2 କୋଟି 86 ଲକ୍ଷରେ ବିକ୍ରି ହେଲା ଅର୍ପଣ ଚାଉଳ
by Argus News
Fri, Oct 04 | 4:41 p.m.

ପୁରୀ:  ନିଲାମ ହେଲା ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ହେଲା ନିଲାମ । 10 ହଜାର 322 କ୍ବିଣ୍ଟାଲ ଅର୍ପଣ ଚାଉଳ ବିକ୍ରି । 2 କୋଟି 86 ଲକ୍ଷ ଟଙ୍କାରେ ବିକ୍ରି କଲା ଶ୍ରୀମନ୍ଦିର ପ୍ରଶାସନ ।

ଚାଉଳର ମାନ ସମୟକ୍ରମେ ଖରାପ ହେଉଥିବାରୁ ଏହା ବ୍ୟବହାର ଉପଯୋଗୀ ନୁହେଁ ଓ ଭକ୍ତଙ୍କ ପାଇଁ ମଧ୍ୟ ଉଦ୍ଧିଷ୍ଟ ନୁହେଁ ବୋଲି  ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଥିଲେ । ସରକାରଙ୍କ ଅନୁମୋଦନ କ୍ରମେ ବଳକା ହଜାର ହଜାର କ୍ବିଣ୍ଟାଲ୍ ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । କିଣିବାକୁ ଆଗ୍ରହୀ ମିଲର୍ ବା ବ୍ୟକ୍ତି ସ୍ପଟ୍ ଭିଜିଟ୍ ମଧ୍ୟ କରିପାରିବେ ବୋଲି ଜିଲ୍ଲାପାଳ କହିଥିଲେ । ତେବେ ଅର୍ପଣ ଚାଉଳକୁ ବିକ୍ରି କରି ଟେଣ୍ଡରରୁ ଆଦାୟ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା । ଏହାପରେ ଅର୍ପଣ ଚାଉଳର ନିଲାମ ହୋଇଛି । 


 

ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା
ବିନାଶକାରୀ ଯୁଦ୍ଧ
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍
ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛ
ଶିକ୍ଷକ ନିଯୁକ୍ତି ଦାବି
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା