ତୀର୍ଥ କରି ଫେରୁଥିଲେ, ଟ୍ରେନରୁ ଗଳି ପଡିଲେ
by Argus News
Mon, Nov 27 | 8:57 p.m.

ଖୋର୍ଦ୍ଧା: କାର୍ତ୍ତିକ ପୂର୍ଣ୍ଣିମାରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲେ । ମହାପ୍ରଭୁଙ୍କୁ ଦର୍ଶନ କଲେ । କୋଟି ପୂଣ୍ୟ ଅର୍ଜନ କଲେ । ହେଲେ ଦର୍ଶନ ସାରି ଟ୍ରେନରେ ଫେରିବାବେଳେ ଚଳନ୍ତା ଟ୍ରେନରୁ ଗଳିପଡିଲେ ବୃଦ୍ଧା । ଶେଷରେ ତାଙ୍କର ପ୍ରାଣବାୟୁ ଉଡିଗଲା । ଖୋର୍ଦ୍ଧା ରେଳ ଡିଭିଜନ ବାଲୁଗାଁ ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । 

ମହିଳା ଜଣଙ୍କ ହେଉଛନ୍ତି ଝିଲ୍ଲୀ ମାନସିଂ । ଖୋର୍ଦ୍ଧା ବାଲୁଗାଁ ନିକଟସ୍ଥ କିମ୍ଭିରୀପଡା ଗ୍ରାମରେ ତାଙ୍କ ଘର । ତାଙ୍କର ଏପରି ଆକସ୍ମାତ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ମହିଳା ଜଣଙ୍କ ଟ୍ରେନରୁ ଖସି ଯିବା ସମୟରେ ଉପସ୍ଥିତ ରେଳ ଅଧିକାରୀ ତାଙ୍କୁ ସଠିକ ସମୟରେ ଉଦ୍ଧାର କରିନଥିଲେ । ଶେଷରେ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଏହି ମହିଳା ଯାତ୍ରୀଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାରେ ବିଳମ୍ବତା ଯୋଗୁଁ ମୃତ୍ୟୁ ଗୋଷଣା କରିଥିଲେ ଡାକ୍ତର ।

ବାଲୁଗାଁ ରେଳ ଷ୍ଟେସନ ଉପରେ ଡ୍ୟୁଟିରେ ଥିବା ରେଳବାଇ ପୋଲିସର ଦାୟିତ୍ଵ ହୀନତା ଉପରେ ବିଭାଗୀୟ ଅଧିକାରୀ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି କରାଯାଇଛି ।

ଅଟୋକୁ ପିଟିଲା ଟ୍ରକ୍ ; 2 ମୃତ, 5 ଗୁରୁତର
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍