ପୁଣି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ଅଜିତ୍ ଡୋଭାଲ୍
by Argus News
Fri, Jun 14 | 7:48 a.m.

ଅର୍ଗସ ବ୍ୟୁରୋ:  ପୁଣି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ଅଜିତ୍ ଡୋଭାଲ୍। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ପୁଣି କାର୍ଯ୍ୟ ଜାରି ରଖିବେ ଓଡିଆ ପୁଅ ପିକେ ମିଶ୍ର। ଏନେଇ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ତେବେ କ୍ୟାବିନେଟର ନିଯୁକ୍ତ କମିଟି ଏହି ଦୁଇ ଜଣ ଅଫିସରଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି। ଏଥିସହ ଲଗାତାର ତୃତୀୟ ଥର ପାଇଁ ଅଜିତ୍ ଡୋଭାଲ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଇଛନ୍ତି। ଅନ୍ୟପଟେ ଓଡିଆ ପୁଅ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପିକେ ମିଶ୍ରଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି।

୨୦୦୯ରେ ଚାକିରୀରୁ ଅବସର ନେଇଥିବା ପ୍ରମୋଦ ମିଶ୍ରଙ୍କୁ ମୋଦି ତାଙ୍କ ପ୍ରଥମ ପାଳି ସରକାରରେ ପିଏମଓରେ ପୁନଃ ନିଯୁକ୍ତି ଦେଇଥିଲେ। ଦ୍ୱିତୀୟ ପାଳିରେ ମଧ୍ୟ ମୋଦି ତାଙ୍କ ଉପରେ ଭରସା କରିଥିଲେ। ଏବେ ପୁଣି ତୃତୀୟ ପାଳିରେ ମୋଦି ତାଙ୍କ ଉପରେ ପୁଣି ଭରସା କରିଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା