ବୟସର ତାରତମ୍ୟ ପ୍ରେମରେ ସାଜିନି ବାଧକ…
by Argus News
Thu, Apr 18 | 4:52 p.m.

ଅର୍ଗସ ବ୍ୟୁରୋ : କୁହାଯାଏ ପ୍ରେମ ଅନ୍ଧ । ପ୍ରେମରେ ନ ଥାଏ ବୟସର ତାରତମ୍ୟ କି ଜାତି ପ୍ରଥାରେ ଆବଦ୍ଧ ହୋଇ ରହେନି ପ୍ରେମ । ପ୍ରେମ ଆଗରେ ସୌନ୍ଦର୍ଯ୍ୟ ବି ହାର ମାନିଯାଏ । ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି । ବୟସର ସାୟାହ୍ନରେ ବି ସେମାନଙ୍କ ମଧ୍ୟରେ ଫିକା ପଡ଼ିନି ପ୍ରେମର ରଙ୍ଗ । ଉଭୟ ଉଭୟଙ୍କ ପାଇଁ ସମର୍ପିତ । ଏଷ୍ଟୋନିଆରେ ଜନ୍ମିତ ୪୮ ବର୍ଷ ବୟସର ମାର୍ଟ ସୋଏସନ । କିନ୍ତୁ ସେ ଏବେ ୧୦୪ ବର୍ଷର ମହିଳାଙ୍କ ପ୍ରେମରେ ପଡ଼ିଛନ୍ତି । ଯାହାଙ୍କ ନାମ ହେଉଛି ଏଲଫ୍ରିଡେ ରିଟ । ଯାହାଙ୍କର ବୟସ ଏବେ ୧୦୪ ।

ରିଟଙ୍କ ଅବସ୍ଥା ଦେଖି ସୋଏସନ ତାଙ୍କ ସହିତ ରହିବାକୁ ଚାହୁଁଥିଲେ । କିନ୍ତୁ ଅଷ୍ଟ୍ରେଲିଆରେ ଭିସା ପାଇଁ ମଧ୍ୟ ଆବେଦନ କରିଥିଲେ, କିନ୍ତୁ ଶନିବାର ଦିନ ଘଟିଥିଲା ଅଘଟଣ । ଯାହାଥିଲା ଏଲଫ୍ରିଡେ ରିଟଙ୍କ ମୃତ୍ୟୁର ଖବର । ଏହା ସହିତ ଏହି ଅନନ୍ୟ ପ୍ରେମ କାହାଣୀ ଶେଷ ହୋଇଥିଲା । ସୋସିଆଲ ମିଡିଆରେ ଏହି ପ୍ରେମ କାହାଣୀ ବିଷୟରେ ଅନେକ ଆଲୋଚନା ହେଉଛି । ସମଗ୍ର ଘଟଣା ଜାଣିବା ପରେ ଲୋକମାନେ ଭାବପ୍ରବଣ ହେଉଛନ୍ତି ।

ଏଲଫ୍ରିଡେ ରିଟ୍ ଇଷ୍ଟୋନିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ବିବାହ କରିଥିଲେ, କିନ୍ତୁ ସମ୍ପର୍କ ଅଧିକ ଦିନ ରହିନଥିଲା । ଏବଂ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ ଯାଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରିଟ୍ ମାର୍ଟ ସୋସନଙ୍କ ଜେଜେବାପାଙ୍କୁ ବିବାହ କରିଥିଲେ । ଏହାର ଅର୍ଥ ରିଟ୍ ସୋସାନଙ୍କ ଜେଜେମା ଥିଲେ । କିନ୍ତୁ ୧୧ ବର୍ଷ ପୂର୍ବେ ୧୯୯୬ରେ, ଯେତେବେଳେ ମାର୍ଟ ସୋସନ ଇଂରାଜୀ ଶିଖିବା ପାଇଁ ଅଷ୍ଟ୍ରେଲିଆ ଆସିଥିଲେ, ସେତେବେଳେ ସେ ରିଟଙ୍କୁ ଭେଟିଥିଲେ ।  

ଅଧିକ ପଢନ୍ତୁ ବିଦେଶ ଖବର

ସେମାନେ ଦେଖାହେବା ମାତ୍ରେ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଥିଲେ । ସୋଏସନ କହିଛନ୍ତି, ପ୍ରଥମ ଦେଖାରେ ଏହା ପ୍ରେମ ନୁହେଁ।  ମୁଁ ଜାଣିଥିଲି ଯେ ଆମ ମଧ୍ୟରେ ଏକ ବଡ଼ ବୟସ ପାର୍ଥକ୍ୟ ଅଛି, କିନ୍ତୁ ମୁଁ ତାଙ୍କୁ ବହୁତ ଭଲ ପାଉଥିଲି । ବୋଧହୁଏ ସେମାନଙ୍କ ବିନା ବଞ୍ଚିବା କଳ୍ପନା ମଧ୍ୟ କରିପାରିବ ନାହିଁ ହୋଲି ମୁଁ ଚିନ୍ତା ବି କରିଥିଲି । ମୁଁ ତାଙ୍କ ସହିତ ରହିବାକୁ ଚାହୁଁଥୁଲି । କିନ୍ତୁ ଭଗବାନ ଏହା ଚାହୁଁନଥିଲେ ।
 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ