ଆର ଆଇ, ଅମିନ ଏବଂ ଏଲ ଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗ
by Argus News
Fri, Nov 08 | 7:13 p.m.

ଅର୍ଗସ ବ୍ୟୁରୋ: ନିଯୁକ୍ତି ପରୀକ୍ଷାରେ ଅନିୟମିତତାର ଆଉ ଏକ ଉଦାହରଣ ଆସିଛି ସାମନାକୁ । ଏଥର ଏପ୍ରିଲରେ ହୋଇଥିବା ଫରେଷ୍ଟ ଗାର୍ଡ, ଏଲଆଇ ଓ ଫରେଷ୍ଟର ପରୀକ୍ଷାରେ । ଓଏସଏସଏସଇ ପରିଚାଳନା କରୁଥିବା  ପିଇଓ ପରୀକ୍ଷାରେ ଯେଉଁ ଆଶାୟୀ ମାଇନସ 14 ରଖିଥିଲେ ସେଇ ପରୀକ୍ଷାର୍ଥୀ 100 ପରସେଣ୍ଟାଇଲ କେମିତି ରଖିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଦେଖନ୍ତୁ ଏହି ଦସ୍ତାବିଜକୁ । ଗଜପତି ପାରଳାଖେମୁଣ୍ଡିର ଏହି  ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେଇଥିବା  ପରୀକ୍ଷାର୍ଥୀ ସେଲି ଧନଜଂୟ ପିଇଓ ପରୀକ୍ଷାରେ ରଖିଥିଲେ ମାଇନସ 14.5.. ହେଲେ ଏଲଆଇ ପରୀକ୍ଷାରେ ରଖିଲେ 100 ପରସେଣ୍ଟାଇଲ ।ଏମିତି ପରୀକ୍ଷାର୍ଥୀଙ୍କ ତାଲିକା ବେଶ ଲମ୍ବା । ନିଯୁକ୍ତି ପରୀକ୍ଷାରେ ଏ ଅନିୟମିତା ଅଭିଯୋଗ ସରକାରଙ୍କ ପାଖରେ ପହଁଞ୍ଚିବା ପରେ ନୂଆ ସରକାର ଅକ୍ଟୋବର 17ରେ ଏହା ତଦନ୍ତ କରି ନିଷ୍ପତ୍ତି ନେବାକୁ  ନିର୍ଦ୍ଦେଶ ଦେଇଛନ୍ତି ।

ଅତୀତରେ ନିଯୁକ୍ତି ପାଇଁ ହୋଇଥିବା ଅନେକ ପରୀକ୍ଷାରେ କେଳେଙ୍କାରୀରର  ଅଭିଯୋଗ ଆସିଥିଲା । ସେ କନିଷ୍ଠ ଶିକ୍ଷକ ନିଯୁକ୍ତି ହେଉ ଅବା ଏ .ଏସ ଓ...ଓଏସଏସଏସସିର  ସିଭିଲ ଜେଇ ପରୀକ୍ଷାରେ ତ ପ୍ରଶ୍ନ ପତ୍ର ଲିକର ସଂଙ୍ଗୀନ ଅଭିଯୋଗ ଆସିଥିଲା । ପୋଲିସ କିଛି ଦଲାଲଙ୍କୁ ଗିରଫ ବି କରିଥିଲା । ତେବେ ପରୀକ୍ଷା ପରିଚାଳନା କରୁଥିବା ସରକାରୀ ସଂସ୍ଥା ନିଜେ ନ କରି ଆଉଟସୋର୍ସ ସଂସ୍ଥା ମାଧ୍ୟମରେ ପରୀକ୍ଷା କରାଉଥିବାରୁ ଏହା ହେଉଛି ବୋଲି ନୂଆ ସରକାର ଉପଲବଧ କରିଛନ୍ତି । ଏମିତିକି କିଛି କଳା ତାଲିକାଭୁକ୍ତ ସଂସ୍ଥାକୁ ପୂର୍ବ ସରକାର ସମୟରେ ପରୀକ୍ଷା କରାଇବା ଦାୟତ୍ବ ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି । ରାଜସ୍ବ ମନ୍ତ୍ରୀ କହିଛନ୍ତି ବଦନାମ ସଂସ୍ଥାକୁ ପରୀକ୍ଷା ପରିଚାଳନାରୁ ବାଦ ଦିଆଯାଇ ସ୍ବଚ୍ଛତାର ସହ ପରୀକ୍ଷା କରାଯିବ ।ତେବେ ଆର ଇ ଅମିନ ପରୀକ୍ଷାକୁ ତୁରନ୍ତ ବାତିଲ ଦାବିରେ ଅଡି ବସିଛନ୍ତି ଆଶାୟୀ ।

5 ଲକ୍ଷ ଆର. ଆଇ ଅମିନ ପରୀକ୍ଷା ଦେଇଥିଲେ । ତେବେ କେଉଁଠି ସାଇବର କାଫେରେ  ତ କେଉଁଠି ମାର୍କେଟ କଂପ୍ଲେକ୍ସ ରେ  ପରୀକ୍ଷା ସେଣ୍ଟରକୁ ନେଇ ଉପୁଜିଲା ବିବାଦ.. ପୁଣି ପରୀକ୍ଷା ସମୟ ଗଡିଯିବା ପରେ  ବି ପରୀକ୍ଷା କରାଇବାକୁ ନେଇ ଆପତ୍ତି ଉଠାଇଥିଲେ ଆଶାୟୀ 

 

ନକ୍ସଲଙ୍କ ଦୁର୍ଗ
ବିଜାପୁରରେ ଏନକାଉଣ୍ଡରରେ 2 ନକ୍ସଲ ନିପାତ
ଅର୍ଗସ ବ୍ୟୁରୋ: ଭୁଶୁଡ଼ୁଛି ନକ୍ସଲଙ୍କ ଦୁର୍ଗ । ଛତିଶଗଡ଼ ବିଜାପୁରରେ ଏନକାଉଣ୍ଡରରେ 2 ନକ୍ସଲଙ୍କ ନିପାତ କରିଛି ବିଜାପୁର ପୋଲିସ । ବସ୍ତର ଆଇଡି ପି.ସୁନ୍ଦରରାଜଙ୍କ ସୂଚନା ଅନୁସାର
ହିମାଚଳ ପ୍ରଦେଶ
ସିଙ୍ଗଡାକୁ ନେଇ ସରଗରମ ହିମାଚଳ ରାଜନୀତି
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ସିଙ୍ଗଡ଼ା ଓ କେକ୍ ଗାଏବ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ଜଳଖିଆ ପ୍ଲେଟରୁ ସିଙ୍ଗଡା ଓ କେକ
RTI
ଆରଟିଆଇ ରିପୋର୍ଟ ମାଗିବାରୁ ସୂଚନାଧିକାର କର୍ମୀଙ୍କ ପତ୍ନୀଙ୍କୁ ନିର୍ଧୁମ ମାଡ
ଯାଜପୁର: ଦୁର୍ନୀତିକୁ ନେଇ ଆରଟିଆଇ ରିପୋର୍ଟ ମାଗିବାରୁ ସୂଚନାଧିକାର କର୍ମୀଙ୍କ ପତ୍ନୀଙ୍କୁ ନିର୍ଧୁମ ମାଡ । ଯାଜପୁର ଦଶରଥପୁର ବ୍ଲକ ରହସୋଈ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅମାନବୀ