ ବୋମା ଧମକ । ଗତକାଲି ରାଜକୋଟର ପଞ୍ଚତାରକା ହୋଟେଲ ସହ 10 ହୋଟେଲରେ ବିସ୍ଫୋରଣ କରିବାକୁ ଧମକପୂର୍ଣ୍ଣ ଇମେଲ ମିଳିଥିଲା । ଆଜି ଲକ୍ଷ୍ନୌର ହୋଟେଲ ଫର୍ଚୁନ, ହୋଟେଲ ଲେମନ ଟ୍ରି, ହୋଟେଲ ମ୍ୟାରିଅନ ସହ ବିଭିନ୍ନ ସ୍କୁଲ, କଲେଜ, ରେଲୱେ ଷ୍ଟେସନ ଓ  ବିମାନ ବନ୍ଦରକୁ ମିଳିଥିଲା ବୋମା ଧମକ । ଇମେଲରେ ଧମକ ମିଳିବା ସହ ବିସ୍ଫୋରଣରୁ ବର୍ତ୍ତିବାକୁ ମୋଟା ଅଙ୍କର ଟଙ୍କା ଦାବି କରିଥିଲେ ସାଇବର ଠକ । ଧମକ ମିଳିବା ପରେ ତୁରନ୍ତ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ହୋଇଥିଲା । ଲୋକଙ୍କୁ ଆତଙ୍କିତ ନହେବାକୁ ପୋଲିସ ପରାମର୍ଶ ଦେଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର

କିନ୍ତୁ ଧମକ ଅନୁଜାୟୀ କୌଣସି ସ୍ଥାନରେ ବି କୌଣସି ଅଘଟଣ ଘଟିନାହିଁ । ଲୋକେ ସୁରକ୍ଷିତ ଭାବେ ଲକ୍ଷ୍ନୌ, ଅଯୋଧ୍ୟା ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଗତ କିଛିଦିନ ଧରି ଲଗାତାର ଏପରି ଘଟଣା ସାମ୍ନାକୁ ଆସୁଛି । ଗତ ସପ୍ତାହରେ ଫେକ୍ କଲ୍ କୁ ନେଇ ଇଣ୍ଡିଗୋ , ଆକାଶା ଏୟାରଲାଇନ୍ସ ବିପୁଳ କ୍ଷତି ସହିଛନ୍ତି । ଅନୁସନ୍ଧାନରୁ ଏହା ଫେକ୍ କଲ୍ ହୋଇଥିବା ଜଣାପଡ଼ିଥିଲା ।

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ