ମାର୍ଚ୍ଚ ୧୪ ବିଶ୍ୱ କିଡନୀ ଦିବସ, ଜାଣନ୍ତୁ ଏହାର ଲକ୍ଷଣ
by Argus News
Thu, Mar 14 | 7:47 p.m.

ଅର୍ଗସ ବ୍ୟୁରୋ : ଆଜି ମାର୍ଚ୍ଚ ୧୪ ତାରିଖ । ଏହି ଦିନଟିକୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରାଯାଇଥାଏ । କିଡନୀ ବା ବୃକକ ହେଉଛି ଶରୀର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରି ସୁସ୍ଥ ରଖିବାର କାର୍ଯ୍ୟକରେ । କିନ୍ତୁ ବର୍ତ୍ତମାନର ଜୀବନଶୈଳୀ କିଡନୀ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି । ଲୋକଙ୍କୁ କିଡନୀ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ । 

ଏହି ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୪ରେ ବିଶ୍ୱ କିଡନୀ ଦିବସ ପାଳନ ହେଉଛି । ତେବେ ଚଳିତ ବର୍ଷ ‘ବିଶ୍ୱ କିଡ଼ନୀ ଦିବସ’ର ଥିମ୍ ରହିଛି, ‘ kidney Health for all- Advancing Equitable Access to care And Optimal Medication Practice’ । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ ।

ଡ଼ାକ୍ତରଙ୍କ ମତ ଅନୁଯାୟୀ, ଏହାର ପ୍ରମୁଖ କାରଣ ହେଲା ମଧୁମେହ ଓ ଉଚ୍ଚ ରକ୍ତଚାପ । କିଡ଼ନୀ ରୋଗରେ ସାଧାରଣତଃ ପ୍ରାଥମିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖା ଦେଇନଥାଏ କିନ୍ତୁ ଏନେଇ ଜଣାପଡ଼ିବା ବେଳକୁ କିଡ଼ନୀ ଅନେକ ପରିମାଣରେ ନଷ୍ଟ ହୋଇଯାଇଥାଏ । ତେଣୁ ଯେଉଁମାନେ ମୁଖ୍ୟତଃ ମଧୁମେୟ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତି ନିୟମିତ ଭାବେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଉଚିତ୍, ଯଥା- ରକ୍ତ ୟୁରିଆ, ସେରମ୍ କ୍ରିଏଟିନିନ୍, ମୂତ୍ରରେ ପ୍ରୋଟିନ୍ ପରୀକ୍ଷା, କିଡ଼ନୀର ସ୍ଥିତି ଜାଣିବା ପାଇଁ ଅଲଟ୍ରାସାଉଣ୍ତ ଆଦି କରିବା ନିହାତି ଜରୁରୀ ।

ଲକ୍ଷଣ :-
ଦୁଇଟିଯାକ ଗୋଡ଼ ଫୁଲିବା, ରକ୍ତଚାପ ବଢିଯିବା, ପରିସ୍ରାରେ ଫେଣ ଆସିବା, ଧଇଁସଇଁ ଲାଗିବା, ବାନ୍ତି ଲାଗିବା ବା ହେବା, ଭୋକ ଓ ଓଜନ କମିବା, ହେମୋଗ୍ଲାବିନ୍ କମିବା, ଦେହହାତ ବିନ୍ଧା ହେବା ସହ କୁଣ୍ତାଇ ହେବା । ଏସବୁ ଲକ୍ଷଣ ଦେଖାଗଲେ ଆଦୌ ଅବହେଳା ନ କରି ତୁରନ୍ତ କିଡ଼ନୀ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

ଅଧିକ ପଢନ୍ତୁ ଭାରତ ଖବର

କ’ଣ ନ ଖାଇବା ଉଚିତ୍ ?
ଏହି ରୋଗୀମାନେ ଅତ୍ୟଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଯେପରିକି, ପ୍ରକ୍ରିୟାକୃତ ମାଂସ, ରେଡ଼ ମିଟ୍, ମାଛ, ଅଣ୍ତା ବା ଦୁଗ୍ଧ ଜାତୀୟ ଓ ଡ଼ାଲି ଜାତୀୟ ଖାଦ୍ୟ ନ ଖାଇବା ଭଲ । ସେହିପରି ଅଧିକ ପୋଟାସିୟମ୍ ଥିବା ଖାଦ୍ୟ, ଯଥା- ସଜନା ଛୁଇଁ, ପାଚିଲା କଦଳୀ, ଲେମ୍ବୁ, ଖଟା ବା ଆଚାର, ଟମୋଟେ, ବନ୍ଧାକୋବି, ଫଳ, ଶାଗ ଆଦିରୁ ଦୂରେଇ ରୁହନ୍ତୁ । ଏହାସହ ଅତ୍ୟଧିକ ତୈଳଜାତୀୟ ଖାଦ୍ୟ, ଆଲକୋହଲ, ମୃଦ୍ୟପାନୀୟ, ଧୂମପାନ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ