ବିଶ୍ବକପ ଜିତିବା ପରେ ହାର୍ଦ୍ଦିକ ଲେଖିଲେ ଇମୋସନାଲ ପୋଷ୍ଟ.....ହେଲେ କାହାପାଇଁ
by Argus News
Fri, Jul 05 | 7:22 p.m.

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ ଟ୍ରଫି ଜିତିବାପରେ ଟିମ ଇଣ୍ଡିଆକୁ ସ୍ବଦେଶରେ ଜୋରଦାର ସ୍ବାଗତ କରାଯାଇଛି। ପୁରା ଦଳ ମୁମ୍ବାଇରେ ବିଜୟ ପରେଡରେ ଯୋଗ ଦେଇଥିଲେ। ସମସ୍ତ ଖେଳାଳି ବେଶ ଉତ୍ସାହିତ ଦେଖାଯାଉଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏହି ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ତୁମେ ମୋ ପାଇଁ ପୁରା ଦୁନିଆ। ତେବେ ହାର୍ଦ୍ଦିକ ଏପରି ପୋଷ୍ଟ କାହାପାଇଁ ଲେଖିଛନ୍ତି ଆସନ୍ତୁ ଜାଣିବା।

ଓ୍ବାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବା ପରେ ଲକ୍ଷ ଲକ୍ଷ ଲୋକଙ୍କ ସହ ଗହଣରେ ହାର୍ଦ୍ଦିକ ଏକ ଭିଡିଓ କରିଥିଲେ। ଆଉ ଏହି ଭିଡିଓକୁ ସେ ଏକ ସ୍ବତନ୍ତ୍ର କ୍ୟାପସନରେ ପୋଷ୍ଟ କରିଥିଲେ। ସେ ଲେଖିଛନ୍ତି ଇଣ୍ଡିଆ ତୁମେ ମୋ ପାଇଁ ପୁରା ଦୁନିଆ। ଆପଣ ସମସ୍ତଙ୍କ ଭଲ ପାଇବା ପାଇଁ ମୋ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଏ ହେଉଛି ସେହି ସ୍ପେଶାଲ ମୋମେଣ୍ଟ ଯାହାକୁ ମୁଁ କେବେ ଭୂଲିପାରିବି ନାହିଁ। ବର୍ଷା ସତ୍ତ୍ବେ ବି ଆପଣ ଆମ ପାଇଁ ଉତ୍ସବରେ ଯୋଗ ଦେଇଛନ୍ତି। ଏଥିପାଇଁ ବହୁତ ସାରା ଧନ୍ୟବାଦ। ଆମେ ଆପଣମାନଙ୍କୁ ଭଲ ପାଉ। ଆମେ ସମସ୍ତେ ଚାମ୍ପିୟନ। ଥ୍ୟାଙ୍କ ୟୁ ମୁମ୍ବାଇ, ଥ୍ୟାଙ୍କ ୟୁ ଇଣ୍ଡିଆ। 

 

 

ସୂଚନା ଥାଉ କି, ଟି -୨୦ ବିଶ୍ବକପରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରିଥିଲେ। ବ୍ୟାଟିଂ କରୁଥିବାବେଳେ ୬ ଇନିଂରେ ୧୪୪ ରନ ସ୍କୋର କରିଥିଲେ। ବୋଲିଂ ବେଳେ ସେ ୮ ଇନିଂସରେ ୧୧ ଓ୍ବିକେଟ ନେଇଥିଲେ। ସାଉଥ ଆଫ୍ରିକା ଫାଇନାଲରେ ହାର୍ଦ୍ଦିକ ଶେଷ ଓଭର ବୋଲିଂ କରିଥିଲେ। ସେହି ଓଭରରେ ହାର୍ଦ୍ଦିକ ଚମତ୍କାର ବୋଲିଂ କରିଥିଲେ। ଜିତିବାପାଇଁ ଦକ୍ଷିଣଆଫ୍ରିକା ୬ଟି ବଲରେ ୧୬ ରନ ଆବଶ୍ୟକ କରୁଥିଲା। ଏହି ଓଭରରେ ଓ୍ବିକେଟ ନେଇ ହାର୍ଦ୍ଦିକ ଦଳକୁ ବିଶ୍ବ ବିଜେତା କରିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା
ବିନାଶକାରୀ ଯୁଦ୍ଧ
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍
ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛ
ଶିକ୍ଷକ ନିଯୁକ୍ତି ଦାବି
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା