ନୂଆ ଟିମ୍ ସହ ଇଂନିସ ଆରମ୍ଭ କରିବାକୁ ଯାଉଛି'
by Argus News
Thu, Mar 28 | 5:21 p.m.

ଭୁବନେଶ୍ୱର: ବିଜେପିରେ ସାମିଲ ହୋଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ  । ବିଜେପିରେ ମିଶିବା ପରେ ସେ କହିଛନ୍ତି ରାଷ୍ଟ୍ରବାଦ ପାଇଁ ବିଜେପି କାମ କରୁଛି । ସବକା ସାଥ୍ ସବକା ବିକାଶ ନାରା ମତେ ପ୍ରଭାବିତ କରିଛି ।  ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ । ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି, ଆସିଲେ ଦେଖିପାରିବେ କହିଛନ୍ତି ଭର୍ତ୍ତୃହରି । 

ବିଜେପିରେ ମିଶିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

ଏହାସହ ଭର୍ତ୍ତୃହରି କହିଛନ୍ତି ନୂଆ ଟିମ୍ ସହ ଇନିଂସ ଆରମ୍ଭ କରିବାକୁ ଯାଉଛି । ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି ।  ଆସିଲେ ଦେଖିପାରିବେ । ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ । ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ, ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ କହିଲେ । ଏକ ନୂଆ ଟିମ୍‌ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି । 

ଭର୍ତ୍ତୃହରି ମହତାବ 6 ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । 1998,1999,2004,2009,2014,2019 ରେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି । 2017ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ୍ ଆୱାର୍ଡ ପାଇଥିବାବେଳେ 2017,2018,2019,2020ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ଗତ 22 ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ଭର୍ତ୍ତୃହରି ମହତାବ । 

ପ୍ରଧାନମନ୍ତ୍ରୀ
31m ago
ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର/ନୂଆଦିଲ୍ଲୀ: ଆସନ୍ତା 10 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଁଞ୍ଚିବା ପରେ ରାମମନ୍ଦିର ଠାର
GOLD SEIZED
34m ago
ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ସହ ୪ ଯାତ୍ରୀ ଗିରଫ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରୁ ୩.୭୭ କେଜି ସୁନା ଜବତ । ଦୁବାଇରୁ ଭୁବନେଶ୍ୱର ଆସିବା ବେଳେ ଧରିଲା କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ସୁନ ର ମୂଲ୍ୟ ୨ କୋଟ
AGE
42m ago
୧୦୦ ବର୍ଷ ଧରି ବଞ୍ଚିବାର ରହସ୍ୟ ?
୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ କାହାକୁ ବା ଇଚ୍ଛା ନଥାଏ ? ଆଜିକାଲିର ଜୀବନଶୈଳୀରେ ସୁସ୍ଥ, ନିରାମୟ ଜୀବନଯାପନ କରିବାକୁ ସମସ୍ତେ ଆଗ୍ରହୀ । କିନ୍ତୁ ଏହି ସୁସ୍ଥ, ନିରାମୟ ଜୀବନ ପାଇବାକ