ବିବାହ ପରେ ବିଧବା ବେଶରେ ଶାଶୂଘର ଯାଏ ଝିଅ
by Argus News
Tue, Jun 25 | 12:05 p.m.

 ଅର୍ଗସ ବ୍ୟୁରୋ : ବାହାଘର ସରିଲେ ଝିଅ ସଜବାଜ ହୋଇ ଶାଶୂଘର ଯାଏ । କାନ୍ଦବୋବାଳି ପଡ଼େ, ବରକନ୍ୟା ବିଦା ହୁଅନ୍ତି । ହେଲେ କେବେ ଭାବିଛନ୍ତି କି ? ବାହାଘର ପରେ ଝିଅକୁ ବିଧବା କରି ଶାଶୂଘର ପଠାଇବା କଥା ? କଥାଟା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ପରମ୍ପରା ସେତିକି ଭୟାନକ ମଧ୍ୟ । ହେଲେ ଏମିତି କାହିଁକି ହୁଏ ? ତା' ପଛରେ ରହିଛି ବିଶେଷ କିମ୍ବଦନ୍ତୀ ।
ବିବାହକୁ ନେଇ ବିଭିନ୍ନ ଜାତିର ଭିନ୍ନ ଭିନ୍ନ ପରମ୍ପରା । କେଉଁଠି ବିବାହ ବେଳେ କଳା ରଙ୍ଗର ପୋଷାକ ପିନ୍ଧାଯାଏ, ତ କେଉଁଠି ଧଳା ରଙ୍ଗର । ହେଲେ ଆମ ଧର୍ମରେ ସାଧଆରଣତଃ ବିବାହ ବେଳେ ନାଲି ରଙ୍ଗର ଯୋଡା ପିନ୍ଧାଯାଏ । ନୂଆ ବୋହୂ ନାଲି ରଙ୍ଗର ଶାଢିରେ ସଜେଇ ହୋଇ ବିବାହ କରେ ଏବଂ ଶାଶୂ ଘରକୁ ଯାଏ । ହେଲେ ଏପରି ଏକ ଗାଁ ଯେଉଁଠି ବିବାହ ପରେ ବିଧବା ବେଶରେ ଶାଶୂଘରକୁ ଯାଏ ନୂଆ କନିଆଁ ।

ଅଧିକ ପଢନ୍ତୁ : ବାପା-ମା କରାଇଲେ ପିଲାଙ୍କର 'ଭୂତ ବିବାହ'

 ମଧ୍ୟପ୍ରଦେଶର ମଣ୍ଡଳ ଭୀମଦୋଙ୍ଗ୍ରୀ ଗାଁରେ ଆଦିବାସୀ ସମାଜର ଲୋକେ ବାସ କରନ୍ତି । ଏହି ଗାଁରେ ବିବାହ ସମସ୍ତ ରୀତିନୀତିରେ ସରିବା ପରେ ବିଦାୟ ସମୟ ଆସିଲେ ଝିଅକୁ ଧଳା ରଙ୍ଗର ଶାଢି ପିନ୍ଧାଯାଏ । ଏହି ସମୟରେ ଅନ୍ୟମାନେ ବି ଧଳା ରଙ୍ଗର ପୋଷାକ ପିନ୍ଧନ୍ତି । ଏହା ପଛରେ ରହିଛି ବିଶେଷ କାରଣ । ଏହି ଗାଁର ଲୋକେ ଗୋଷ୍ଠୀ ଧର୍ମକୁ ଅନୁସରଣ କରନ୍ତି । ସେଥିପାଇଁ ଏମାନେ ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି ବିବେଚନା କରନ୍ତି । ସେମାନଙ୍କ ମତରେ ଧଳା ରଙ୍ଗକୁ ସମସ୍ତ ଶୁଭକାର୍ଯ୍ୟ ପାଇଁ ବ୍ୟବହାର କରାଯାଏ । ଏକ ନୂଆ ଜୀବନ ନବଦମ୍ପତ୍ତି ଆରମ୍ଭ କରୁଥିବାରୁ କନିଆଁ ଧଳା ଲୁଗା ପିନ୍ଧିବା ଦରକାର ବୋଲି ସେମାନେ କୁହନ୍ତି । କେବଳ ସେତିକି ନୁହେଁ ବିବାହକୁ ନେଇ ସାମନଙ୍କ ସମ୍ପ୍ରଦାୟରେ ଆଉ ଏକ ନିୟମ ମଧ୍ୟ ରହିଛି । ବିବାହ ସମୟରେ ନବଦମ୍ପତ୍ତି ବୁଲୁଥିବା ୭ ଫେରାରୁ ୪ ଫେରା କନିଆଁ ଘର ବିବାହ ବେଦିରେ ବୁଲାଯିବା ବେଳେ ବାକି ୩ ଫେରା ପୁଅ ବା ବର ଘରେ ବୁଲାଯାଏ । ତେବେ ବିବାହ ସହ ଏହି ଗାଁ ରେ ମଦ ନିଷେଧ , ଟଙ୍କା ରୋଜଗାରକୁ ନେଇ ଭିନ୍ନ ଭିନ୍ନ ନିୟମ ରହିଥିବା ଦେଖିବାକୁ ମିଳିଛି ।

 

 

ପୁଣି ବିବାଦରେ
14m ago
ପୁଣି ବିବାଦରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ
ଅର୍ଗସ ବ୍ୟୁରୋ: ଧର୍ମଶାଳା ଭବନ। ବଲେବଲେ ଢାବା। ଆଉ ବଲେବଲେ ଢାବାରେ ଚାଲିଥିଲା ଖଟିଆ ସେବା । ଖଟିଆ ସେବାରେ ଆପ୍ୟାୟିତ ହେଉଥିଲେ ବଡବଡ ବିଧାୟକ, ମନ୍ତ୍ରୀ, ରାଜନେତା ଓ ମାଫିଆ । ବିଧାୟକ
ନବୀନ ସରକାର
ନବୀନ ସରକାର ଚାପିଦେଲେ, ମୋହନ ସରକାର ଖୋଲିବେ ନ୍ୟାୟ ଫାଇଲ୍
ଅର୍ଗସ ବ୍ୟୁରୋ: ଚିନ୍ମୟୀ, ପରୀ, ମମିତା, ପିହୁ, ଅମୃତ. ଉଲ୍ଲାସ, ଦିପ୍ତୀକାନ୍ତ। ବିଜେଡି ସରକାର ଅମଳରେ ଅନ୍ୟାୟ, ଅତ୍ୟାଚାର, ନିର୍ଯାତନାର ଶିକାର ହୋଇଥିବା ଏସବୁ ପରିବାରକୁ ମିଳିବ କି ନ୍ୟା
ଜାଲ୍ କାର୍ଡରେ
ଜାଲ୍ କାର୍ଡରେ ଦଳୀୟ ଆଧାରରେ ଚାଉଳ ବାଣ୍ଟିବାର ହେବ ପର୍ଦ୍ଦାଫାସ୍
ଅର୍ଗସ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହେବ ନକଲି ଖାଉଟି କାର୍ଡର ଯାଞ୍ଚ ପ୍ରକ୍ରିୟା । ଚିହ୍ନଟ ହେବେ ଭୂତ ହିତାଧିକାରୀ। ମୃତବ୍ୟକ୍ତିଙ୍କ ନାଁରେ ଥିବା ରାସନ କାର୍ଡ ଚିହ୍ନଟ କରାଯିବ। ସେ କାର୍ଡର