ଏୟାର ଇଣ୍ଡିଆର ୭୮ ଉଡ଼ାଣ ରବ୍ଦ: ସମୂହ ଛୁଟିରେ ଗଲେ ୩୦୦ରୁ ଅଧିକ କର୍ମଚାରୀ
by Argus News
Wed, May 08 | 11:43 a.m.

ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନର ଉଡାଣକୁ ବାତିଲ କରାଯାଇଛି।  ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି। ଏହି ବିମାନ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ବାତିଲ ହୋଇଥିବା ସୂଚନା ରହିଛି।

ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି। ତେବେ ଛୁଟିର କାରଣ ଅସୁସ୍ଥତା ଦର୍ଶାଯାଇଛି। ଯେଉଁଥିପାଇଁ ଏୟାର ଇଣ୍ଡିଆ କମ୍ପାନୀକୁ ଏଭଳି ବଡ଼ ପଦକ୍ଷେପ ନେବାକୁ ପଡ଼ିଛି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କୌଣସି ନୋଟିସ ନ ଦେଇ ସାମୂହିକ ଛୁଟି ନେଇଛନ୍ତି। 

ଏହି ଘଟଣାଗୁଡ଼ିକର କାରଣ ବୁଝିବା ପାଇଁ ଆମେ କ୍ରୁଙ୍କ ସହ ଯୋଡ଼ି ହୋଇ ରହିଛୁ। ଆମର ଟିମ୍‌ ଏହି ସମସ୍ୟାକୁ ସମାଧାନ କରିବାରେ ଲାଗିପଡ଼ିଛନ୍ତି। ଯାହା ଫଳରେ ଆମେ ଯାତ୍ରୀମାନଙ୍କ ସମସ୍ୟାକୁ କମ୍‌ କରିପାରିବୁ।’ ଏହି ଅପ୍ରତ୍ୟାଶିତ ବ୍ୟାଘାତ ପାଇଁ ଆମେ ଆମର ଅତିଥିମାନଙ୍କୁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛୁ।

ଏହାଛଡ଼ା ନିଶ୍ଚିତ କରୁଛୁ ଯେ ଏହି ସେବା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି।
ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ, ଏକ୍ସପ୍ରେସରେ ଉଡ଼ାଣ ଭରିବାକୁ ଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରକୁ ଯିବା ପୂର୍ବରୁ ସେମାନେ ପ୍ରଭାବିତ ହୋଇଛନ୍ତି କି ନାହିଁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍