ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କରିଛନ୍ତି ବିଜେଡି ସରକାର
by Argus News
Fri, Apr 26 | 7:52 p.m.

ଅର୍ଗସ ବ୍ୟୁରୋ: ଆରମ୍ଭରୁ ହିଁ ବିବାଦ ଘେରରେ ରହିଛି ବିଜେଡି ସରକାରଙ୍କ ବହୁ ପ୍ରଚାରିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପର୍ଯ୍ୟଟନର ବିକାଶ ଓ ଭକ୍ତଙ୍କ ସୁବିଧା ନାଁରେ ହୋଇଥିବା ଏ ପ୍ରକଳ୍ପରେ ଖର୍ଚ୍ଚ ହେଲା ହଜାର ହଜାର କୋଟି । କିନ୍ତୁ ପ୍ରକୃତରେ ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କଲେ ବିଜେଡି ସରକାର । ଏ ନେଇ ସୋନପୁର ସଭାରେ ନବୀନ ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ପୁରୀର ପରିଚୟ ନଷ୍ଟ କରିବାକୁ ହୋଇଛି ସାଂଘାତିକ ଷଡ଼ଯନ୍ତ୍ର । ଶହ ଶହ ବର୍ଷର ମଠ, ସଂସ୍କୃତି ପରମ୍ପରାକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଯୋଗଭୂମିକୁ ଭୋଗଭୂମିରେ ପରିଣତ କରିବାକୁ ହୋଇଛି ଉଦ୍ୟମ । 

ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଅମିତ୍ ଶାହଙ୍କ ସ୍ୱରରେ ସ୍ବର ମିଳାଇଛନ୍ତି ଶ୍ରୀମନ୍ଦିର ସେବାୟତ, ପୁରୀ ସହ ସାର ଓଡ଼ିଶାର ଜଗନ୍ନାଥପ୍ରେମୀ । କହିଛନ୍ତି ପରିକ୍ରମା ପ୍ରକଳ୍ପ ନାଁରେ ହଜାର ହଜାର ବର୍ଷର ଐତିହ୍ୟ ସମ୍ପନ୍ନ ମଠ ସବୁକୁ ନଷ୍ଟ କରି ଓଡ଼ିଆ ଅସ୍ମିତା ଉପରେ ଶକ୍ତ ପ୍ରହାର କରାଯାଇଛି । ବିଜେଡି ସରକାରକୁ ଧର୍ମଦ୍ରୋହୀ ଆଖ୍ୟା ଦେଇଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ । 

ପୁଣି ଓଡ଼ିଶାରେ ବିଜେପି ସରକାର ହେଲେ କାଶୀ ବିଶ୍ୱନାଥ ମନ୍ଦିର ଭଳି କରାଯିବ ଶ୍ରୀମନ୍ଦିର ଓ ଏହାର ପାରିପାର୍ଶ୍ବିକ ବିକାଶ। ବାରାଣସୀ ପରି ବିଶ୍ୱ ଦରବାରରେ ପୁରୀର ମହିମାମଣ୍ଡନ ଓ ଜଗନ୍ନାଥଙ୍କ ମହିମାର ପ୍ରଚାରପ୍ରସାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଅମିତ୍ ଶାହ। 

ଜଗନ୍ନାଥ ସଂସ୍କୃତି ବଞ୍ଚାଇ ରଖି ମଧ୍ୟ ହୋଇପାରିଥାନ୍ତା ଶ୍ରୀମନ୍ଦିରର ପାରିପାର୍ଶ୍ବିକ ବିକାଶ । ଯେମିତି କାଶୀରେ ହୋଇଛି ସମ୍ଭବ। କାଶୀ ବିଶ୍ବନାଥ କରିଡର ଅନ୍ତର୍ଗତ ୪୦ଟି ଐତିହ୍ୟ ସମ୍ପନ୍ନ ମନ୍ଦିର ପୁନର୍ଜୀବନ ପାଇଲେ । ଏ ସବୁର ସଂରକ୍ଷଣ କରାଗଲା । ମୂଳ ସରଞ୍ଚନାରେ କୌଣସି ପରିବର୍ତ୍ତନ ନ ହୋଇ ହେଲା ଐତିହ୍ୟର ସରଂକ୍ଷଣ । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ୧୯ଟି  ମଠକୁ ସମ୍ପୂର୍ଣ୍ଣ  ଧ୍ଵଂସ କରିଦେଲେ ବିଜେଡି ସରକାର। ମଠ ଭଳି ଐତିହ୍ୟସମ୍ପନ୍ନ ରଘୁନନ୍ଦନ ଲାଇବ୍ରେରୀ ସହ ରହିଛି ମହାପ୍ରଭୁଙ୍କ ନିବିଡ଼ ସମ୍ପର୍କ । କିନ୍ତୁ ଏହାର ପୁନରୁଦ୍ଧାର ଏବେ ବି ସ୍ବପ୍ନ। ପୁଣି କାଶୀ କରିଡର ପାଇଁ  ଉଚ୍ଛେଦ ହୋଇଥିବା ୧୪୦୦ରୁ ଅଧିକ ଉଠାଦୋକାନ  ଓ ଆବାସ ପାଇଁ ଉପଯୁକ୍ତ  ଥଇଥାନ ଓ କ୍ଷତପୂରଣ ଦିଆଗଲା। ଏପଟେ କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ୫ଶହରୁ ଅଧିକ ଉଠା ଦୋକାନୀ ଏଯାଏଁ ହୋଇନାହାନ୍ତି ଥଇଥାନ ।

କାଶୀ କରିଡର ପରେ ସେଠାରେ ଦୁଇ ଗୁଣ ହୋଇଛି ଆୟ , ବହୁ ସଂଖ୍ୟାରେ ବଢ଼ିଛନ୍ତି ଭକ୍ତ। କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେବା ପରେ ଆୟଠାରୁ ଅନେକଗୁଣା ବଳିଯାଇଛି ରକ୍ଷଣା ବେକ୍ଷଣ ଦେୟ । କେବଳ ଆଲୋକୀକରଣ ଓ ଏସି ବିଲ୍ ଦେବା ପାଇଁ ହରଡ଼ଘଣାରେ ଶ୍ରୀମନ୍ଦିର ପ୍ରଶାସନ । ଜଗନ୍ନାଥ ପ୍ରେମୀଙ୍କ ଅନୁସାରେ କେବଳ ପରିକ୍ରମା ପ୍ରକଳ୍ପ ନୁହେଁ ପ୍ରକଳ୍ପ ଉଦଘାଟନ ପାଇଁ ରାଜ୍ୟସାରା ଅର୍ପଣ ରଥ ବୁଲାଇ ଚାଉଳ ସଂଗ୍ରହ କରିବା, ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନଗଣତି ଓ ମରାମତି, ନବକଳେବର ବ୍ରହ୍ମବିଭ୍ରାଟ ଆଦି ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ସାଂଘାତିକ ଅପରାଧ କରିଛନ୍ତି ରାଜ୍ୟ ସରକାର। 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍